ଗଞ୍ଜାମ, ୭।୨: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଶପୁର ଗ୍ରାମରେ ବାହାଘର ଶୋଭାଯାତ୍ରାକୁ ନେଇ ତୁମୁଳ କାଣ୍ଡ l ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି l ବାହାଘର ପ୍ରସେସନ ଚାଲିଥିବା ବେଳେ କିଛି ଯୁବକ ମାତାଲ ଅବସ୍ଥାରେ ଗ୍ରାମର କିଛି ଘରକୁ ଇଟା ପଥର ଫୋପାଡ଼ିଥିଲେ l ଏହାକୁ ପ୍ରତିବାଦ କରିବାରୁ ଘରେ ପଶି ଖଣ୍ଡା ଏବଂ ଲୁହା ଛଡ଼ରେ ଆକ୍ରମଣ କରିଥିଲେ ।

​​​​​​​

ସୂଚନାନୁଯାୟୀ, ଏହି ଆକ୍ରମଣରେ ପ୍ରକାଶ ନାହାକ ସମିତି ସଭ୍ୟଙ୍କ ସହ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ବାଘାଳା ସମିତି ସଭ୍ୟ ପ୍ରକାଶ ନାହାକଙ୍କ ସମେତ ପ୍ରମୋଦ ନାହାକ, କୃଷ୍ଣ ନାହାକ, ରୋହିତ ନାହାକ ଓ ଶେଷଦେବ ନାହାକ ୪ ଜଣଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ ହୋଇଛି l ସମସ୍ତେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

ଆହୁରି ପଢ଼ନ୍ତୁ... ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ: ବିଷ ପିଇଲେ ପିଇଓ, ଏମ୍‌କେସିଜିରେ ଭର୍ତ୍ତି