ଖୋର୍ଦ୍ଧା,୩୦/୦୯: ମାଡ଼ିଆସୁଛି ଆଉ ଏକ ଲଘୁଚାପ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପନେବ । ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଅକ୍ଟୋବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ୩୫ ରୁ ୫୫ କିଲୋମିଟର ବେଗରେ ପବନ ବୋହିବ । ଭାରତୀୟ ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ କରିବା ପରେ ପ୍ରଶାସନକୁ ଘାରିଛି ବାତ୍ୟା ଭୟ । ତେଣୁ ପ୍ରଶାସନ ପକ୍ଷରୁ ଚିଲିକା ସମେତ ଅନ୍ୟ ନଦୀ ତଟବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ଚିଲିକା ଓ ନଦୀ ମଧ୍ୟକୁ ମାଛ ଧରିବାକୁ ନ ଯିବାକୁ ବାରଣ କରାଯାଇଛି । ପ୍ରଶାସନ ପକ୍ଷରୁ ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ଜରୁରୀକାଳିନ ଅଧିକାରୀ ଶ୍ରୀତପା ମିଶ୍ର ସୂଚନା ଦେଇଛନ୍ତି ।
ଆଗାମୀ ୨୪ ଘଣ୍ଟା ପାଇଁ ୨୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସମୟରେ ଘଡ଼ଘଡ଼ି, ବିଜୁଳି ଓ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ୭ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ବର୍ଷିବ। ସେହିଭଳି ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।