ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ତିନି ମାସରେ ଶେଷ ହୋଇଯାଇଥିଲା ତାଜା ଖାଦ୍ୟ, ସ୍ପେସ୍‌ ଷ୍ଟେସନ୍‌ରେ କ’ଣ ଖାଉଥିଲେ ସୁନିତା ଓ ତାଙ୍କ ସହଯୋଗୀ ?

Published By : Harapriya Biswal | March 19, 2025 6:21 PM

ନୂଆଦିଲ୍ଲୀ,୧୯।୩: ପୃଥିବୀ ଫେରିଛନ୍ତି ନାସା ମହାକାଶଚାରୀ ସୁନିତା ଓ୍ବିଲିୟମ୍ସ ଓ ସାଥୀ। ୯ ମାସ ଧରି ମହାକାଶରେ ଫଶିବା ପରେ ସ୍ପେସ୍‌ ଏକ୍ସର ଡ୍ରାଗନ୍ କ୍ୟାପସୁଲ୍‌ ଯୋଗେ କରିଛନ୍ତି ଅବତରଣ। ଗତ ବର୍ଷ ଜୁନ୍‌ରେ ମାତ୍ର ୮ ଦିନର ମିସନ୍‌ରେ ଯାଇଥିଲେ ସୁନିତା। ହେଲେ ସେଠାରୁ ଫେରିବା ବେଳେ ଯାନରେ ଯାନ୍ତ୍ରିକ ସମସ୍ୟା ହେତୁ ୯ ମାସ ପର୍ଯ୍ୟନ୍ତ ଇଣ୍ଟର ନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ରେ ଫଶି ରହିଥିଲେ ସୁନିତା ଓ ତାଙ୍କ ସହଯୋଗୀ। ବୁଧବାର ସେ ପୃଥିବୀକୁ ଫେରିଛନ୍ତି। ସୁନିତା ଓ ବୁଚ୍ ଓ୍ବିଲମୋରଙ୍କ ପାଇଁ ଏହି ମିଶନ୍ ସହଜ ନଥିଲା।  ଅଳ୍ପ ଦିନର ଏହି ମିଶନ୍ ବିଳମ୍ବ ହେବାପରେ ସୁନିତା ଓ ତାଙ୍କ ସାଥିନେ କ’ଣ ଖାଉଥିଲେ ଓ କିଭଳି ରହୁଥିଲେ ତାହା ଆସନ୍ତୁ ଜାଣିବା?

ବୋଇଂ ଷ୍ଟାରଲାଇନର ମିଶନ୍ ପ୍ରସଙ୍ଗରେ ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ, ମହାକାଶ ଯାତ୍ରୀଙ୍କୁ ମିଶନ୍ ବେଳେ ତାଜା ଫଳ ଓ ସବୁଜ ପନିପରିବା ମିଳୁନଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ, ସୁନିତା ଓ ବୁଚ୍ ଓ୍ବିଲମୋର ଏହି ସମୟରେ ପାଉଡର କ୍ଷୀର, ପିଜା, ରୋଷ୍ଟ ଚିକେନ୍, କଟଲେଟ୍, ଟୁନା ମାଛ ଖାଉଥିଲେ ସେଭଳି ଗତ ବର୍ଷ ନଭେମ୍ବରରେ ନ୍ୟୁୟର୍କ ପୋଷ୍ଟ ଏକ ରିପୋର୍ଟରେ କହିଥିଲା ସୁନିତାଙ୍କୁ ଆଇଏସଏସ୍‌ରେ କେବଳ ପିଜା ଓ କଟଲେଟ୍ ମିଳୁଥିଲା।

ଆଭ୍ୟନ୍ତରୀଣ ସୁତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ,ତାଜା ଫଳ ଓ ପରିବା ତିନି ମାସ ଭିତରେ ହିଁ ଶେଷ ହୋଇଯାଇଥିଲା। ଏହାପରେ ପ୍ୟାକେଜଡ୍ ଓ ଫ୍ରିଜ୍‌-ଡ୍ରାଇ ପରିବା ବ୍ୟବହାର କରାଯାଉଥିଲା। ଏହାଛଡା ମାଂସ ଓ ଅଣ୍ଡାକୁ ପୃଥିବୀରୁ ହିଁ ତିଆରି କରି ପଠାଯାଉଥିଲା, ଯାହାକୁ ଆଇଏସଏସ୍‌ରେ ଗରମ କରିବାକୁ ପଡୁଥିଲା। ସୁପ୍‌, ଷ୍ଟ୍ରିଉ ଓ କ୍ୟାସରୋଲ ଭଳି ଫ୍ରୋଜେନ୍ ଫୁଡ୍‌କୁ ପାଣିରୁ ହାଇଡ୍ରେଟ୍ କରାଯାଉଥିଲା। ସେଭଳି ପାଣି ପାଇଁ ତାଙ୍କର ମୁତ୍ର ଓ ଝାଳକୁ ତାଜା ପାଣିରେ ରିସାଇକେଲ୍ କରାଯାଇଥାଏ। 

ଯଦିଓ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ, ସୁନିତାଙ୍କ ଓଜନ କମ୍ ଖାଦ୍ୟ ପାଇଁ ହ୍ରାସ ପାଇନି। ଏକ ବିସ୍ତାରିତ ମିଶନ୍ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଥିଲ। ଉଲ୍ଲେଖନୀୟ ଯେ, ଆଇଏସ୍‌ଏସ୍‌ରେ ପ୍ରତ୍ୟେକ ମହାକାଶଯାତ୍ରୀଙ୍କ ହିସାବରେ ପ୍ରତିଦିନ ପ୍ରାୟ ୩.୮ ପାଉଣ୍ଡ ଖାଦ୍ୟ ଦିଆଯାଇଥାଏ। ଏହା ସହ ଜରୁରୀ ସ୍ଥିତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥାଏ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.