ଭୁବନେଶ୍ୱର ୧୫/୧୨: ଜି.ଉଦୟଗିରିରେ ୫.୨ଡିଗ୍ରୀ ସେଲସିୟସ୍‌କୁ ଖସିଛି ପାରଦ । ଅସମ୍ଭାଳ ଶୀତରେ ଜନଜୀବନ ପ୍ରଭାବିତ ହୋଇଛି । ରାଉରକେଲା ୭.୨ ଡିଗ୍ରୀରେ  ଥରିଛି । ୧୫ ସହର ୧୨ ଡିଗ୍ରୀ ତଳେ ରହିଛି । 

ରବିବାର ବି ଶୀତର ପ୍ରକୋପ ଜାରି ରହିବ । ରାଉରକେଲାରେ ୭ ଡିଗ୍ରୀ, ଝାରସୁଗୁଡ଼ା,  କେନ୍ଦୁଝର ଓ ଫୁଲବାଣୀରେ ୯ଡିଗ୍ରୀ, କୋରାପୁଟ, ଭବାନୀପାଟଣା, କେନ୍ଦୁଝର ଓ ଝାରସୁଗୁଡ଼ାରେ  ରାତି ତାପମାତ୍ରା ୯ ଡିଗ୍ରୀ ରହିପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି  ସୋମବାର ବି ରାଉରକେଲାରେ ୭ ଡିଗ୍ରୀ ରହିବ ।  ଝାରସୁଗୁଡ଼ା, ଫୁଲବାଣୀ, ବୌଦ୍ଧ ଓ ଅନୁଗୁଳରେ  ରାତି ତାପମାତ୍ରା ୯ ଡିଗ୍ରୀ ରହିବା ସମ୍ଭାବନା  ଅଛି । ୧୭ ତାରିଖରୁ ସର୍ବନିମ୍ନ ତାପମାତ୍ରା ୩ରୁ  ୪ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ  ଆକଳନ କରିଛି । ଝାରସୁଗୁଡ଼ା, ଗଞ୍ଜାମ ଓ  କଳାହାଣ୍ଡିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ  ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି । 

ଶୁକ୍ରବାର ରାତିରେ ଝାରସୁଗୁଡ଼ାରେ ୮ ଡିଗ୍ରୀ,  କିରେଇରେ ୮.୮, ସିମିଳିଗୁଡ଼ା ଓ ଫୁଲବାଣୀରେ  ୯, ସୁନ୍ଦରଗଡ଼ରେ ୧୦, ବୌଦ୍ଧରେ ୧୦.୨,  ଦାରିଙ୍ଗିବାଡ଼ିରେ, କେନ୍ଦୁଝର ଓ ଅନୁଗୁଳରେ ୧୦.୬,  ଭବାନୀପାଟଣାରେ ୧୧, କୋରାପୁଟରେ ୧୧.୪,  ବାରିପଦାରେ ୧୧.୬ ଡିଗ୍ରୀ ରେକର୍ଡ ହୋଇଛି ।