ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ରାଜ୍ୟରେ ୪ ଯାଏ କାଳବୈଶାଖୀ ସମ୍ଭାବନା,୧୫ ଜିଲ୍ଲାରେ ପବନ ସହ ବଜ୍ରପାତ ନେଇ ଆଲର୍ଟ

Published By : Prameya | April 3, 2025 7:39 AM

ଭୁବନେଶ୍ୱର,୦୩/୦୪: କାଳବୈଶାଖୀ ପ୍ରଭାବରୁ ରାଜ୍ୟରେ ତାପମାତ୍ରା  ହ୍ରାସ ପାଇଛି । ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି ।  କନ୍ଧମାଳରେ ବଡ଼ ଧରଣ କାଳବୈଶାଖୀ ହୋଇଛି । ଏଥିସହ କୋରାପୁଟ ଓ  କେନ୍ଦୁଝରରେ ମଧ୍ୟ ବର୍ଷା ହୋଇଥିବାର ଖବର ମିଳିଛି । ଆସନ୍ତା ୪ ତାରିଖ  ଅର୍ଥାତ୍‌ ଶୁକ୍ରବାର ଯାଏ ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀର ଆଶଙ୍କା ରହିଛି ।  ତେଣୁ ଆସନ୍ତା ୪ ଦିନ ଯାଏ ତାପମାତ୍ରାରେ ସେପରି କିଛି ପରିବର୍ତ୍ତନ  ହେବା ସମ୍ଭାବନା ନାହିଁ । କେବଳ ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ ୪୦ ଡିଗ୍ରୀ  ସେଲସିୟସ କିମ୍ବା ତାଠୁ ଅଧିକ ତାପମାତ୍ରା ରହିବ । 

ବୁଧବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ  ରେକର୍ଡ ହୋଇଥିଲା । ଟିଟିଲାଗଡ଼ରେ ୩୯.୫ ଡିଗ୍ରୀ, ଝାରସୁଗୁଡ଼ାରେ ୩୯, ଭବାନୀପାଟଣାରେ ୩୮.୬, ମାଲକାନାଗିରି ଓ ଖୋର୍ଦ୍ଧାରେ ୩୮.୫,  ଅନୁଗୁଳରେ ୩୮.୧, ସମ୍ବଲପୁର ଓ ସୋନପୁରରେ ୩୮ ସର୍ବୋଚ୍ଚ ତାପମାତ୍ରା  ରହିଥିଲା । ଭୁବନେଶ୍ୱରରେ ଆଜିର ତାପମାତ୍ରା ୩୫.୦ ଡିଗ୍ରୀ ଥିଲା । 

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଗୁରୁବାର ଦିନ  ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର,  ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,  କୋରାପୁଟ, ମାଲକାନାଗିରି, ରାୟଗଡ଼ାର ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ତେବେ ପବନର  ବେଗ ୪୦ରୁ ୫୦ କିଲୋମିଟର ରହିବା ସହ ବଜ୍ରପାତର ସତର୍କ କରାଯାଇଛି । 

ସେହିପରି ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ,  ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ,  ମାଲକାନାଗିରି ଆଦି ସ୍ଥାନର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ  ମଧ୍ୟମ ଧରଣରେ ବର୍ଷା ସହ ପବନ ବୋହିବାର ପୂର୍ବାନୁମାନ କରାଯାଇଛ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.