ପ୍ରମୂଖ ଖବର
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଅସ୍ତବ୍ୟସ୍ତ କରୁଛି ଗରମ,ଗୁଳୁଗୁଳି: ଆସନ୍ତା୧୩ରେ ଲଘୁଚାପ,୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା

Published By : Manoj | August 8, 2025 7:27 AM

ଭୁବନେଶ୍ୱର,୦୮/୦୮: ଶ୍ରାବଣରେ ତାପମାତ୍ରା ୩୭ ଡିଗ୍ରୀ  ସେଲସିୟସ୍‌  । ଅସ୍ୱାଭାବିକ ଗରମ, ଗୁଳୁଗୁଳି ଜନଜୀବନକୁ ନାକେଦମ  କରୁଛି। ଇତିମଧ୍ୟରେ ବର୍ଷା ପ୍ରକୋପ  ବି କମିଯାଇଛି । ଆଶ୍ୱସ୍ତିର ଖବର ହେଲା, ଆଉ ଏକ ଲଘୁଚାପ ଆସୁଛି  ଆସନ୍ତା ୧୩ ତାରିଖ ବେଳକୁ, ଯାହାକି  ଓଡ଼ିଶା ଉପକୂଳରେ ଦାନା ବାନ୍ଧିବା  ସମ୍ଭାବନା ଅଛି । ଏହା ପ୍ରଭାବରେ  ରାଜ୍ୟରେ ଭଲ ବର୍ଷା ହେବ । ୨୦  ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ  କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ ।  

ରାଜ୍ୟରେ ବର୍ତ୍ତମାନ କାଁ ଭାଁ  ବର୍ଷା ହେଉଛି । ଖରା ବଢ଼ିଛି । ବର୍ଷା  ଅଚାନକ ହେଉଛି, ପୁଣି ଛାଡ଼ିଯାଉଛି ।  ବାତାବରଣ ଥଣ୍ଡା ପଡ଼ୁନି । ଗୁରୁବାର  ପାରଳାଖେମୁଣ୍ଡି ତାପମାତ୍ରା ୩୭ ଡିଗ୍ରୀ,  ବୌଦ୍ଧ ୩୬.୮, ଟିଟିଲାଗଡ଼ ୩୬.୫,  ପୁରୀ ୩୫.୩, ସମ୍ବଲପୁର ୩୫.୨,  ଛତ୍ରପୁର ୩୫, ଭବାନୀପାଟଣା  ୩୪.୮, ଭୁବନେଶ୍ୱର ୩୪.୪,  ଗୋପାଳପୁର ୩୪.୪, ହୀରାକୁଦ  ୩୪.୧ ଡିଗ୍ରୀ ସେଲସିୟସ୍‌ ଥିଲା ।  ଅଧିକାଂଶ ସ୍ଥାନରେ ପାରଦ ୩୩  ଡିଗ୍ରୀ ପାର୍‌ କରିଥିଲା । ଆର୍ଦ୍ରତା  ପରିମାଣ ସକାଳେ ୮୦-୯୦%  ଥିବାବେଳେ ଅପରାହ୍ନରେ  ୭୦-୯୦% ଭିତରେ ରହୁଛି ।  ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ସାଢ଼େ  ୫ ଡିଗ୍ରୀ ତାତି ଅଧିକ ଥିବା ବେଳେ  ଉପକୂଳ ଓଡ଼ିଶାର ପୁରୀରେ ୩.୮  ଡିଗ୍ରୀ ଅଧିକ ଥିଲା ।  

ଅନୁଗୁଳ, ଛତ୍ରପୁର, ବଲାଙ୍ଗିର, ଖୋର୍ଦ୍ଧା, ହୀରାକୁଦ,  ଟିଟିଲାଗଡ଼ ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ  ମଧ୍ୟମ ବର୍ଷା ହୋଇଥିଲା ଗୁରୁବାର ସନ୍ଧ୍ୟା ସୁଦ୍ଧା ।  ମାତ୍ର ବଡ଼ ବର୍ଷା ହୋଇନାହିଁ । ପାଣିପାଗ ବିଶେଷଜ୍ଞ  କହିଛନ୍ତି, ମୌସୁମୀ ବର୍ତ୍ତମାନ ଦୁର୍ବଳ ଅଛି । ଅନେକ  ସ୍ଥାନରେ ସପ୍ତାହେରୁ ଅଧିକ ସମୟ ହେବ ବର୍ଷା  ହୋଇନାହିଁ । ବିଜୁଳି ଘଡ଼ଘଡ଼ି ସହ ଯେତିକି ବର୍ଷା  ହେଉଛି, ତାହା ଅଳ୍ପ ଅଞ୍ଚଳ ଭିତରେ ସୀମିତ ରହୁଛି ।  ବାୟୁମଣ୍ଡଳରେ ଜଳୀୟ ବାଷ୍ପ ପରିମାଣ ଅଧିକ  ଥିବାରୁ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି ।   

ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ  ଅନୁସାରେ, ୧୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ  ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ସେହିପରି ପରବର୍ତ୍ତୀ ସପ୍ତାହରେ (୨୦-୨୧ ତାରିଖ ବେଳକୁ)  ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ଉତ୍ତର ପଶ୍ଚିମ  ବଙ୍ଗୋପସାଗରର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ  ଦାନା ବାନ୍ଧିପାରେ । ଏମିତି ହେଲେ ରାଜ୍ୟରେ ବର୍ଷା ବଢ଼ିବ । 

ରାଜ୍ୟରେ ଗତ ଦେଢ଼ ସପ୍ତାହ ହେବ ବର୍ଷା କମ୍‌ ରହିଛି । ଜୁନ୍‌ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ  ହାରାହାରି ୬୩୪ ମିଲିମିଟର ବର୍ଷା ହୋଇଛି।  ଏହାକୁ ସ୍ୱାଭାବିକ କୁହାଯିବ । ମାତ୍ର ୯ଟି ଜିଲ୍ଲାରେ  ବର୍ଷା ନିଅଣ୍ଟିଆ ରହିଛି । ପୁରୀରେ ସର୍ବାଧିକ ୪୩%  ବର୍ଷା କମ୍‌ ଥିବା ବେଳେ ଗଜପତିରେ ୩୯%,  ରାୟଗଡ଼ାରେ ୩୨%, ଗଞ୍ଜାମରେ ୩୧%, କଳାହାଣ୍ଡିରେ  ୩୧%, ଖୋର୍ଦ୍ଧାରେ ୨୬%, ନୂଆପଡ଼ାରେ ୨୧%, ବଲାଙ୍ଗିରରେ ୨୩%. ନବରଙ୍ଗପୁରରେ ୨୩%  ବର୍ଷା କମ୍‌ ହୋଇଛି । ସୁନ୍ଦରଗଡ଼, ଦେବଗଡ଼,  କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧରେ ବର୍ଷା ଅଧିକ  ଥିବା ବେଳେ ୧୬ ଜିଲ୍ଲାରେ ବର୍ଷା ସ୍ୱାଭାବିକ ଅଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.