ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତରେ ମଧ୍ୟ ପ୍ରବେଶ କରିପାରେ ଏହି ପ୍ରାଣଘାତୀ ଭାଇରସ , ସଂକ୍ରମିତ ବ୍ୟକ୍ତିର ପ୍ରାଇଭେଟ୍ ପାର୍ଟରୁ ମଧ୍ୟ ବାହାରେ ରକ୍ତ

Published By : Prameya | October 5, 2024 7:44 PM

ନୂଆଦିଲ୍ଲୀ : କରୋନା ପରେ ଆଉ ଏକ ପ୍ରାଣଘାତୀ ଭାଇରସର ପ୍ରକୋପ ସାମନାକୁ ଆସିଛି। ରୱାଣ୍ଡାରେ ଏହି ଭାଇରସ କାରଣରୁ ଲୋକଙ୍କ ଜୀବନ ଚାଲି ଯାଉଛି। ଗୁରୁବାର ରିପୋର୍ଟ ମୁତାବିକ ,ରୱାଣ୍ଡାରେ ଏହି ଭାଇରସ କାରଣରୁ ୧୧ଜଣ ଲୋକଙ୍କ ଜୀବନ ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଭାଇରସ ପାଇଁ କ୍ଲିନିକାଲ ଟ୍ରାଏଲର ଆଦେଶ ଦେଇଛନ୍ତି ଯେ, ଯାହାକି ଏଥିରେ ଭାକ୍ସିନ ପ୍ରସ୍ତୁତ କରାଯାଇ ପାରିବ। ସୂଚନା ଅନୁସାରେ ,  ମାରବର୍ଗ ଇବୋଲା ଫ୍ୟାମିଲିର ହିଁ ଭାଇରସ। ହେଲେ ଏହା ଇବୋଲା ଠାରୁ ମଧ୍ୟ ଅଧିକ ବିପଜ୍ଜନକ।

ମାରବର୍ଗ ଭାଇରସ କଣ ? 

ମାରବର୍ଗ ଖୁବ୍‌ ସଂକ୍ରାମକ ରୋଗ। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର କହିବାନୁସାରେ, ଏହି ଭାଇରସ ଅଧିକ ପ୍ରାଣଘାତୀ। ଇବୋଲା ଓ ମାରବର୍ଗ ଉଭୟ ହିଁ ଫିଲୋଭାଇରସ ପରିବାରର ଭାଇରସ। ୧୯୬୭ ମସିହାରେ ମାରବର୍ଗ ପ୍ରଥମ ଥର ଚିହ୍ନଟ ହୋଇଥିଲା। ଆଫ୍ରିକାରେ ଏହି ଭାଇରସର ପ୍ରକୋପ ଦେଖିବାକୁ ମିଳିଥିଲା। କୁହାଯାଏ କି, ଏହି ଭାଇରସର ମାଙ୍କଡ଼ଙ୍କ ସହ ସମ୍ୱନ୍ଧ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବାନୁସାରେ, ଏହି ଭାଇରସରେ ମୃତ୍ୟୁ ହାର ୨୪ରୁ ୮୮ ପ୍ରତିଶତ ମଧ୍ୟରେ ହୋଇପାରେ। ଭାଇରସର ସଂକ୍ରମଣରେ ଆସୁଥିବା ପାଖାପାଖି ଅଧା ଲୋକଙ୍କ ମୃତ୍ୟୁ ହୋଇଥାଏ।

ଏହି ଭାଇରସ ଘୁଷୁରୀ ଓ ଆଫ୍ରିକୀୟ ଗ୍ରିନ୍‌ ମଙ୍କିଙ୍କୁ ମଧ୍ୟ ସଂକ୍ରମତି ହୋଇଥାଏ। ଏହି ଭାଇରସ ଶାରୀରିକ ତରଳ ପଦାର୍ଥ ଭଳି ବାନ୍ତି, ରକ୍ ଓ ଲାଳ ଦ୍ୱାରା ବ୍ୟାପି ଥାଏ। ଏହା ବ୍ୟତୀତ ସଂକ୍ରମିତ ସିମେନରେ ମଧ୍ୟ ଏହା ବ୍ୟାପି ଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ କରାଯାଇ ଥିବା ତରଳ ପଦାର୍ଥର ସଂପର୍କରେ ଆସିବା ଦ୍ୱାରା ମଧ୍ୟ ଏହି ଭାଇରସ ସଂକ୍ରମିତ କରି ପାରେ।

ଏହି ଭାଇରସର ସଂକ୍ରମଣ ହେବା ଦ୍ୱାରା ଖୁବ୍‌ ଜ୍ୱର ହୋଇଥାଏ, ଯାହାକି  ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚାଇ ପାରେ। ଏହି ସଂକ୍ରମଣରେ ଡେଙ୍ଗୁ ବା ୟେଲୋ ଫିଭର ଭଳି ଲକ୍ଷଣ ଦେଖାଯାଏ। ଭାଇରସର ସ୍ଥାନରୁ ଅଲଗା ଅଲଗା ଅଙ୍ଗ ଦ୍ୱାରା ରକ୍ତ ସ୍ରାବ ହେବାକୁ ଲାଗେ। ୫ରୁ ୨୧ ଦିନ ଭିତରେ ଏହାର ଲକ୍ଷଣ ଦେଖା ଦେଇ ଥାଏ। ନାକରୁ ରକ୍ତ ବାହାରିବା , ପ୍ରାଇଭେଟ୍‌ ପାର୍ଟରୁ ରକ୍ତ ବାହାରିବା ଓ ବାନ୍ତି ହେବା ଆଦି ଏହାର ଲକ୍ଷଣ। ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ଥିବା ଲୋକ ଭାଇରସର ପ୍ରଭାବରେ ଖୁବ୍ ଶୀଘ୍ର ଆସିଥା'ନ୍ତି।

ବିଶେଷଜ୍ଞଙ୍କ ମୁତାବିକ ଏହି ଭାଇରସର ପ୍ରସାରକୁ ନିୟନ୍ତ୍ରିତ କରାଯାଇ ପାରେ। ଏହି ଭାଇରସ ବାଦୁଡ଼ି ଓ ସେମାନଙ୍କର ୟୁରିନରୁ ମଧ୍ୟ ବ୍ୟାପି ପାରେ। ଏଥିରେ ପର୍ଯ୍ୟାପ୍ତ ଶୋଇବା, ହାଇଡ୍ରେଟେଡ୍‌ ରହିବା, ଅକ୍ସିଜେନ ଓ ବ୍ଲଡ୍ ପ୍ରେସରକୁ ନିରନ୍ତର ମାପିବା ଉଚିତ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.