ଭୁବନେଶ୍ୱର,୧୨/୦୮: ଆଜିଠୁ ରାଜ୍ୟରେ  ପ୍ରବଳ ବର୍ଷା ସମ୍ଭାବନା । କୋରାପୁଟ ଓ ମାଲକାନଗିରିରେ  ପ୍ରବଳ ବର୍ଷିବ । ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭାରୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ମଙ୍ଗଳବାର ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ,  ଗଜପତି ଓ କନ୍ଧମାଳ ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ ।  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ପଶ୍ଚିମ  ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା  ଅଛି । 




୧୩ ତାରିଖ (ବୁଧବାର) ଉତ୍ତର ପଶ୍ଚିମ ଓ ପଶ୍ଚିମ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଆହୁରି ବର୍ଷିବ । ମାଲକାନଗିରି ଓ  କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା,  ଗଜପତି ଓ ଗଞ୍ଜାମରେ ଭାରୀ ବର୍ଷା ହେବ ।  ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । 

୧୪  ତାରିଖ (ଗୁରୁବାର) ମାଲକାନଗିରି, କୋରାପୁଟ ଓ  ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଉତ୍ତର  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବି ଭଲ  ବର୍ଷା ହେବ । ୧୫ ତାରିଖରେ ବି ଦକ୍ଷିଣ ଓଡ଼ିଶାରେ  ଅଧିକ ବର୍ଷା ହୋଇପାରେ । ସୋମବାର ଦାରିଙ୍ଗିବାଡ଼ିରେ ୧୨ମିମି ବର୍ଷା ହୋଇଛି । ଭୁବନେଶ୍ୱରରେ ୯.୪ ଓ  ପାରଳାଖେମୁଣ୍ଡିରେ ୮ମିମି ବର୍ଷା ରେର୍ଡ ହୋଇଛି ।