ଭୁବନେଶ୍ୱର,୧୬/୦୧: ରାଜ୍ୟରୁ ଗାଏବ  ହୋଇଛି ଶୀତ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଏଥିପାଇଁ ଆଉ ଶୀତ ଅନୁଭୂତ ହେଉନି । ପାରାଦୀପରେ ରାତି  ତାପମାତ୍ରା ୧୮.୫ ଡିଗ୍ରୀ ରହିଥିଲା । ପୁରୀରେ ୧୮.୨,  ଗୋପାଳପୁରରେ ୧୮.୧ ଓ ଭୁବନେଶ୍ୱରରେ ୧୭.୫,  ଛତ୍ରପୁରରେ ୧୭.୪ ଡିଗ୍ରୀ ରହିଥିଲା ।

 ଆହୁରି ୪ ଦିନ ଏଭଳି ସ୍ଥିତି ରହିବ । ରବିବାର  ଯାଏ ବିଶେଷ ଶୀତ ଅନୁଭୂତ ହେବନି । କାଁ ଭାଁ କିଛି  ସ୍ଥାନରେ ଶୀତ ଅନୁଭୂତ ହେବ । ସୋମବାରଠାରୁ  ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ଫଳରେ  ଶୀତ ସାମାନ୍ୟ ବଢ଼ିପାରେ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । 

ରାଜ୍ୟର ଗୋଟିଏ ସ୍ଥାନରେ  ପାରଦ ୧୦ ଡିଗ୍ରୀ ତଳେ ରହିଛି । ଜି ଉଦୟଗିରିରେ  ରାତି ତାପମାତ୍ରା ୯.୫ ଡିଗ୍ରୀ ରହିଛି । ଦାରିଙ୍ଗିବାଡ଼ିରେ ୧୦.୫, ରାଉରକେଲାରେ ୧୧, ଝାରସୁଗୁଡ଼ାରେ  ୧୧.୬, ଫୁଲବାଣୀରେ ୧୨, ସୁନ୍ଦରଗଡ଼ରେ ପାରଦ  ୧୨.୭ ଡିଗ୍ରୀ ରହିଥିଲା । ଗୁରୁବାର ସୁନ୍ଦରଗଡ଼,  ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଓ କନ୍ଧମାଳରେ  ଘନ କୁହୁଡ଼ି ଦେଖାଦେଇପାରେ ବୋଲି ପାଣିପାଗ  ବିଭାଗ ଆକଳନ କରିଛି