ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ପାଗରେ ହେବ ପରିବର୍ତ୍ତନ , ବର୍ଷା ଚେତାବନୀ ଦେଲା ପାଣିପାଗ ବିଭାଗ

Published By : Prameya | January 26, 2025 6:35 PM

ନୂଆଦିଲ୍ଲୀ : ଉତ୍ତର ଭାରତରେ ଥଣ୍ଡା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଦିନର ଖରା ଯୋଗୁଁ ଆଶ୍ୱସ୍ତି ମିଳିଛି। ଏହି ମଧ୍ୟରେ ପାଣିପାଗ ବିଭାଗ ଚେତାବନୀ ଦେଇଛି କି, ୨୯ ଜାନୁଆରୀ ଓ ଏକ ଫେବ୍ରୁଆରୀରେ ଦୁଇଟି ନୂଆ ୱେଷ୍ଟର୍ନ ଡିଷ୍ଟବାର୍ନ୍ସ ଆସିବାକୁ ଯାଉଛି, ଯେଉଁଥିରେ ପାଣିପାଗର ମିଜାଜ ବଦଳି ଯିବ। ୨୯ରୁ ଏକ ଫେବ୍ରୁଆର ମଧ୍ୟରେ ଉତ୍ତର ପଶ୍ଚିମ ଭାରତରେ ବର୍ଷାର ସମ୍ଭାବନା ଅଛି। ଏହା ବ୍ୟତୀତ, ତାମିଲନାଡୁ ,ପୁଡୁଚେରୀ, କରାଇକଲ , କେରଳ, ମାହେ, ତଟୀୟ ଆନ୍ଧ୍ର ପ୍ରଦେଶ , ୟନମ, ରାୟଲ ସୀମା ଆଦିରେ ଆଗାମୀ ଦୁଇ ଦିନରେ ବର୍ଷା ହୋଇ ପାରେ। 

ଗତ ୨୪ ଘଣ୍ଟାର ପାଣିପାଗ କଥା ଯଦି କହିବା ତ, ହିମାଚଳ ପ୍ରଦେଶ, ହରିଆଣା ପଞ୍ଜାବରେ ଶୀତଲହରି ଚାଲିଛି। ସେଠାପେ ପୂର୍ବୀୟ ୟୁପି, ଓଡ଼ିଶା ,ଆସାମ, ମେଘାଳୟ , ସବ୍‌ ହିମାଳୟୀ ପଶ୍ଚିମ ବଙ୍ଗ, ତ୍ରିପୁରାରେ ଘନ କୁହୁ଼ଡ଼ି ଦେଖିବାକୁ ମିଳିଛି।

ପାଣିପାଗ ବିଭାଗ କହିଛି କି, ଦୁଇଟି ନୂଆ ୱେଷ୍ଟର୍ନ ଡିଷ୍ଟର୍ବାନ୍ସ କାରଣରୁ ୨୯ ଜାନୁଆରୀରୁ ୧ ଫେବ୍ରୁଆରୀ ମଧ୍ୟରେ ପାହାଡିଆ ରାଜ୍ୟ ଓ ୩୦ ଜାନୁଆରୀରୁ ୧ଫେବ୍ରୁଆରୀ ଯାଏ ଉତ୍ତର ଭାରତର ମୈଦାନୀ ଅଞ୍ଚଳରେ ବର୍ଷା ହେବ। ଏହି ସମୟରେ ଉତ୍ତର ପଶ୍ଚିମ ଭାରତରେ ସର୍ବନିମ୍ନ ତାପମାତ୍ରା ୫-୧୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି। ମୈଦାନୀ ଅଞ୍ଚଳରେ ଆଜି ସବୁଠୁ କମ୍‌ ତାପମାତ୍ରା ୩.୬ ଡିଗ୍ରୀ ସେଲସିୟସ ରାଜସ୍ଥାନର ଚୁରୁରେ ରେକର୍ଡ କରାଯାଇଛି। ଏହା ବ୍ୟତୀତ ଆଗାମୀ ଦୁଇ ଦିନ ଯାଏ ଉତ୍ତର ପଶ୍ଚିମ , ମଧ୍ୟ ଓ ମହାରାଷ୍ଟ୍ରରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଏହାପରେ ଏଥିରେ ଦୁଇରୁ ୪ ଡିଗ୍ରୀ ତାପମାତ୍ରା ଆହୁରି ବଢି ଯିବ।

ପୂର୍ବ ଭାରତରେ ଆଗାମୀ ୩ ଦିନ ପରେ ଦୁଇରୁ ୪ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ବଢିଯିବ। ଏହା ବ୍ୟତୀତ ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡ , ରାଜସ୍ଥାନ ,ପଞ୍ଜାବରେ ୨୬ ଓ ୨୭ ଜାନୁଆରୀରେ ଶୀତଲହରୀ ଚାଲିବାର ଅନୁମାନ ଅଛି। ଉତ୍ତର ପ୍ରଦେଶ , ଓଡ଼ିଶା , ଆସାମ,ମେଘାଳୟ, ନାଗାଲ୍ୟାଣ୍ଡ ମଣିପରୁ ,ମିଜୋରାମ, ତ୍ରିପୁରାରେ ୨୮ଜାନୁଆରୀ ଯାଏ ଘନ କୁହୁଡ଼ି ଦେଖିବାକୁ ମିଳିବ। ସେପଟେ ବିହାରରେ ୨୯ ଜାନୁଆରୀ ଯାଏ ଘନ କୁହୁଡ଼ି ରହିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.