ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଆପଣ ଥାଇରଏଡ୍ ରୋଗରେ ପୀଡିତ କି ?ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ଖାଦ୍ୟ ଭଲ ଓ ଖରାପ

Published By : Anindita Ratha | August 10, 2025 2:32 PM

ଥାଇରଏଡ୍ । ଏହା ବେକରେ ଥିବା ଏକ ଛୋଟ ଗ୍ରନ୍ଥି। ଯାହା ଗଳାର ଆଗ ଭାଗରେ ଆଦମସ୍ ଆପଲ୍ ତଳେ ଥାଏ । ଏହା ଶରୀରର ଏଣ୍ଡୋକ୍ରାଇନ୍ ସିଷ୍ଟମ୍ ପାଇଁ ଅତ୍ୟନ୍ତ ଜରୁରୀ   କାରଣ ଏହା ମେଟାବୋଲିଜିମ୍ , ଶରୀର ବୃଦ୍ଧି ଏବଂ ବିକାଶକୁ ନିୟନ୍ତ୍ରଣ କରୁଥିବା ହରମୋନ୍ ଉତ୍ପାଦନ କରେ । ଥାଇରଏଡର ପ୍ରମୁଖ୍ୟ କାର୍ଯ୍ୟ ହେଉଛି ଶରୀରର ମେଟାବୋଲିଜିମ୍ ହାରକୁ ନିୟନ୍ତ୍ରଣ କରିବା । ଏହାକୁ ମେଟାବୋଲିଜିମର ମୁଖ୍ୟ ଗ୍ରନ୍ଥି ମଧ୍ୟ କୁହାଯାଏ । ଶରୀରର ମେଟାବୋଲିଜିମ୍ ହାରକୁ ନିୟନ୍ତ୍ରଣ କରିବା ପାଇଁ ଏହା ଥାଇରକ୍ସିନ୍ ଏବଂ ଟ୍ରାଇଓଡୋଥାଇରୋନିନ୍ ହରମୋନ୍ ଉତ୍ପାଦନ କରେ । ଯାହା ଶରୀରର କୋଷ ଗୁଡ଼ିକୁ ଶକ୍ତି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଏ । ଥାଇରଏଡ୍ ସମସ୍ୟା ପାଇଁ ଔଷଧ ଜରୁରୀ, କିନ୍ତୁ ସଠିକ୍ ଖାଦ୍ୟପେୟ ମଧ୍ୟ ଏଥିରେ ବହୁତ ସାହାଯ୍ୟ କରିଥାଏ । ତେବେ କେଉଁ ଖାଦ୍ୟଗୁଡ଼ିକ ଥାଇରଏଡ୍ ରୋଗୀ ଖାଇବା ଉଚିତ୍ ଏବଂ କେଉଁଥିରୁ ଆପଣ ଦୂରେଇ ରହିବା ଉଚିତ୍ ଆସନ୍ତୁ ଜାଣବା ।

ଦହି ଏବଂ ଦୁଗ୍ଧଜାତ ଦ୍ରବ୍ୟ: ଏଥିରେ ଆୟୋଡିନ୍ ଏବଂ ଭିଟାମିନ୍ ଡି ଉଭୟ ରହିଥାଏ। ଭିଟାମିନ୍ ଡି’ର ଅଭାବରୁ ଅଟୋଇମ୍ୟୁନ୍ ଥାଇରଏଡ୍ ରୋଗ ହୋଇପାରେ। ତେଣୁ ଏହାକୁ ନିଜ ଖାଦ୍ୟରେ ନିଶ୍ଚିତ ଭାବରେ ସାମିଲ କରନ୍ତୁ।

ସାମୁଦ୍ରିକ ଶୈବାଳ ଖାଦ୍ୟ  : ନୋରି, କେଲ୍ପ ଏବଂ ୱାକାମେ ଭଳି ସାମୁଦ୍ରିକ ଶୈବାଳରେ ପ୍ରଚୁର ପରିମାଣରେ ଆୟୋଡିନ୍ ଥାଏ । ଥାଇରଏଡ୍ ହରମୋନ୍ ତିଆରି ପାଇଁ ଆୟୋଡିନ୍ ଅତ୍ୟନ୍ତ ଜରୁରୀ । ଯଦି ଆପଣଙ୍କର ପୂର୍ବରୁ ଥାଇରଏଡ୍ ରୋଗ ଅଛି, ତେବେ ଏହାକୁ ଅଧିକ ଖାଇବାରୁ ଦୂରେଇ ରୁହନ୍ତୁ ।

ଅଣ୍ଡା: ଅଣ୍ଡାରେ ଆୟୋଡିନ୍ ଏବଂ ସେଲେନିୟମ୍ ସହିତ ଉଚ୍ଚମାନର ପ୍ରୋଟିନ୍ ମଧ୍ୟ ମିଳିଥାଏ । ଥାଇରଏଡ୍ ପାଇଁ ସମ୍ପୂର୍ଣ୍ଣ ଅଣ୍ଡା  ଖାଇବା ଅଧିକ ଲାଭଦାୟକ ।

କେଉଁ ଖାଦ୍ୟରୁ ଦୂରେଇ ରହିବେ

ସୋୟା ଉତ୍ପାଦ: ଟୋଫୁ ଏବଂ ସୋୟା କ୍ଷୀର ଭଳି ସୋୟା ଉତ୍ପାଦଗୁଡ଼ିକ ଆପଣଙ୍କ ଥାଇରଏଡ୍ ଶୋଷଣରେ ବାଧା ସୃଷ୍ଟି କରିପାରେ । ଯଦି ଆପଣ ଥାଇରଏଡ୍ ଔଷଧ ଖାଉଛନ୍ତି, ତେବେ ଔଷଧ ଖାଇବାର କିଛି ଘଣ୍ଟା ମଧ୍ୟରେ ସୋୟା ଖାଆନ୍ତୁ ନାହିଁ ।

ଗ୍ଲୁଟେନ୍: ହାଶିମୋଟୋ ଥାଇରଏଡାଇଟିସ୍ ଭଳି ରୋଗ ଥିବା ଲୋକଙ୍କ ପାଇଁ ଗ୍ଲୁଟେନ୍ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣଙ୍କୁ ଗ୍ଲୁଟେନ ସମ୍ବେଦନଶୀଳତା ଅଛି, ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ଗ୍ଲୁଟେନ୍-ମୁକ୍ତ ଖାଦ୍ୟ ଗ୍ରହଣ କରିବା ଭଲ ହୋଇପାରେ ।

ପନିପରିବା: ବ୍ରୋକୋଲି, ବନ୍ଧାକୋବି ଭଳି ପନିପରିବାରେ ଗୋଇଟ୍ରୋଜେନ୍ ନାମକ ଏକ ପଦାର୍ଥ ଥାଏ । ଏହା ଥାଇରଏଡର ଆୟୋଡିନ୍ ଶୋଷିବା କ୍ଷମତାକୁ କମ୍ କରିପାରେ । ଯଦି ଆପଣଙ୍କର ଆୟୋଡିନ୍ ଅଭାବ ଅଛି, ତେବେ ଏହି ପନିପରିବାକୁ କମ୍ ମାତ୍ରାରେ ଖାଆନ୍ତୁ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.