ନୂଆଦିଲ୍ଲୀ,୦୮/୦୭: ବୟସ ଜାଲିଆତି କରିବା ଅଭିଯୋଗରେ ୩୦ଜଣ ଜୁନିୟର କୁସ୍ତିଯୋଦ୍ଧାଙ୍କୁ ସସପେଣ୍ଡ୍ କରିଛି ଡବ୍ଲ୍ୟୁଏଫ୍ଆଇ (ଭାରତୀୟ କୁସ୍ତି ସଂଘ) । ନକଲି ଜନ୍ମ ପ୍ରମାଣ ପତ୍ର ଦେଇ ଜୁନିୟର ବର୍ଗରେ କିଛି କୁସ୍ତିଯୋଦ୍ଧା ଖେଳୁଥିବା ବିଷୟରେ ୪୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ରହିଥିଲା । ଡବ୍ଲ୍ୟୁଏଫ୍ଆଇ ଅଭିଯୋଗର ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ୩୦ଜଣଙ୍କୁ ସସପେଣ୍ଡ୍ କରିଛି ।
ହରିୟାଣାର କିଛି କୁସ୍ତିଯୋଦ୍ଧା ମିଥ୍ୟା ଜନ୍ମ ପ୍ରମାଣ ପତ୍ର ଦେଇ ଗତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଭାଗ ନେଇଥିଲେ । ସେମାନେ ଦିଲ୍ଲୀରେ ଜନ୍ମ ହୋଇଥିବା ଦର୍ଶାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପଦକ ମଧ୍ୟ ଜିତିଥିଲେ । ରୋହିଣୀ ଓ ନରେଲାରେ ଜନ୍ମ ପ୍ରମାଣ ପତ୍ର ଦେଇ କୁସ୍ତିଯୁଦ୍ଧାମାନେ ଜୁନିୟର ବର୍ଗର ବିଭିନ୍ନ ପ୍ରତିଯୋଗିତାରେ କିଛି ବର୍ଷ ହେଲା ଭାଗ ନେଇ ଆସୁଛନ୍ତି ।