ପ୍ରମୂଖ ଖବର
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

Published By : Manoj | August 12, 2025 7:31 AM

ଭୁବନେଶ୍ୱର,୧୨/୦୮: ଆଜିଠୁ ରାଜ୍ୟରେ  ପ୍ରବଳ ବର୍ଷା ସମ୍ଭାବନା । କୋରାପୁଟ ଓ ମାଲକାନଗିରିରେ  ପ୍ରବଳ ବର୍ଷିବ । ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭାରୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ମଙ୍ଗଳବାର ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ,  ଗଜପତି ଓ କନ୍ଧମାଳ ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ ।  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ପଶ୍ଚିମ  ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା  ଅଛି । 




୧୩ ତାରିଖ (ବୁଧବାର) ଉତ୍ତର ପଶ୍ଚିମ ଓ ପଶ୍ଚିମ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଆହୁରି ବର୍ଷିବ । ମାଲକାନଗିରି ଓ  କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା,  ଗଜପତି ଓ ଗଞ୍ଜାମରେ ଭାରୀ ବର୍ଷା ହେବ ।  ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । 

୧୪  ତାରିଖ (ଗୁରୁବାର) ମାଲକାନଗିରି, କୋରାପୁଟ ଓ  ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଉତ୍ତର  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବି ଭଲ  ବର୍ଷା ହେବ । ୧୫ ତାରିଖରେ ବି ଦକ୍ଷିଣ ଓଡ଼ିଶାରେ  ଅଧିକ ବର୍ଷା ହୋଇପାରେ । ସୋମବାର ଦାରିଙ୍ଗିବାଡ଼ିରେ ୧୨ମିମି ବର୍ଷା ହୋଇଛି । ଭୁବନେଶ୍ୱରରେ ୯.୪ ଓ  ପାରଳାଖେମୁଣ୍ଡିରେ ୮ମିମି ବର୍ଷା ରେର୍ଡ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.