ଭୁବନେଶ୍ୱର,୩/୧୧:  ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ ।  ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ।  ଏହା ପୂର୍ବାନୁମାନ କରିଛି ପାଣିପାଗ  ବିଭାଗ । ଏଥିସହ ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ଯେ,  ସୋମବାର ଦକ୍ଷିଣ ଉପକୂଳ  ଓଡ଼ିଶା ଓ ରାୟଗଡ଼ାର ଗୋଟିଏ  କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ହେବାର  ସମ୍ଭାବନା ରହିଛି । ମଙ୍ଗଳବାରଠୁ  ୮ ତାରିଖ ଯାଏ ରାଜ୍ୟ ସାରା  ପାଗ ଶୁଖିଲା ରହିବ ।

ଗତକାଲି  ରାତିର ସବୁଠୁ କମ୍‌ ତାପମାତ୍ରା  କୋରାପୁଟରେ ୧୫.୪ ଡିଗ୍ରୀ  ରହିଥିଲା । ସେହିପରି ଫୁଲବାଣୀରେ  ୧୮ ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୧୯  ଡିଗ୍ରୀ ରହିଥିଲା । ପୁରୀରେ ରାତିର  ତାପମାତ୍ରା ସର୍ବାଧିକ ୨୬.୮ ଡିଗ୍ରୀ  ରହିଥିଲା । ପାରାଦୀପରେ ୨୫.୭  ଡିଗ୍ରୀ , ଗୋପାଳପୁରରେ ୨୫.୪  ଡିଗ୍ରୀ, ଛତ୍ରପୁରରେ ୨୫.୫ ଡିଗ୍ରୀ,  ଗୋପାଳପୁରରେ ୨୫.୪ ଡିଗ୍ରୀ,  ବରଗଡ଼ରେ ୨୫.୨ ଓ ଟିଟିଲାଗଡ଼ରେ  ୨୫ ଡିଗ୍ରୀ ତାପମାତ୍ରା ରହିଥିଲା ।  ସେହିପରି ଭୁବନେଶ୍ୱରରେ  ରାତିର ତାପମାତ୍ରା ୨୪ ଡିଗ୍ରୀ,  କଟକରେ ୨୩ ଡିଗ୍ରୀ ରହିଥିଲା ।