ନୂଆଦିଲ୍ଲୀ, ୨।୪: ଭାରତରେ ହ୍ୱାଟ୍ସଆପ୍ ଅନେକ ଆକାଉଣ୍ଟକୁ ବ୍ୟାନ୍‌ କରିଦେଇଛି । ହ୍ବାଟ୍ସଆପ୍‌ ୨୦୨୫ ଏପ୍ରିଲ ୧ ଏନେଇ ସୂଚନା ଦେଇଛନ୍ତି । ଫେବୃଆରୀ ୨୦୨୫ରେ ଭାରତର ୯.୭ ମିଲିୟନ ଅର୍ଥାତ୍‌ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି । ଏହି ନିଷ୍ପତ୍ତିର କାରଣ ଦର୍ଶାଇ କମ୍ପାନୀ କହିଛି ଯେ, ହ୍ବାଟ୍ସଆପ୍‌ ବ୍ୟବହାରର ନିୟମ ଉଲ୍ଲଂଘନ କରୁଥିବା ଆକାଉଣ୍ଟଗୁଡ଼ିକୁ ଭାରତରେ ବନ୍ଦ କରିଦିଆଯାଇଛି । କହିରଖୁ କି, କମ୍ପାନୀ ୧.୪ ମିଲିୟନରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି ଯାହା ବିଷୟରେ କୌଣସି ବ୍ୟବହାରକାରୀ ଅଭିଯୋଗ ମଧ୍ୟ କରି ନଥିଲେ । ଭାରତରେ ହ୍ବାଟ୍ସଆପର ୫୦୦ ମିଲିୟନରୁ ୟୁଜର ଅଛନ୍ତି । କମ୍ପାନୀ କହିଛି, AI-ଚାଳିତ ମଡ୍‌ରେସନ ଏବଂ ଉନ୍ନତ ରିପୋର୍ଟିଂ ଉପକରଣରେ ନିବେଶ କରାଯାଉଥିବାରୁ ଭାରତରେ ଏହି ୯ ଲକ୍ଷ ୭୦ ହଜାର ଆକାଉଣ୍ଟଗୁଡ଼ିକୁ ବ୍ୟାନ୍‌ କରାଯାଇଛି । 

ହ୍ବାଟ୍ସଆପ୍‌ ପକ୍ଷରୁ ସୂଚନା ଦେଇ ଜଣେ ମୁଖପାତ୍ର କହିଛନ୍ତି ଯେ, ହ୍ବାଟ୍ସଆପ୍‌ ବହୁ ବର୍ଷ ଧରି ନିରନ୍ତର ଭାବରେ AI ବା କୃତ୍ରିମ ବୁଦ୍ଧିମତ୍ତା ଉପରେ କାମ କରିଆସୁଛି । ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ ଆମ ପ୍ଲାଟଫର୍ମରେ ସମସ୍ତ ୟୁଜରଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି । ଲୋକଙ୍କ ସୁରକ୍ଷାକୁ ବିପଦରେ ପକାଇଥିବା ଭୁଲ ଜିନିଷଗୁଡ଼ିକୁ ରୋକିବା ପାଇଁ ହ୍ବାଟ୍ସଆପ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହ୍ବାଟ୍ସଆପ୍‌ ଆହୁରି କହିଛି ଯେ, ଆଇଟି ନିୟମ ୨୦୨୧ ଅନୁଯାୟୀ, କମ୍ପାନୀ ପ୍ରାୟତଃ ସେହି ଆକାଉଣ୍ଟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାହା ୟୁଜରମାନେ ନିଜେ ରିପୋର୍ଟ କରିଥିଲେ । କମ୍ପାନୀ ଏହା ମଧ୍ୟ କହିଛି ଯେ, ହ୍ବାଟ୍ସଆପ୍‌ରେ ଏକ ସ୍ବୟଂଚାଳିତ ଚିହ୍ନଟ ବ୍ୟବସ୍ଥା ଅଛି, ଯାହା ସନ୍ଦେହଜନକ କାର୍ଯ୍ୟକଳାପକୁ ଚିହ୍ନଟ କରେ ।