ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା

Published By : Prameya | December 5, 2024 7:25 AM

ଭୁବନେଶ୍ୱର,୦୫/୧୨: ଆସନ୍ତା ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିପାରେ ।  ୭ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । ଫଳରେ ଅଧିକ ଶୀତ ଅନୁଭୂତ  ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ଦୁଇ ଦିନ କନ୍ଧମାଳ,  କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣର  କୁହୁଡ଼ି ଦୃଶ୍ୟମାନ ହୋଇପାରେ । 

ଆସନ୍ତା ୫ ତାରିଖରେ  ମାଲକାନଗିରି ଓ କୋରାପୁଟରେ ହାଲୁକା ବର୍ଷା ସମ୍ଭାବନା ଅଛି । ୬ରୁ ୧୦ ତାରିଖ  ଯାଏ ପାଗ ପ୍ରାୟତଃ ଶୁଖିଲା ରହିବ। କେବଳ ୮ ତାରିଖରେ ପଶ୍ଚିମ ଓ ଦକ୍ଷିଣ  ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । 

ଗତ ୨୪ ଘଣ୍ଟାରେ  କୋରାପୁଟ ବୋରିଗୁମାରେ ସର୍ବାଧିକ ୬୫.୪ମିମି ବର୍ଷା ହୋଇଛି । କୋଟପାଡ଼ରେ  ୭.୮, କୋରାପୁଟରେ ୬, ମାଲକାନଗିରିରେ ୫.୨ମିମି ବର୍ଷା ହୋଇଛି ।ମଙ୍ଗଳବାର  ରାଜ୍ୟର ସବୁ ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.