ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଖସିଲା ରାତି ତାପମାତ୍ରା, ବଢ଼ୁଛି ଶୀତ ପ୍ରଭାବ: ସବୁଠୁ ଥଣ୍ଡା ଜି ଉଦୟଗିରି, ୧୫ ଡିଗ୍ରୀ ତଳେ ୭ ସହରର ପାରଦ

Published By : Prameya | November 17, 2024 7:34 AM

ଭୁବନେଶ୍ୱର,୧୭/୧୧:  ରାଜ୍ୟର ଅନେକ ସ୍ଥାନରେ ରାତି  ତାପମାତ୍ରା ଖସିଛି । କିଛି ସ୍ଥାନରେ  ତାପମାତ୍ରା ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି । ଜି ଉଦୟଗିରିରେ ପାରଦ ସବୁଠୁ ଅଧିକ  ଖସିଛି । ଏଠାରେ ରାତି ତାପମାତ୍ରା ୯  ଡିଗ୍ରୀ ସେଲସିୟସ୍‌ ରହିବା ସହ ଏହା ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । 

ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ  ରେକର୍ଡ ହୋଇଛି । ରାଉରକେଲାରେ  ଏହା ୧୨.୭ ଡିଗ୍ରୀ ରହିଛି । ଅନୁଗୁଳ ଓ ଝାରସୁଗୁଡ଼ାରେ ୧୩ ଡିଗ୍ରୀ ରେକର୍ଡ ହୋଇଛି ।  ଅନୁଗୁଳରେ ରାତି ତାପମାତ୍ରା  ସବୁଠୁ ଅଧିକ ବା ୪.୮ ଡିଗ୍ରୀ  ଖସିଛି । ଝାରସୁଗୁଡ଼ାରେ ୪.୧ଡିଗ୍ରୀ,  ଭୁବନେଶ୍ୱରରେ ୨, କଟକରେ ୧.୭  ଡିଗ୍ରୀ, ଭବାନୀପାଟଣାରେ ୧.୫,  ଗୋପାଳପୁରରେ ୧.୩, ଚାନ୍ଦବାଲିରେ  ୧.୨, ବାଲେଶ୍ୱରରେ ୧, ବାରିପଦାରେ  ୧.୨ ଡିଗ୍ରୀ ସେଲସିୟସ୍‌ ଖସିଛି ।  

ଗତକାଲି ରାଉରକେଲାରେ  ରାତି ତାପମାତ୍ରା ୧୩.୯ଡିଗ୍ରୀ ଥିଲା ।  ଶନିବାର ଏହା ପ୍ରାୟ ୧.୫ ଡିଗ୍ରୀ ଖସିଛି ।  ଆହୁରି ଅନେକ ସ୍ଥାନରେ ରାତି ତାପମାତ୍ରା ଖସିଯାଇଛି । ୭ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।  କେନ୍ଦୁଝରରେ ୧୪.୫, ଭବାନୀପାଟଣାରେ ୧୪.୮,  ଭଦ୍ରକ ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୫  ଡିଗ୍ରୀ ରେକର୍ଡ ହୋଇଛି । 

ଢେଙ୍କାନାଳରେ ୧୫.୫, ସୋନପୁରରେ ୧୬,  ସମ୍ବଲପୁର ଓ ନୟାଗଡ଼ରେ ୧୬.୪, ବାରିପଦାରେ  ୧୬.୬, କଟକରେ ୧୭, ହୀରାକୁଦରେ ୧୭.୧,  ଭୁବନେଶ୍ୱରରେ ୧୭.୪, ତାଳଚେରରେ ୧୭.୮, ଜଗତସିଂହପୁରରେ ୧୮, ରାୟଗଡ଼ାରେ  ୧୮.୬, ବୌଦ୍ଧରେ ୧୮.୮, ଯାଜପୁରରେ ୧୯.୨  ଓ ଗୋପାଳପୁରରେ ସର୍ବନିମ୍ନ ତାପମାତ୍ରା ୧୯.୩  ଡିଗ୍ରୀ ରେକର୍ଡ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.