କୋଲକାତା, ୦୨/୦୫ : ଆଜି ପଶ୍ଚିମବଙ୍ଗରେ ସାନି ମତଦାନ। ୧୫ଟି ବୁଥ୍‌ରେ ଚାଲିଛି ରିପୋଲିଂ। ଦକ୍ଷିଣ ୨୪ ପ୍ରାଗଣା ଓ ଡାଇମଣ୍ଡ ହାର୍ବରର ୧୫ଟି ବୁଥ୍‌ ରେ ସାନି ଭୋଟ୍ ଚାଲିଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏହି ବୁଥ୍ ଗୁଡ଼ିକରେ ଭୋଟ୍ ଅନିୟମିତତା ହୋଇଥିବା ବିଜେପି ଅଭିଯୋଗ ଆଣିଥିଲା। ନିର୍ବାଚନ ଆୟୋଗ ଏହାକୁ ଦୁରୁତର ସହ ନେଇ ସାନି ନିର୍ବାଚନ ନେଇ ନିର୍ଦ୍ଦେଶ ଦେଇଥିଲେ। 

ବିଜେପିର ଅଭିଯୋଗ ଅନୁଯାୟୀ ଫଲତା ଅଞ୍ଚଳର ଏକ ମତଦାନ କେନ୍ଦ୍ରରେ ଇଭିଏମ୍ ରେ ପଦ୍ମ ଚିହ୍ନ ଉପରେ ଟେପ୍ ଲଗାଇଦିଆଯାଇଥିଲା। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଇଭିଏମ୍ ଟ୍ୟାମ୍ପରିଂ, ବୁଥ୍ କ୍ୟାପଚରିଂ ଏବଂ ରିଗିଂ ଅଭିଯୋଗ ଆଣି ଭୋଟର ଏବଂ ରାଜନୈତିକ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ତେବେ ଫଲତା ବିଧାନସଭା ନିର୍ବାଚନମଣ୍ଡଳୀର ଅତିରିକ୍ତ ୩୦ଟି ବୁଥରେ ପୁନଃ ମତଦାନ ହୋଇପାରେ। ଏନେଇ ନିର୍ବାଚନ କମିଶନ ଖୁବଶୀଘ୍ର କିଛି ନିଷ୍ପତ୍ତି ନେଇପାରନ୍ତି।  

ଏପ୍ରିଲ୍ ୨୯ ତାରିଖରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ଏହି ବୁଥଗୁଡ଼ିକରେ ଭୋଟ୍ ହୋଇଥିଲା। ହେଲେ ଭୋଟ୍ ଅନିୟମିତତା ଅଭିଯୋଗ ପରେ ନିର୍ବାଚନ କମିଶନ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୫୮(୨) ଅନୁଯାୟୀ ଏହାକୁ ବାତିଲ କରିଦେଇଛନ୍ତି। ଏହି ଧାରା ଅନୁଯାୟୀ ଯଦି କୌଣସି ମତଦାନ କେନ୍ଦ୍ରରେ EVM ତ୍ରୁଟି, ବୁଥ୍ କ୍ୟାପଚରିଂ, ହିଂସା କିମ୍ବା ଅନ୍ୟାନ୍ୟ ପ୍ରକ୍ରିୟାଗତ ଉଲ୍ଲଂଘନ ଭଳି ଗୁରୁତର ଅନିୟମିତତା ଘଟେ ତାହେଲେ ନିର୍ବାଚନ କମିଶନ ସେହି ବୁଥରେ ପୁନଃ ମତଦାନ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ।..

ଏହି ଖବରଟିକୁ ପଢନ୍ତୁ-  ଫଳାଫଳ ପୂର୍ବରୁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଦିଦି, ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ