ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଏବେ କମିବନି ଶୀତ: ଆହୁରି ୪ରୁ ୫ ଦିନ ଯାଏ ଥରାଇବ ଜାଡ଼,୨ ଦିନ ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ଆଲର୍ଟ

Published By : Prameya | January 19, 2025 7:32 AM

ଭୁବନେଶ୍ୱର,୧୯/୦୧: ଜି  ଉଦୟଗିରିରେ ପାରଦ ୫ ଡିଗ୍ରୀ ସେଲସିୟସ୍‌କୁ ଖସିଛି । ଶୁକ୍ରବାର ଏଠାରେ ପାରଦ ୬ ଡିଗ୍ରୀ ଥିବାବେଳେ ଏହା ପୁଣି କମିଛି । ଦାରିଙ୍ଗିବାଡ଼ି ଓ  ଫୁଲବାଣୀରେ ୮ ଡିଗ୍ରୀ, ଅନୁଗୁଳରେ  ୧୦, ରାଉରକେଲାରେ ୧୦.୫,  ଭବାନୀପାଟଣା ଓ କୋରାପୁଟରେ ୧୧,  କେନ୍ଦୁଝରରେ ୧୧.୨, ନୟାଗଡ଼ରେ  ୧୨.୪ ଡିଗ୍ରୀ ରହିଛି । ଆସନ୍ତା ୪ରୁ ୫  ଦିନ ଯାଏ ଶୀତ ଜାରି ରହିବ ବୋଲି  ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 

ଆସନ୍ତା ଦୁଇ ଦିନ କୁହୁଡ଼ି ପ୍ରଭାବ  ରହିବ । ୧୯ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼,  କେନ୍ଦୁଝର ଓ ଝାରସୁଗୁଡ଼ାରେ ସ୍ୱଳ୍ପରୁ  ମଧ୍ୟମ ଧରଣର କୁହୁଡ଼ି ଦେଖା  ଦେଇପାରେ । ୨୦ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ବି  କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.