ନୂଆଦିଲ୍ଲୀ : ଆପଣ କେବେ ଏମିତି ସ୍ୱପ୍ନ ଦେଖିଛନ୍ତି କି, ନିଜ ଶେଯରେ ଆରାମରେ ଶୋଇଥିବେ ଏବଂ ତାହା ଆପଣା ଛାଏଁ ଆପଣଙ୍କୁ ଲକ୍ଷ୍ଯ ସ୍ଥଳରେ ପହଞ୍ଚାଇ ଦେବ ? ପଶ୍ଚିମବଙ୍ଗର ନବାବ ଶେଖ୍‌ ନାମଙ୍କ ବ୍ୟକ୍ତି ଏହି ସ୍ୱପ୍ନକୁ ବାସ୍ତବରେ ବଦଳାଇ ଦେଇଛନ୍ତି। ସେ ଏମିତି ଏକ କାରନାମା କରି ଦେଖାଇଛନ୍ତି ଯେ , ଯାହାକୁ ଦେଖି ଯେକେହି ଆଶ୍ଚର୍ଯ୍ୟ ହେଉଛନ୍ତି। ସେ ନିଜର ପୂରା ବେଡ୍‌କୁ କାର୍‌ରେ ପରିଣତ କରି ଦେଇଛନ୍ତି ଏବଂ ଏହାକୁ ନେଇ ସଡ଼କରେ ବାହାରିଛନ୍ତି। ଏହି ଦୃଶ୍ୟକୁ ଦେଖି ଲୋକେ ଆଶ୍ଚର୍ଯ୍ୟ , ତାଙ୍କର କହିବା ହେଲା କି , ଏହା କେବଳ ଭାରତରେ ହିଁ ସମ୍ଭବ। 

ଏହି ‘ବେଡ୍‌-କାର’ର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଏବେସୁଦ୍ଧା ୬୪ ମିଲିୟନରୁ ଅଧିକ ଥର ଦେଖା ଯାଇ ସାରିଛି। ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି କି, ଏକ ପୂରା ଡବଲ ବେଡ୍‌ – ଗଦି ,ଚାଦର , ତକିଆ ଓ ସବୁକିଛି ସଜା ହୋଇଛି, ସେ ଆରାମରେ ସଡ଼କରେ ଚଲାଉଛନ୍ତି। ତଳେ ୪ଟି ଚକ ଫିଟିଂ କରାଯାଇଛି ଏବଂ ଭିତରେ ଷ୍ଟୋରେଜ୍‌ ବକ୍ସରେ ବସିଛନ୍ତି। 


ନବାବ ଏହି ଶେଯ ଯୁକ୍ତ ଗାଡ଼ିକୁ ଷ୍ଟେୟରିଂ ଦ୍ୱାରା ଚଲାଉଛନ୍ତି ଏବଂ ତାଙ୍କ ଚାରିପାଖରେ ଯାଉଥିବା ବାଇକର ମାନେ ଭିଡ଼ିଓ କରିବାରେ ହିଁ ମସଗୁଲ ନଜର ଆସୁଛନ୍ତି। ରାସ୍ତାରେ ଏହି ଦୃଶ୍ୟ ଏମିତି ଥିଲା ଯେମିତି କୌଣସି ଫିଲ୍ମର ସିନ୍‌ ହେଉଛି। ଲୋକଙ୍କ ନଜରରେ ଯେମିତି ଯାଦୁ ହୋଇ ଯାଇଛି। ଏହି ନିଆରା ଫଟୋକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ନେଇ ଖୁବ୍‌ ମଜାଳିଆ ରିଆକ୍ସନ ଆସୁଛି। ଜଣେ ୟୁଜର ଲେଖିଛନ୍ତି , ଇଣ୍ଡିଆ ବିଗିନର୍ସ ପାଇଁ ନୁହେଁ। ସେଠାରେ ଆଉ ଜଣେ କହୁଛନ୍ତି , ଏହା ହେଉଛି ଅସଲ ଦେଶୀ ଯୁଗାଡର ଟାଲେଣ୍ଟ।