ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀର ଲାଲ୍ କିଲ୍ଲା ବିସ୍ଫୋରଣକୁ ନେଇ ଦେଇଛନ୍ତି କଡ଼ା ଚତେବାନୀ। ସେ କହିଛନ୍ତି ଯେ, ଏହି ବିସ୍ଫୋରଣର ଦୋଷୀଙ୍କୁ ଦିଆଯିବାକୁ ଥିବା ସଜା ଏତେ କଠୋକ ହେବ ଯେ, ପୂରା ଦୁନିଆ ଦେଖିବ, ଏବଂ ଏଥିରୁ ଭବିଷ୍ୟତରେ କୌଣସି ବି ବ୍ୟକ୍ତି ଆମ ଦେଶରେ ଏହିପରି ହମଲାର ସାହସ କରି ପାରିବନି। ଅମିତ ଶାହ ଗୁଜରାଟର ମୋତି ଭାଇ ଚୌଧୁରୀ ସାଗର ସୈନିକ ସ୍କୁଲର ଏକ କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସମ୍ୱୋଧିତ କରି ଉକ୍ତ କଥା କହିଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ, ଏମିତି ଘଟଣା ବିରୋଧରେ ଜିରୋ ଟଲରେନ୍ସର ନୀତି ଗ୍ରହଣ କରାଯିବ।
କହି ରଖୁଛୁ ଯେ,ସୋମବାର ସନ୍ଧ୍ୟାରେ ଲାଲ କିଲ୍ଲା ମେଟ୍ରୋ ଷ୍ଟେସନର ନିକଟରେ ଏକ ମନ୍ଥର ଗତିରେ ହୋଇଥିବା ଆଇ-୨୦ କାର୍ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଆହତ ହୋଇ ଥିଲେ। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଆଖପାଖର ଅନେକ ଗାଡି଼ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି, ଯେଉଁଥିରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ଯାଞ୍ଚ ଏଜେନ୍ସିମାନେ ମାମଲାର ଯାଞ୍ଚ କରୁଛନ୍ତି।
କହି ରଖୁଛି କି, ପ୍ରାରମ୍ଭିକ ଯାଞ୍ଚରେ ଜଣାପଡ଼ିଛି ଯେ, ଦିଲ୍ଲୀରେ ହୋଇଥିବା ଏହି ଧମାକାର ସମ୍ୱନ୍ଧ ଫରିଦାବାଦରେ ନିକଟରେ ଧରାଯାଇ ଥିବା ଏକ ଆତଙ୍କ ନେଟୱର୍କ ସହ ରହିଛି। ସନ୍ଦେହ ଘେରରେ ଆସିଥିବା ଅନେକ ଲୋକଙ୍କୁ ପୂର୍ବରୁ ହିଁ ଗିରଫ କରି ନିଆଯାଇଛି। ଯିଏ ଫେରାର ଅଛନ୍ତି , ତାଙ୍କର ତଲାସରେ ଯାଞ୍ଚ ଏଜେନ୍ସିମାନେ ଲଗାତାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କେବଳ ଏତିକି ନୁହେଁ , ଏହି ଘଟଣା ପରେ ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟ ଯାଞ୍ଚର ପରିସରକୁ ଆସିଛି।
ଉଲ୍ଲେଖନୀୟ ଯେ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସୁରକ୍ଷା ସମିତି (ସିସିଏସ)ର ବୈଠକରେ ମୋଦି ସରକାର ଦିଲ୍ଲୀର ଲାଲ କିଲ୍ଲାର ଆଖପାଖରେ ୧୦ ନଭେମ୍ୱରରେ ହୋଇଥିବା କାର ବିସ୍ଫୋରଣକୁ ସ୍ପଷ୍ଟ ଭାବେ ଆତଙ୍କବାଦୀ ଘଟଣା ଦର୍ଶାଇ ଥିଲା। ବୈଠକରେ ଏହି ଦୁର୍ଘଟଣାର କଡ଼ା ନିନ୍ଦା କରାଯାଇଛି ତଥା ମୃତକଙ୍କ ପରିବାର ପ୍ରତି ସମ୍ୱେଦନା ପ୍ରକାଶ କରାଯାଇଛି।