ନୂଆଦିଲ୍ଲୀ, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୫-୨୬ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ୍ । ନିର୍ମଳା ସୀତରମମ ଲଗାତାର ଅଷ୍ଟମ ଥର ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି । ସାଧାରଣ ବଡେଟ୍‌ରେ ଅର୍ଥମନ୍ତ୍ରୀ ସମସ୍ତ ବର୍ଗର ଲୋକଙ୍କ ସମସ୍ୟାକୁ ନଜରରେ ରଖି ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୫-୨୬ ବଜେଟ୍‌ରେ ଏକାଧିକ ଔଷଧ ଉପରେ କଷ୍ଟମ ଡ୍ୟୁଟି ଟ୍ୟାକ୍ସ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି । ୨୦୨୫-୨୬ ବଜେଟ୍‌ରେ କ’ଣ ଶସ୍ତା ? କ’ଣ ମହଙ୍ଗା ? 



                       କ’ଣ ଶସ୍ତା ?

                                  କ’ଣ ମହଙ୍ଗା ?                         

  • ୩୬ କ୍ୟାନସର ଔଷଧ ଶସ୍ତା
  • ଇଣ୍ଟରାକ୍ଟିଭ୍ ଡିସପ୍ଲେ ପାନେଲ୍
  • ମେଡିକାଲ ଉପକରଣ
  • ପ୍ରିମିୟମ୍ ଟିଭି
  • ଏଲ୍‌ସିଡି-ଏଲ୍‌ଇଡି ଟିଭି 
  • ହାତବୁଣା କପଡ଼ା
  • ସ୍ୱଦେଶୀ କପଡ଼ା

 

  • ସ୍ମାର୍ଟଫୋନ୍

 

  • ଇଭି ଓ ମୋବାଇଲ ଫୋନ୍ ବ୍ୟାଟେରୀ

 

  • ଇଲେକ୍ଟ୍ରୋନିକ୍ କାର୍

 

  • ସାମୁଦ୍ରିକ ଉତ୍ପାଦ

 

  • ଫ୍ରୋଜେନୱ୍ ଫିଷ୍ଟ ପେଷ୍ଟ

 

  • ୮୨ ସାମଗ୍ରୀ ଉପରେ ସେସ୍ ହଟାଇ ଦିଆଯାଇଛି

 

  • ଲେଦର ଜ୍ୟାକେଟ୍, ଜୋତା, ବେଲ୍ଟ, ପର୍ସ ଆଦି ଶସ୍ତା

 

  • ଭାରୀଯାନ

 

କେଉଁ କେଉଁ ଜିନିଷ ଶସ୍ତା ?

ସାମୁଦ୍ରିକ ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ଟ୍ୟାକ୍ସ ୩୦ ପ୍ରତିଶତରୁ ୫ ପ୍ରତିଶତ ହ୍ରାସ କରିଦିଆଯାଇଛି । ଫ୍ରୋଜେନ୍ ଫିସ୍ ପେଷ୍ଟ ଉପରେ କଷ୍ଟମ ଡ୍ୟୁଟିକୁ ୧୫ ପ୍ରତିଶତରୁ ୫ ପ୍ରତିଶତ କରିଦିଆଯାଇଛି । ସେହିଭଳି ଏଲ୍‌ଇଡି ଓ ଏଲ୍‌ସିଡି ଟିଭି ଉପରେ ଲଗାଯାଇଥିବା କଷ୍ଟମ ଡ୍ୟୁଟିକୁ ହ୍ରାସ କରାଯାଇଛି । ଲିଥିୟମ୍ ଆୟନ ବ୍ୟାଟେରୀ ଶସ୍ତା ହୋଇଛି । ଇଲେକ୍ଟ୍ରୋନିକ୍ ଯାନବାହାନ ଓ ଫୋନ ବ୍ୟାଟେରୀ ମଧ୍ୟ ଶସ୍ତା ହୋଇଛି । 

କେଉଁ କେଉଁ ଜିନିଷ ମହଙ୍ଗା ?

ବଜେଟ୍ ୨୦୨୫ରେ ଇଣ୍ଟରାକ୍ଟିଭ୍ ଡିସପ୍ଲେ ପାନେଲ୍ ଉପରେ କଷ୍ଟମ ଡ୍ୟୁଟି ବଢ଼ାଇ ଦିଆଯାଇଛି । ଏହାକୁ ୧୦ ପ୍ରତିଶତରୁ ବୃଦ୍ଧି କରି ୨୦ ପ୍ରତିଶତ କରିଦିଆଯାଇଛି । ଅନ୍ୟପଟେ ଏଲ୍‌ସିଡି ଓ ଏଲ୍‌ଇଡି ଟିଭି ଶସ୍ତା ହୋଇଥିବା ବେଳେ ଓପନ୍ ସେଲ୍ସ ଓ କମ୍ପୋନେଣ୍ଟସ୍ ଉପରୁ ଡ୍ୟୁଟି ଟ୍ୟାକ୍ସ ହଟାଇ ଦିଆଯାଇଛି । କିନ୍ତୁ, ପ୍ରିମିୟମ୍ ଟିଭି କିଣିବା ମହଙ୍ଗା ହେବ । ହାତବୁଣା କପଡ଼ା ବି ମହଙ୍ଗା ହେବ ।