ପୁରୀ,୧୮/୦୨: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି (ଶ୍ରୀମୁଖସିଂହାର)  ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଏହି ନୀତି ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ନୀତି ହେବ । 




ସାଧାରଣତଃ  ଅପରାହ୍ଣରୁ  ସନ୍ଧ୍ୟା ସମୟରେ ଏହି ନୀତି ହୋଇଥାଏ ।  ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ବନକଲାଗି  ସେବା କରିବେ । ଏହାଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର  ଶ୍ରୀବୃଦ୍ଧି ଘଟିଥାଏ । ବନକଲାଗି ପରେ ମହାସ୍ନାନ ପୂଜା  ବଢ଼ି ପୁନଃ ଦର୍ଶନ ଆରମ୍ଭ ହେବ । ଠାକୁରଙ୍କ ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ,  କେଶର, କର୍ପୂର, କଇଁଥ ଅଠା, କସ୍ତୁରୀ ଓ କଳା ଆଦି ଆବଶ୍ୟକ ହୋଇଥାଏ । ସେହି  ଦିନର ଠାକୁରଙ୍କ ନୀତି ଅନୁସାରେ ବନକଲାଗି ଓ ଦର୍ଶନ କଟକଣା ସମୟ ସ୍ଥିର ହେବ ।