ନୂଆଦିଲ୍ଲୀ : ସିବିଆଇର ସେହି ଅଧିକାରୀ , ଯିଏକି ୯୦ ଦଶକରେ ଲୋକଙ୍କ ମଧ୍ୟରେ ‘ଟାଇଗର’ ଭାବେ ପରିଚିତ ଥିଲେ। ସେହି ଆଇପିଏସ ଅଫିସର , ଯାହାଙ୍କର ଗୋଟିଏ ନିଷ୍ପତ୍ତି ଇନ୍ଦ୍ର କୁମାର ଗୁଜରାଲ ସରକାରଙ୍କର ମୂଳଦୁଆକୁ ଦୋହଲାଇ ଦେଇଥିଲା। ସିବିଆଇର ସେହି ନିର୍ଦ୍ଦେଶକ,ଯିଏକି ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଜେଲ୍ ପଠାଇ ଦେଇଥିଲେ। ଆସନ୍ତୁ ଜାଣିବ ଏହି ସଚ୍ଚୋଟ ଆଇପିଏସ୍ ଅଫିସରଙ୍କ ବିଷୟରେ, ଯେବେ ସେ ସିବିଆଇ ନିର୍ଦ୍ଦେଶକ ହୋଇଥିଲେ ତ ତାଙ୍କର ଚୌକି କେମିତି ଚାଲି ଯାଇଥିଲା ?
ଭାରତୀୟ ପୁଲିସ ସେବା ଓ ତଦନ୍ତକାରୀ ସଂସ୍ଥାର ଇତିହାସରେ ଆଇପିଏସ୍ ଅଧିକାରୀ ଯୋଗିନ୍ଦର ସିଂହଙ୍କର ନାମ ଏକ ଏମିତି ଅଧ୍ୟାୟ ପରି , ଯିଏକି ସାବ୍ୟସ୍ତ କରିଥିଲେ ଯେ, ଜଣେ ସଚ୍ଚୋଟ ଅଫିସର ଯଦି କାର୍ଯ୍ୟ ପ୍ରତି ନିଷ୍ଠାବାନ ହୋଇଯାଏ ତ , ବଡ଼ ବଡ଼ ଜଣାଶୁଣା ବ୍ୟକ୍ତିଙ୍କର ନିଦ ବି ହଜି ଯାଇ ପାରେ। ଯୋଗିନ୍ଦର ସିଂହ ସିବିଆଇର ୧୭ତମ ଡାଇରେକ୍ଟର ଥିଲେ ଏବଂ ତାଙ୍କର ସ୍ପଷ୍ଟବାଦୀତା ଯୋଗୁଁ ତାଙ୍କୁ ‘ଟାଇଗର ’ କୁହାଯାଉ ଥିଲା। କିନ୍ତୁ ତାଙ୍କର ଚୌକି ସେତେବେଳେ ଚାଲି ଗଲା , ଯେବେ ସେ ଭୂପୃଷ୍ଠ ଠାରୁ ୩୦,୦୦୦ ଫୁଟ୍ ଉଚ୍ଚତାରେ ଏବଂ ଭାରତ ଠାରୁ ହଜାର ହଜାର କିଲୋମିଟର ଦୂରରେ ଥିଲେ।
ଆହୁରି ମଧ୍ୟ ପଢନ୍ତୁ :ସ୍କାଉଟିଂରୁ ମସାଜ ଯାଏ... ଯୁବତୀଙ୍କୁ ଏହି ଉପାୟରେ ଆକର୍ଷିତ କରୁଥିଲେ ଏପଷ୍ଟିନ ; ବିସ୍ତୃତରେ ଜାଣନ୍ତୁ
ଯୋଗିନ୍ଦର ସିଂହଙ୍କ ସହ ଯାହା ହୋଇଥିଲା ,ଏହାକୁ ଭାରତୀୟ ଅମଲାତନ୍ତ୍ରର ସବୁଠୁ ଅପମାନଜନକ ଟ୍ରାନ୍ସଫର ଭାବେ ବିବେଚନା କରାଯାଏ। ୧୪ ଜୁଲାଇ ୧୯୯୭ରେ ଇଣ୍ଡିଆ ଟୁଡେର ଏକ ଆଲେଖ୍ୟରେ ଯୋଗିନ୍ଦର ସିଂହଙ୍କ ବିଷୟରେ ଏକ ଏମିତି ଖୁଲାସା ହେଲା , ଯେଉଁଥିରୁ ଜଣାପଡ଼ିଲା ଯେ, ସେହି ସମୟରେ ଗୁଜରାଲ ସରକାର ସହ ତାଙ୍କର ସଂପର୍କ କେମିତି ଥିଲା ?
ତାରିଖ ଥିଲା ୩୦ ଜୁନ୍ ଓ ୧ ଜୁଲାଇ ୧୯୯୭ର । ଯୋଗିନ୍ଦର ସିଂହ ପ୍ୟାରିସରୁ ଦିଲ୍ଲୀ ଫେରୁ ଥିଲେ। ଯେବେ ତାଙ୍କର ବିମାନ ଆକାଶରେ ୩୦ହଜାର ଫୁଟର ଉଚ୍ଚତାରେ ଥିଲା,ସେତେବେଳେ ଦିଲ୍ଲୀରେ ତାଙ୍କର ବଦଳି ନିର୍ଦ୍ଦେଶ ଲେଖା ହେଉଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ତାଙ୍କର ବିମାନ ଫ୍ରାଙ୍କଫର୍ଟରେ ଅଟକି ଥିଲା ଏବଂ ସେ ନିର୍ଦ୍ଧାରିତ ସମୟରୁ ୨୪ ଘଣ୍ଟା ବିଳମ୍ୱରେ ଅର୍ଥାତ୍ ୧ ଜୁଲାଇ ସକାଳ ୪ଟାରେ ଦିଲ୍ଲୀର ଆଇଜିଆଇ ଏୟାରପୋର୍ଟରେ ପହଞ୍ଚିବା ପରେ, ତାଙ୍କୁ ରିସିଭ୍ କରିବାକୁ ଯାଇଥିବା ଅଫିସର ତାଙ୍କ କାନ୍ରେ ଧିରେ ଭାବେ କହିଥିଲେ – ସାର୍ ଏବେ ଆଉ ଆପଣ ସିବିଆଇ ଡାଇରେକ୍ଟର ପଦରେ ନାହାନ୍ତି। ଆପଣଙ୍କୁ ସରକାର ହୋମ୍ ମିନିଷ୍ଟ୍ରୀରେ ପେନସନ ଓ ସ୍ୱାଧୀନତା ସଂଗ୍ରାମୀ ବିଭାଗର ସ୍ପେଶାଲ ସେକ୍ରେଟାରୀ କରାଯାଇଛି।
ଯୋଗିନ୍ଦର ସିଂହଙ୍କ କାର୍ଯ୍ୟକାଳର ସବୁଠୁ ବଡ଼ ଆଲୋଚନା ୯୫୦ କୋଟି ଟଙ୍କାର ଚାରା ଘୋଟାଲାକୁ ନେଇ ଥିଲା। ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ। ଯୋଗିନ୍ଦର ସିଂହ କୌଣସି ରାଜନୀତିର ଚାପର ବଶବର୍ତ୍ତୀ ନହୋଇ ଲାଲୁ ଯାଦବଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ଏବଂ ତାଙ୍କର ଗିରଫକୁ ସବୁଜ ସଙ୍କେତ ଦେଇ ସାରିଥିଲେ। ସିବିଆଇର ବରିଷ୍ଠ ଅଧିକାରୀଙ୍କ ଅନୁସାରେ , ଯୋଗିନ୍ଦର ସିଂହ ଲାଲୁଙ୍କ ଗିରଫଦାରୀର ରାସ୍ତା ସ୍ପଷ୍ଟ କରିଦେଇ ଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ଆଇ.କେ ଗୁଜରାଲ ତାଙ୍କର ସରକାରରୁ ରକ୍ଷା କରିବା ପାଇଁ ଲାଲୁଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନଥିଲେ । ଏହି ସ୍ଥିତିରେ ଯୋଗିନ୍ଦର ସିଂହ ଓ ସରକାର ମଧ୍ୟରେ ବ୍ୟବଧାନ ବଢି ଯାଇଥିଲା।