ଶ୍ରୀନଗର : ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି (ସିଜ୍ ଫାୟାର) ଚୁକ୍ତି କିଛି କ୍ଷଣରେ ଭାଙ୍ଗି ଯାଇଛି। ପାକିସ୍ତାନ ଲଗାତାର ୩ୟ ରାତିରେ ଜମ୍ମୁ ଶ୍ରୀନଗର ସମେତ ଅନେକ ସହରରେ ଡ୍ରୋନ୍ ହମଲା କରିଛି, ଯାହାକୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ନିଷ୍ଫଳ କରି ଦେଇଛି। ଏହି ହମଲା ପରେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ରାଗି ଯାଇଛନ୍ତି ଏବଂ ଲେଖିଛନ୍ତି –ହ୍ୱାଟ୍ ଦି ହେଲ୍ ... ଅସ୍ତ୍ର ବିରତିର କଣ ହେଲା ? ସେ କହିଛନ୍ତି ଯେ, ଏହା କୌଣସି ଅସ୍ତ୍ରବିରତ ନୁହେଁ। ଶ୍ରୀନଗରରେ ଏୟାର ଡିଫେନ୍ସ ସିଷ୍ଟମ ଆରମ୍ଭ ହୋଇ ଯାଇଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ଶନିବାର ସନ୍ଧ୍ୟାରେ ଅସ୍ତ୍ରବିରତିର ଘୋଷଣା କରିଥିଲା। ହେଲେ କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଥରେ ଜମ୍ମୁ-କାଶ୍ମୀର , ରାଜସ୍ଥାନ , ପଞ୍ଜାବ , ଗୁଜରାଟରେ ଡ୍ରୋନ୍ ମାଧ୍ୟମରେ ହମଲା କରି ଦେଇଛି। ଏହି ଡ୍ରୋନ୍କୁ ପୁଣି ଥରେ ଆକାଶରେ ମାଡ କରି ଖସାଇ ଦେଇଛନ୍ତି। ସେପଟେ , ହମଲା ହେବା କ୍ଷଣି ତୁରନ୍ତ ସାଇରନ ବାଜିବାକୁ ଲାଗିଲା ଏବଂ ବ୍ଲାକଆଉଟ୍ କରିଦିଆ ଯାଇଛି।
ଏହା ପୂର୍ବରୁ , ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ତଥା ତାଙ୍କର ପିତା ଏବଂ କ୍ଷମତାସୀନ ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ବିରାମର ଘୋଷଣାର ସ୍ୱାଗତ କରିଥିଲେ। ଓମର ଅବଦୁଲ୍ଲା ନିଜ ଆବାସରେ ସାମ୍ୱାଦିକଙ୍କୁ କହିଥିଲେ , ମୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ବିରାମ ବିଷୟରେ ଭାରତ ସରକାରଙ୍କର ପ୍ରବକ୍ତାଙ୍କ ଦ୍ୱାରା କରାଯାଇ ଥିବା ଘୋଷଣାକୁ ହୃଦୟକୁ ସ୍ୱାଗତ କରୁଛି । ସେ କହିଛନ୍ତି , ଯଦି ଏହି ସଂଘର୍ଷ ବିରାମ ଦୁଇ ବା ତିନି ଦିନ ପୂର୍ବରୁ ହୋଇ ଯାଇ ଥାନ୍ତା ତ ଯେଉଁ ରକ୍ତପାତ ଆମେ ଦେଖିଲୁ ଏବଂ ଯେଉଁ ମୂଲ୍ୟବାନ ଜୀବନ ଆମେ ହରାଇଲୁ , ସେମାନେ ସୁରକ୍ଷିତ ଥାନ୍ତେ ।