ଭୁବନେଶ୍ୱର,୧୩/୦୭: ଆସନ୍ତା ୧୬ ତାରିଖରେ ବଙ୍ଗୋପସାଗରରେ  ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇପାରେ । ଗାଙ୍ଗେୟ ପଶ୍ଚିମବଙ୍ଗ  ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ  ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ଅଛି ।  ଘୂର୍ଣ୍ଣିବଳୟ ହେବା ପରେ ୩ରୁ ୪  ଦିନ ଯାଏ ଏହା ପଶ୍ଚିମ ଓ ଉତ୍ତର- ପଶ୍ଚିମ ଦିଗରେ ଗତି କରିବ । ପାଣିପାଗ  ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।  

ରବିବାର ମୟୂରଭଞ୍ଜ, କେନ୍ଦୁଝର,  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ  ଜଗତସିଂହପୁରରେ ଅଧିକ ବର୍ଷା  ହୋଇପାରେ । ଯାଜପୁର, କଟକ,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,  ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା,  ବରଗଡ଼, ସମ୍ବଲପୁର, ଦେବଗଡ଼,  ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା,  ବଲାଙ୍ଗିର, ସୋନପୁର ଓ ବୌଦ୍ଧରେ  ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।  




୧୪ ତାରିଖ (ସୋମବାର) ମୟୂରଭଞ୍ଜ,  କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଧିକ  ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା  ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ  ବର୍ଷା ସମ୍ଭାବନା ଅଛି । ୧୫ ତାରିଖରେ  ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ  ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ  ବର୍ଷା ଆଶଙ୍କା ଅଛି । 

ଶନିବାର ସକାଳରୁ  ନେଇ ସନ୍ଧ୍ୟା ଭିତରେ ନୟାଗଡ଼ରେ ୨୦  ମିମି ବର୍ଷା ହୋଇଛି । ସୋନପୁରରେ  ୧୯ମିମି, ବାଲେଶ୍ୱରରେ ୧୭.୨, ଟିଟିଲାଗଡ଼ରେ ୧୧.୨ ଓ କୋରାପୁଟରେ  ୫ମିମି ବର୍ଷା କେକର୍ଡ ହୋଇଛି ।