ଭୁବନେଶ୍ୱର,୦୮/୦୩: ଆହୁରି କଲବଲ କରିବା ତାତି। ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ଅଛି ।  ଆଗାମୀ ଦୁଇ ସପ୍ତାହ ଅର୍ଥାତ୍ ୮ରୁ ୨୦ ମାର୍ଚ୍ଚ ଯାଏ ଏହି ଅଞ୍ଚଳରେ ୩୩ ପ୍ରତିଶତ ଗ୍ରୀଷ୍ମପ୍ରବାହର ସମ୍ଭାବନା  । ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି ।  

ଶୁକ୍ରବାର ମାଲକାନଗିରିରେ ତାପମାତ୍ରା ସର୍ବାଧିକ  ୩୬.୩ଡିଗ୍ରୀ ରହିଥିଲା। ବୌଦ୍ଧ ଓ ଝାରସୁଗୁଡ଼ାରେ  ୩୬.୨, ସୁନ୍ଦରଗଡ଼ରେ ୩୫.୭, ସମ୍ବଲପୁରରେ  ୩୫.୪, ବଲାଙ୍ଗୀରରେ ୩୫.୨, ଅନୁଗୁଳରେ  ୩୫.୧ ଡିଗ୍ରୀ ରେକର୍ଡ ହୋଇଛି ।