ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା

Published By : Prameya | April 26, 2025 7:43 AM

ଭୁବନେଶ୍ୱର,୨୬/୦୪:  ରାଜ୍ୟରେ ଶନିବାର ତାତିର ପ୍ରକୋପ  ଜାରି ରହିବ । ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିବ । ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଗଞ୍ଜାମ ଓ ଗଜପତିରେ  ଗରମ ଓ ଗୁଳୁଗୁଳି ନାକେଦମ କରିବ । ରବିବାରଠାରୁ ତାତିରେ ସାମୟିକ ବିରତି ଲାଗିବ । ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି  ସହିତ ବର୍ଷା ହେବ । ଉତ୍ତର ଓ ଦକ୍ଷିଣ  ଓଡ଼ିଶାର କିଛି ସ୍ଥାନରେ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ପାଣିପାଗ  ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,  ଗଞ୍ଜାମ ଓ ଗଜପତିରେ ଅସହ୍ୟ ଗରମ  ଓ ଗୁଳୁଗୁଳି ହୋଇପାରେ । ତେବେ  ମାଲକାନଗିରି, ଗଞ୍ଜାମ, କୋରାପୁଟ  ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ ୪୦ କିମି  ବେଗରେ ପବନ ବହିପାରେ । 

୨୭ ତାରିଖ(ରବିବାର)  କାଳବୈଶାଖୀ ପ୍ରଭାବରେ ଅଧିକ ବର୍ଷା ହେବ । କୋରାପୁଟ, ଗଞ୍ଜାମ,  ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକରେ ଅପରାହ୍ନରେ  ଝଡ଼ ବର୍ଷା ଆଶଙ୍କା ଅଛି । ଏହି  ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି  କରାଯାଇଛି । ମାଲକାନଗିରି, ରାୟଗଡ଼ା,  ଗଜପତି, କନ୍ଧମାଳ, କଳାହାଣ୍ଡି,  ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା,  ବଲାଙ୍ଗୀର, ବରଗଡ଼, ସୋନପୁର,  ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ,  ଯାଜପୁର, ଦେବଗଡ଼, ସମ୍ବଲପୁର ଓ  ଝାରସୁଗୁଡ଼ାରେ ଘଡ଼ଘଡ଼ି ଓ ବର୍ଷା ସହିତ  ୪୦ କିମି ବେଗରେ ପବନ ବହିପାରେ । 

୨୮ ତାରିଖରେ ମୟୂରଭଞ୍ଜ,  କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଗଞ୍ଜାମ  ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଓ ପବନ ହେବ । ଏହି ସବୁ ସ୍ଥାନରେ ୫୦ରୁ  ୬୦କିମି ବେଗରେ ପବନ ବହିପାରେ ।  ଯାଜପୁର ଓ ସୁନ୍ଦରଗଡ଼ରେ ବର୍ଷା ସହିତ  ୫୦ରୁ ୬୦କିମି ବେଗରେ ବହିବ  ବୋଲି ପାଣିପାଗ ବିଭାଗ ଆକଳନ  କରିଛି । ଉପକୂଳ ଓଡ଼ିଶା ସମେତ  ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି  ସହ ବର୍ଷା ଆଶଙ୍କା ଅଛି । ୨୯ ତାରିଖରେ ନୟାଗଡ଼,  ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ ଓ  କଟକରେ ଝଡ଼ ବର୍ଷା ଆଶଙ୍କା ଅଛି ।  

ଶୁକ୍ରବାର ବଲାଙ୍ଗୀର, ନୂଆପଡ଼ା, ରାୟଗଡ଼ା, ଗଞ୍ଜାମ, ନୟାଗଡ଼ ଓ ଗଜପତିର ଅଧିକାଂଶ  ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ବଲାଙ୍ଗୀରରେ ଝଡ଼ ବର୍ଷା ହୋଇଛି । ଗଛ ପଡ଼ିବା ଯୋଗୁ ଦୁଇ ଜଣ ପ୍ରାଣ ହରାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.