ଭୁବନେଶ୍ବର ୨୬/୦୮: ଆସୁଛି ଆଉ ଏକ ଲଘୁଚାପ। ଦୁଇ ଦିନରେ ବଙ୍ଗୋପସାଗରରେ ପୁଣି  ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୨୯ ତାରିଖ ଯାଏ  ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ  ବର୍ଷା ସମ୍ଭାବନା ଅଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଜି ରାୟଗଡ଼ା ଏବଂ ଗଜପତି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ସହ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ବୁଧବାର କନ୍ଧମାଳ ଏବଂ ନୟାଗଡ଼ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।




ବୁଧବାର ବିରାଜିବେ ଗଜାନନ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମୂର୍ତ୍ତି କାରିଗର ଶେଷ ସ୍ପର୍ଶ ଦେଉଛନ୍ତି । ବିଭିନ୍ନ ଅନୁଷ୍ଠାନ ଓ ପୂଜା ମଣ୍ଡପରେ ସାଜସଜା ଚାଲିଥିବା ବେଳେ ଲଘୁଚାପ ଜନିତ ବର୍ଷା ବାଧକ ସାଜିଛି । ବର୍ଷା ଲାଗି ରହିଥିବାରୁ ପୂଜା ବଜାର ଫିକା ପଡିପାରେ।

ସୋମବାର ପାରଳାଖେମୁଣ୍ଡିରେ  ୨୪.୬, ପାରାଦୀପରେ ୧୯.୮ ମିମି, ଭୁବନେଶ୍ୱରରେ  ୧୭.୫, ଜଗତ୍‌ସିଂହପୁରରେ ୧୩.୨ ମିମି ବର୍ଷା ହୋଇଛି ।