ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

Westbengal: ପଶ୍ଚିମବଙ୍ଗର ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ କରିଲେ ବିବାହ; ୬୦ ବର୍ଷରେ ବାଛିଲେ ଜୀବନସାଥୀ

Published By : Bijay Swain | April 19, 2025 12:21 AM

Image courtesy: indiatoday

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ (୬୦) ଦଳୀୟ ସହଯୋଗୀ ରିଙ୍କୁ ମଜୁମଦାରଙ୍କୁ ବିବାହ କରିଛନ୍ତି। ଏପ୍ରିଲ ୧୮ ତାରଖରେ କୋଲକାତାର ନିଉ ଟାଉନସ୍ଥିତ ତାଙ୍କ ବାସଭବନରେ ଏକ ସାଦାସିଧା ବୈଦିକ ସମାରୋହରେ ଏହି ବିବାହ ସମ୍ପନ୍ନ ହୋଇଛି। ଏହା ଦିଲୀପଙ୍କ ପ୍ରଥମ ବିବାହ ଏବଂ ରିଙ୍କୁଙ୍କ ଦ୍ୱିତୀୟ ବିବାହ। ରିଙ୍କୁଙ୍କର ପୂର୍ବ ବିବାହରୁ ଜଣେ ପୁତ୍ର ଅଛନ୍ତି। 

ରିଙ୍କୁ ମଜୁମଦାର ବିଜେପିର ଜଣେ ସକ୍ରିୟ କର୍ମୀ ଏବଂ ମହିଳା ମୋର୍ଚ୍ଚା, ଓବିସି ଫ୍ରଣ୍ଟ ଓ ହସ୍ତତନ୍ତ ସେଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ବିବାହରେ କେବଳ ନିକଟ ଆତ୍ମୀୟମାନେ ଉପସ୍ଥିତ ଥିଲେ ବୋଲି ଜଣାପଡିଛି। 

ଦିଲୀପ ଘୋଷ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ମା’ଙ୍କ ଇଚ୍ଛା ଅନୁସାରେ ମୁଁ ବିବାହ କରିଛି। ଏହା ମୋ ରାଜନୈତିକ ଜୀବନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।” ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟମାନଙ୍କୁ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। ମମତା ଫୁଲତୋଡ଼ା ଓ ଶୁଭେଚ୍ଛା ପତ୍ର ପଠାଇ ଦିଲ୍ଲୀପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

ତୃଣମୂଳ ନେତା କୁନାଲ ଘୋଷ ଏକ୍ସରେ ମଜାଳିଆ ଢଙ୍ଗରେ କହିଛନ୍ତି, “ଦିଲୀପ ଓ ରିଙ୍କୁ ଇକୋ ପାର୍କରେ ସକାଳୁଆ ବୁଲିବା ସମୟରେ ପରିଚିତ ହୋଇଥିଲେ। ଏହି ପାର୍କ ମମତାଙ୍କ ସୃଷ୍ଟି, ତେଣୁ ଏହି ବିବାହରେ ମମତାଙ୍କର ମଧ୍ୟ ଅବଦାନ ରହିଛି।” 

ବିଜେପିର ରାଜ୍ୟ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଓ ଅନ୍ୟ ନେତା ଶୁଭେଚ୍ଛା ଜଣାଇଥିବା ବେଳେ, ବିରୋଧୀ ଦଳ ନେତା ଶୁବେନ୍ଦୁ ଅଧିକାରୀ କୈଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। 

ଦିଲୀପ ଘୋଷ ଆରଏସଏସରୁ ରାଜନୀତି ଆରମ୍ଭ କରି ୨୦୧୫ରେ ବିଜେପି ରାଜ୍ୟ ଅଧ୍ୟକ୍ଷ ହୋଇଥିଲେ। ୨୦୧୯ରେ ସେ ଖଡ଼ଗପୁରରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ୧୮ଟି ଆସନ ଜିତିଥିଲା। ସେ ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.