ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା

Published By : Prameya | March 31, 2025 7:17 AM

ଭୁବନେଶ୍ୱର,୩୧/୦୨: ଆସନ୍ତା ୨ ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ । ୨ରୁ ୫ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

୨ ତାରିଖରେ କୋରାପୁଟ ଓ  ମାଲକାନଗିରିର କିଛି ସ୍ଥାନରେ ସ୍ୱଳ୍ପ  ବର୍ଷା ହୋଇପାରେ । ୩ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା,  ନବରଙ୍ଗପୁର ଓ କଳାହାଣ୍ଡିରେ ସ୍ୱଳ୍ପ  ବର୍ଷା ସମ୍ଭାବନା ଅଛି । ୪ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତିରେ  ବର୍ଷା ହେବ । ୫ରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ  ବର୍ଷା ହୋଇପାରେ। ଜଗତସିଂହପୁର,  ପୁରୀ ଓ ଗଞ୍ଜାମରେ ବର୍ଷା ସମ୍ଭାବନା ଅଛି । 

ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କେବଳ ଟିଟିଲାଗଡ଼, ସମ୍ବଲପୁର,  ଅନୁଗୁଳ, ବୌଦ୍ଧ ଓ ଭବାନୀପାଟଣାରେ  ତାପମାତ୍ରା ୪୦ ଡିଗ୍ରୀ ରହିବ । ଝାରସୁଗୁଡ଼ା,  ରାଉରକେଲା ଓ ସୁନ୍ଦରଗଡ଼, ବାରିପଦା  ଓ ଢେଙ୍କାନାଳରେ ୩୯, ନବରଙ୍ଗପୁର  ଓ ଚାନ୍ଦବାଲିରେ ତାପମାତ୍ରା ୩୮ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।  

ରବିବାର ବୌଦ୍ଧରେ ୪୧.୮, ଝାରସୁଗୁଡ଼ାରେ  ୪୧.୬, ସମ୍ବଲପୁରରେ ୪୧.୨, ହୀରାକୁଦ  ଓ ବଲାଙ୍ଗିରରେ ୪୧, ଭବାନୀପାଟଣାରେ ୪୦.୮, ସୁନ୍ଦରଗଡ଼ରେ ୪୦.୩ ଡିଗ୍ରୀ  ରେକର୍ଡ ହୋଇଛି । ଗତକାଲି ତୁଳନାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ଖସିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.