ଭୁବନେଶ୍ୱର,୧୯/୦୧: ଜି  ଉଦୟଗିରିରେ ପାରଦ ୫ ଡିଗ୍ରୀ ସେଲସିୟସ୍‌କୁ ଖସିଛି । ଶୁକ୍ରବାର ଏଠାରେ ପାରଦ ୬ ଡିଗ୍ରୀ ଥିବାବେଳେ ଏହା ପୁଣି କମିଛି । ଦାରିଙ୍ଗିବାଡ଼ି ଓ  ଫୁଲବାଣୀରେ ୮ ଡିଗ୍ରୀ, ଅନୁଗୁଳରେ  ୧୦, ରାଉରକେଲାରେ ୧୦.୫,  ଭବାନୀପାଟଣା ଓ କୋରାପୁଟରେ ୧୧,  କେନ୍ଦୁଝରରେ ୧୧.୨, ନୟାଗଡ଼ରେ  ୧୨.୪ ଡିଗ୍ରୀ ରହିଛି । ଆସନ୍ତା ୪ରୁ ୫  ଦିନ ଯାଏ ଶୀତ ଜାରି ରହିବ ବୋଲି  ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 

ଆସନ୍ତା ଦୁଇ ଦିନ କୁହୁଡ଼ି ପ୍ରଭାବ  ରହିବ । ୧୯ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼,  କେନ୍ଦୁଝର ଓ ଝାରସୁଗୁଡ଼ାରେ ସ୍ୱଳ୍ପରୁ  ମଧ୍ୟମ ଧରଣର କୁହୁଡ଼ି ଦେଖା  ଦେଇପାରେ । ୨୦ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ବି  କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।