ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଇପିଏଲ ୨୦୨୫ ସ୍ଥଗିତ ହେବା ପରେ ବିସିସିଆଇକୁ ଜୋରଦାର ଝଟକା, ପ୍ରତି ମ୍ୟାଚ୍ ପ୍ରତି ହୋଇପାରେ ଏତିକି କ୍ଷତି

Published By : Harapriya Biswal | May 10, 2025 4:51 PM

ନୂଆଦିଲ୍ଲୀ,୧୦।୫: ଭାରତ ଓ ପାକିସ୍ତାନ ବିବାଦ ଭିତରେ ଆଇପିଏଲ୍‌ ଏକ ସପ୍ତାହ ପାଇଁ ସ୍ଥଗିତ ହୋଇଛି। ବିସିସିଆଇ ସ୍ପଷ୍ଟ ଭାବରେ କହିଛି ଯେତେବେଳେ ଦେଶରେ ଯୁଦ୍ଧ ସ୍ଥିତି ରହିଥାଏ କ୍ରିକେଟ ଭଲ ଲାଗେନି। ତେବେ ଏହା ସତ ଯେ, ଆଇପିଏଲ୍ ସ୍ଥଗିତ ହେବା ଫଳରେ ବଡ଼ ଧରଣର କ୍ଷତି ସହିବାକୁ ପଡିଛି। ଏହି ଝଟକା କେବଳ ବିସିସିଆଇ କିମ୍ବ ଆଇପିଏଲ ନୁହେଁ, ବଂର ଏହା ସହ ଜଡିତ ସବୁ ଲୋକଙ୍କର କ୍ଷତି ହୋଇଛି। ଏଥିରେ ଭେଣ୍ଡର୍ସ,ଆଇପିଏଲ ମ୍ୟାଚ୍‌ ଥିବା ସହର, ବହୁ ଛୋଟ ବଡ଼ ବେପାରୀ ମଧ୍ୟ ସାମିଲ ଅଛନ୍ତି। 

ଉଲ୍ଲେଖନୀୟ ଯେ, ଏବେ ଆଇପିଏଲର ୧୬ ମ୍ୟାଚ୍ ବାକି ଅଛି, ଯେଉଁଥିରେ ୪ଟି ପ୍ଲେ ଅପ୍‌ ମ୍ୟାଚ୍ ରହିଛି। ତେବେ ଦେଶ ଯେଉଁ ସ୍ଥିତି ଦେଇ ଗତି କରୁଛି, ତ ଆଗରେ କୌଣସି କ୍ଷତିର କିଛି ମୂଲ୍ୟ ନାହିଁ। ଏହାପରେ ବି ଅନୁମାନ କରାଯାଉଛି ଯେ, ଆଇପିଏଲ ଏଭଳି ସ୍ଥଗିତ ହେବାପରେ ବିସିସିଆଇକୁ ପ୍ରତି ମ୍ୟାଚ୍ ପ୍ରତି ପ୍ରାୟ ୧୦୦ ରୁ ୧୨୫ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇପାରେ। 

ଏମିତିବି  ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ପୁରା ଚେଷ୍ଟା କରୁଛି ଯେ, ଆଇପିଏଲ ଖୁବ୍ ଶୀଘ୍ର ଆରମ୍ଭ ହେବ। ତେବେ ପୁଣିଥରେ ଆରମ୍ଭ ହେବାପରେ ଆଇପିଏଲ କିଭଳି ଭାବରେ ଆଗକୁ ବଢିବ ଏହା ଦେଖିବା ବାକି ରହିଲା। ଏହି କାରଣରୁ ସବୁ ଫ୍ରାଞ୍ଚାଇଜମାନେ ବିଦେଶୀ ଖେଳାଳି, କୋଚ୍ ଓ ସପୋର୍ଟ ଷ୍ଟାଫଙ୍କ ସଂଖ୍ୟା ଖୁବ୍ ଅଧିକ। ଭାରତ-ପାକିସ୍ତାନ ଭିତରେ ବିବାଦ ବଢିବା ପରେ ସବୁ ବିଦେଶୀ ଖେଳାଳି ଓ ଷ୍ଟାଫ୍ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି। ତେବେ ତାଙ୍କ ଭିତରୁ ସବୁ ଖେଳାଳି ଓ ଅନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କୁ ଭାରତୀୟ କ୍ରିକେଟ ବୋର୍ଡ ଉପରେ ଖୁବ୍ ଅଧିକ ଭରସା ରହିଛି। ଏଭଳି ସ୍ଥିତିରେ  ଯଦି ନ୍ୟାସନାଲ ଡ୍ୟୁଟି ନଆସେ ତେବେ ସେମାନେ ଆଇପିଏଲର ବାକି ମ୍ୟାଚ୍‌ ପାଇଁ ଭାରତ ଫେରିବାକୁ ଚାହିଁବେ। ତା ଛଡା ଆହୁରି ଆଶଙ୍କା ରହିଛି ଯଦି ସ୍ଥିତି ନିୟନ୍ତ୍ରଣରେ ନରହେ , ଆଇପିଏଲ ୨୦୨୫ ସମ୍ପୂର୍ଣ୍ଣ ଭାବରେ ରଦ୍ଦ ହୋଇଯାଏ ତେବେ କ’ଣ ହେବ ? ଏଭଳି ସ୍ଥିତି ଅନୁମାନ କରାଯାଉଛି ଯେ, ଆୟୋଜକ ପ୍ରସାରକଙ୍କୁ ଅନୁମାନିତ ୫,୫୦୦ କୋଟି ଟଙ୍କାର ବିଜ୍ଞାପନ ରାଜସ୍ବର ଏକ ତୃତୀୟାଶରଂ ଅଧିକ ଛାଡିବାକୁ ହେବ। ସମସ୍ତ ୧୦ ଫ୍ରାଞ୍ଚାଇଜ ଉପରେ ଏହାର ପ୍ରଭାବ ପଡିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.