ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟ୍ରେନରେ ଚଢିବାକୁ ଲାଗିଲା ଅଚାନକ ଭିଡ଼, ୯ ଆହତ

Published By : Gurupada Nath | October 27, 2024 12:09 PM

ନୂଆଦିଲ୍ଲୀ, ୨୭/୧୦ :  ମୁମ୍ବାଇର ବାନ୍ଦ୍ରା ଟର୍ମିନାଲରେ ଆଜି ସକାଳେ ଠେଲାପେଲା ଲାଗି ୯ଜଣ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ସକାଳ ୬ଟାବେଳେ ଘଟିଛି ।  ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ର ଅନୁସାରେ ୨ ଆହତଙ୍କ ଅବସ୍ଥା ଗୁରୁତର ହୋଇଥିବା କୁହାଯାଇଛି । ମୁମ୍ବାଇର ବାନ୍ଦ୍ରା ଟର୍ମିନାଲ ଷ୍ଟେଶନରେ ୧ନମ୍ବର ପ୍ଲାଟଫର୍ମରେ ଧାଁ ଦୌଡ଼ ହୋଇଥିଲା । ଟ୍ରେନରେ ଚଢିବା ସମୟରେ ହଠାତ୍ ଦୌଡ଼ାଦୌଡ଼ି ଲାଗିଥିଲେ କିଛି ଲୋକ । ଏହାପରେ ସମସ୍ତ ଆହତଙ୍କୁ ନିକଟସ୍ଥ ଭାଭା ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ଡାକ୍ତରଙ୍କ ଏକ ଟିମ୍ ସମସ୍ତ ଆହତଙ୍କ ଉପରେ ବାରମ୍ବାର ନଜର ରଖିଛି । 

ମୁମ୍ବାଇ ନଗର ନିଗମ ଅନୁସାରେ ଦୌଡ଼ାଦୌଡ଼ିରେ ଆହତ ହୋଇଥିବା ୯ଜଣଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣା ସକାଳ ୫ଟା ୫୬ମିନିଟରେ ବାନ୍ଦ୍ରା ଟର୍ମିନାଲରେ ହୋଇଥିଲା । ଉକ୍ତ ସମୟରେ ଟ୍ରେନ ୨୨୯୨୧ ବାନ୍ଦ୍ରା- ଗୋରଖପୁର ଏକ୍ରପ୍ରେସରେ ଚଢିବା ଲାଗି ଠେଲାପେଲା ଲାଗିଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.