ଭୁବନେଶ୍ୱର,୦୪/୦୧: ଆସନ୍ତା ୪ ଦିନ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ । ଆଗାମୀ ତିନି ଦିନ ଫୁଲବାଣୀ ଓ ରାଉରକେଲାରେ ପାରଦ ୭ ଡିଗ୍ରୀ ସେଲସିୟସ୍‌ ରହିବ ।  ରାଜ୍ୟର ଅଧିକାଂଶ ସ୍ଥାନର ରାତି  ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ  ଖସିବ । ଅନେକ ସ୍ଥାନରେ ପାରଦ ୧୦  ଡିଗ୍ରୀ ବା ଏହାଠାରୁ ତଳେ ରହିବ । ରାଜ୍ୟରେ ଶୀତକୁ ନେଇ ପାଣିପାଗ  ବିଭାଗ ଏଭଳି ପୂର୍ବାନୁମାନ କରିଛି ।  ତେବେ ସପ୍ତାହ ପରେ ଶୀତ ପୂରା କମିଯିବ ବୋଲି ପାଣିପାଗ ବିଶେଷଜ୍ଞ  କହିଛନ୍ତି । 

ଶନିବାର ଫୁଲବାଣୀ ଓ  ରାଉରକେଲାରେ ରାତି ତାପମାତ୍ରା  ୭ ଡିଗ୍ରୀ, ଝାରସୁଗୁଡ଼ାରେ ୮ ଡିଗ୍ରୀ,  ଅନୁଗୁଳରେ ୯, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୧୦, କୋରାପୁଟ,  ନବରଙ୍ଗପୁର, ବାରିପଦା ଓ  ବାଲେଶ୍ୱରରେ ୧୧ ଡିଗ୍ରୀ ରହିବ ବୋଲି  ବିଭାଗ ଆକଳନ କରିଛି । ରାଜଧାନୀ  ଭୁବନେଶ୍ୱରରେ ରାତି ତାପମାତ୍ରା ୧୩  ଡିଗ୍ରୀ ରହିବ । ପାଣିପାଗ ବିଭାଗ ପୁଣି  ଆକଳନ କରିଛି, ସୋମବାରଠାରୁ  ରାତି ତାପମାତ୍ରା ସାମାନ୍ୟ ବଢ଼ିବ । କିଛି ସ୍ଥାନରେ ରାତି ତାପମାତ୍ରା ୨ରୁ  ୩ ଡିଗ୍ରୀ ବଢ଼ିବ । ଗୁରୁବାର ପାରଦ  ସବୁଠୁ କମ୍‌ ବା ୭.୨ଡିଗ୍ରୀ ଥିଲା।