ଭୁବନେଶ୍ୱର,୦୫/୧୨: ଆସନ୍ତା ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିପାରେ ।  ୭ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । ଫଳରେ ଅଧିକ ଶୀତ ଅନୁଭୂତ  ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ଦୁଇ ଦିନ କନ୍ଧମାଳ,  କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣର  କୁହୁଡ଼ି ଦୃଶ୍ୟମାନ ହୋଇପାରେ । 

ଆସନ୍ତା ୫ ତାରିଖରେ  ମାଲକାନଗିରି ଓ କୋରାପୁଟରେ ହାଲୁକା ବର୍ଷା ସମ୍ଭାବନା ଅଛି । ୬ରୁ ୧୦ ତାରିଖ  ଯାଏ ପାଗ ପ୍ରାୟତଃ ଶୁଖିଲା ରହିବ। କେବଳ ୮ ତାରିଖରେ ପଶ୍ଚିମ ଓ ଦକ୍ଷିଣ  ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । 

ଗତ ୨୪ ଘଣ୍ଟାରେ  କୋରାପୁଟ ବୋରିଗୁମାରେ ସର୍ବାଧିକ ୬୫.୪ମିମି ବର୍ଷା ହୋଇଛି । କୋଟପାଡ଼ରେ  ୭.୮, କୋରାପୁଟରେ ୬, ମାଲକାନଗିରିରେ ୫.୨ମିମି ବର୍ଷା ହୋଇଛି ।ମଙ୍ଗଳବାର  ରାଜ୍ୟର ସବୁ ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା ।