ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ରତନ ଟାଟାଙ୍କ ନିଧନ ପରେ ଏବେ କଣ କରୁଛନ୍ତି ଶାନ୍ତନୁ ନାଇଡୁ ? କେମିତି ବିତାଉଛନ୍ତି ସମୟ

Published By : Prameya | December 6, 2024 7:17 PM

ନୂଆଦିଲ୍ଲୀ : ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ନିଧନ ସମୟରେ ଖୁବ୍‌ ଚର୍ଚ୍ଚାରେ ଥିଲେ ଶାନ୍ତନୁ ନାଇଡୁ। ରତନ ଟାଟାଙ୍କର ଅନ୍ତିମ ସମୟରେ ସେ ହିଁ ତାଙ୍କର ଅତି ନିକଟତର ଥିଲେ। ଏବେ ଟାଟାଙ୍କର ଅବର୍ତ୍ତରେ ସେ କଣ କରୁଛନ୍ତି ? ଶାନ୍ତନୁ ନିଜେ କହିଛନ୍ତି ନିଜ ଦୈନିକ ଜୀବନର କାର୍ଯ୍ୟ ପନ୍ଥା ବିଷୟରେ। ସେ ଏବେ କୌଣସି ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି। ଏନେଇ ସେ ଲିଙ୍କଡଇନ୍‌ରେ ଏହାର ସୂଚନା ଦେଇଛନ୍ତି। ଶାନ୍ତନୁ ନାଇଡୁ ନିଜର ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ସେ ଏବେ ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି, ଯାହାକୁ ପ୍ରଥମେ ମୁମ୍ୱାଇରେ ଲଞ୍ଚ କରାଯାଇ ଥିଲା ଏବଂ ଏବେ ଏହାକୁ ଜୟପୁର ନେବାରୁ ପ୍ରସ୍ତୁତି ଚାଲିଛି। 

ଶାନ୍ତନୁ ନାଇଡୁଙ୍କର ଏହି ପ୍ୟାଶନ ପ୍ରୋଜେକ୍ଟ ହେଉଛି 'ବୁକିଜ୍‌’ , ଯାହା ଏକ ସାଇଲେଣ୍ଟ ରିଡିଂର ସୁବିଧା ପ୍ରଦାନ କରିଥାଏ। ବୁକିଜ୍‌ , ଏକ ପଢୁଥିବା ଗୋଷ୍ଠୀ, ଯେଉଁ ଲୋକ ସାର୍ବଜନିକ ସ୍ଥାନରେ ଏକାଠି ହୋଇ ଚୁପଚାପ୍‌ ପଢିଥାନ୍ତି। ଏହାର ବିସ୍ତାର ଏବେସୁଦ୍ଧା ବେଙ୍ଗାଲୁରୁ ଓ ପୁଣେରେ କରାଯାଇ ସାରିଛି। ଏବେ ଟାଟାଙ୍କର ମାର୍ଗଦର୍ଶନରେ ନାଇଡୁ ନିଜର ମିଶନକୁ ଜୟପୁର ନେଇ ଯାଉଛନ୍ତି। 

ଲିଙ୍କଡଇନ୍‌ରେ ଜୟପୁର ଲଞ୍ଚ କରିବାର ଘୋଷଣା କରି ନାଇଡୁ ନିଜର ଉତ୍ସାହ ବ୍ୟକ୍ତ କରିଛନ୍ତି। ସେ ନିଜର ପୋଷ୍ଟରେ ଲେଖିଛନ୍ତି , ଜୟପୁର, ଏବେ ସମୟ ଆସି ଗଲା। ଆମେ ଆପଣଙ୍କୁ ରବିବାର ୮ ତାରିଖରେ ଜୟପୁର ବୁକିଜ୍‌ ରେ ଦେଖିବୁ। ଲଞ୍ଚ ପାଇଁ ନିମ୍ନରେ ସାଇନ୍‌ ଅପ୍‌ କରନ୍ତୁ । ମୁଁ ଖୁବ୍ ଉତ୍ସାହିତ ଅଛି ।

୮ ଡିସେମ୍ୱରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଠକଙ୍କୁ ସାଇଲେଣ୍ଟ ରିଡିଂ ଗ୍ରୁପ୍‌ରେ ସାମିଲ ହେବା ଓ ନିଜକୁ ଏଥିରେ ରେଜିଷ୍ଟର୍ଡ କରିବାର ସୁଯୋଗ ଦେଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.