ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ

Published By : Prameya | October 25, 2024 7:17 AM

ଭୁବନେଶ୍ୱର,୨୫/୧୦: ବାତ୍ୟା ଯିବା ପରେ ପୁଣି ଆଉ ଏକ  ଘୂର୍ଣ୍ଣିବଳୟ ଆସୁଛି । ସମ୍ଭବତଃ ଆସନ୍ତା ନଭେମ୍ବର ୫/୬ ତାରିଖବେଳକୁ ଉତ୍ତର ଆରବ ସାଗର ଓ ପାର୍ଶ୍ବବର୍ତ୍ତୀ  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା  ସମ୍ଭାବନା ଅଛି । ପାଣିପାଗ ବିଭାଗର  ଆଗାମୀ ଦୁଇ ସପ୍ତାହ ପାଇଁ ଜାରି  ହୋଇଥିବା ବିସ୍ତାରିତ ପୂର୍ବାନୁମାନରେ  ଏହି ସୂଚନା ଦିଆଯାଇଛି । ତେବେ  ସମ୍ଭାବ୍ୟ ଘୂର୍ଣ୍ଣିବଳୟ  ଅଧିକ ଘନୀଭୂତ ହୋଇ ନ ପାରେ । 

ବାତ୍ୟା ଦାନା ପ୍ରକୋପରେ ବର୍ଷା ଲାଗି ରହିବ ଶୁକ୍ରବାର । ଶନିବାର ମଧ୍ୟ  ଅନେକ ସ୍ଥାନରେ ବର୍ଷା ହେବ । ରବିବାରଠାରୁ ପାଗ ଫିଟିବା ସମ୍ଭାବନା ଅଛି । ଶୁକ୍ରବାର ବାତ୍ୟା ପ୍ରକୋପରେ ପ୍ରବଳରୁ  ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଅଧିକାଂଶ ସ୍ଥାନରେ ବର୍ଷା  ହେବ । ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,  ଖୋର୍ଦ୍ଧା, ଭଦ୍ରକ, ଢେଙ୍କାନାଳ, ଯାଜପୁର ଓ ପୁରୀରେ  ପ୍ରବଳରୁ ଅତି ପ୍ରବଳ ବର୍ଷା (୭୦ ମିଲିମିଟରରୁ ୨୦୦ ମିମି  ଯାଏଁ) ବର୍ଷା ହୋଇପାରେ । ଏପରିକି ସ୍ଥାନେ ସ୍ଥାନେ ୨୦୦  ମିମିରୁ ଅଧିକ ବର୍ଷା ଆଶଙ୍କା ରହିଛି । ଏହି ୯ ଜିଲ୍ଲାରେ  ରେଡ୍‌ ଆଲର୍ଟ ଜାରି କରାଯାଇଛି । 

କେନ୍ଦୁଝର, ମୟୂରଭଞ୍ଜ,  ବାଲେଶ୍ୱର, ନୟାଗଡ଼, ବୌଦ୍ଧ, ସୋନପୁରରେ ପ୍ରବଳରୁ  ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ୍‌  ୱାର୍ଣ୍ଣିଂ ଜାରି ହୋଇଛି । କନ୍ଧମାଳ, ଗଞ୍ଜାମ, ସମ୍ବଲପୁର,  ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ରେ ୭୦ରୁ ୧୧୦  ମିମି ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ  ଜାରି ହୋଇଛି । ୨୬ ତାରିଖରେ ବର୍ଷା ପ୍ରକୋପ କମିବ ।  ତଥାପି ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା  ଅଛି । ଉତ୍ତରରେ ଅଳ୍ପ କିଛି ଜାଗାରେ ବର୍ଷା ହୋଇପାରେ ।  ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି,  ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।  ୨୭ ତାରିଖରୁ ବିଶେଷ ବର୍ଷା ସମ୍ଭାବନା ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.