ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ହ୍ୱାଟସଆପ୍ ବ୍ୟବହାର କରିବା ବେଳେ ସ୍କ୍ରିନ୍‌ର ରଖନ୍ତୁ ଧ୍ୟାନ, ନଚେତ ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ

Published By : Harapriya Biswal | August 16, 2025 7:16 PM

ନୂଆଦିଲ୍ଲୀ,୧୬।୮:‘ଓ୍ବାନ୍ କାର୍ଡ’ ନିକଟରେ ତା’ର ଗ୍ରାହକମାନଙ୍କୁ ସତର୍କତା ଜାରି କରିଛି। ଏଥିରେ, ଲୋକଙ୍କୁ WhatsApp Screen Mirroring Fraud ନାମକ ଏକ ନୂତନ ଠକେଇ ବିଷୟରେ ସତର୍କ କରାଯାଇଛି। ଅନେକ ଲୋକ ଏହି ଠକେଇର ଶିକାର ହୋଇଛନ୍ତି କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହା ବିଷୟରେ ସଚେତନ ନାହାଁନ୍ତି। ଯଦି ଆପଣ ଏହି ଜାଲରେ ଫସି ଯାଆନ୍ତି, ତେବେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ, ଆପଣଙ୍କର ବ୍ୟକ୍ତିଗତ ସୂଚନା ଚୋରି ହୋଇପାରେ। ‘ଓ୍ବାନ୍ କାର୍ଡ’ ର ସୂଚନା ଅନୁସାରେ, ଏହି ଠକେଇରେ, ସ୍କାମରମାନେ ହ୍ୱାଟସଆପରେ ସ୍କ୍ରିନ୍ ସେୟାରିଂ ଚାଲୁ କରି ଠକିଥାନ୍ତି। ଯେତେବେଳେ ସ୍କ୍ରିନ୍ ସେୟାରିଂ ଅନ୍ ହୁଏ ସ୍କାମରମାନେ ଆପଣଙ୍କର ସମସ୍ତ ସମ୍ବେଦନଶୀଳ ସୂଚନା ଯେପରିକି OTP, ବ୍ୟାଙ୍କ ବିବରଣୀ, ପାସୱାର୍ଡ ଏବଂ ମେସେଜ୍ ଦେଖି ନିଅନ୍ତି।

ସ୍କାମରମାନେ ନିଜକୁ ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀର କର୍ମଚାରୀ ଭାବରେ ପରିଚୟ ଦିଅନ୍ତି। ସେମାନେ କୁହନ୍ତି ଆପଣଙ୍କ ଆକାଉଣ୍ଟରେ କିଛି ସମସ୍ୟା ଅଛି । ଏହାପରେ  ଆପଣଙ୍କୁ ସ୍କ୍ରିନ୍ ସେୟାର କରିବାକୁ କୁହନ୍ତି। ତା’ପରେ ଏହିଠାରୁ ଆରମ୍ଭ ହୁଏ ଠକେଇ । ଷ୍ଟେପ୍ ବାଇ ଷ୍ଟେପ୍ ସବୁ କହିଥାନ୍ତି ସ୍କାମର। ଏହାପରେ ବାହାନା କରି କହିଥାନ୍ତି ସ୍କ୍ରିନ୍ ଭଲ ଭାବରେ ଦେଖାଯାଉନି। ଏହାପରେ ଆପଣଙ୍କୁ ହ୍ବାଟସଆପ୍ ଭିଡିଓ କଲ୍ କରିବାକୁ କୁହନ୍ତି।

ଯେତେବେଳେ ସ୍କ୍ରିନ୍ ସେୟାରିଂ କରନ୍ତି, ଠକମାନେ ଆପଣଙ୍କ ମୋବାଇଲ ସ୍କ୍ରିନ୍‌କୁ ଦେଖିଥାନ୍ତି। ଏହାପରେ କୌଣସି ଟ୍ରାଞ୍ଜାକସନ୍ ଭେରିଫିକେସନ୍ କହି ଫଶାଇ ଦିଅନ୍ତି। ଓଟିପି କିମ୍ବା ପିନ୍ ପକାଇବା ମାତ୍ରେ ସୂଚନା ସିଧା ସ୍କାମରଙ୍କ ପାଖରେ ଚାଲିଯାଏ। କେବେ କେବେ ସ୍କାମର ଆପଣଙ୍କ ଫୋନ୍‌ର କିବୋର୍ଡ ଲଗର ନାମକ ମାଲଓ୍ବେର ଆପ୍ ଇନଷ୍ଟଲ କରିଦେଇଥାନ୍ତି। ଏହା ଆପଣଙ୍କ ସବୁ ପ୍ରକାର ଟାଇପିଂ ରେକର୍ଡ କରିଥାଏ। ଏହି କାରଣରୁ ବ୍ୟାଙ୍କ ଓ୍ବେବସାଇଟ୍ ଅଫ୍ ସ୍କ୍ରିନ୍ କି-ବୋର୍ଡ ଦେଇଥାଏ। ଫଳରେ ଲଗର ଆପଣଙ୍କ ଟାଇପିଂ ଧରିପାରିବନି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.