ନୂଆଦିଲ୍ଲୀ : କୋଟିପତି ଉଦ୍ୟୋଗପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛନ୍ତି। ବିଜୟ ପରେ ପଡ଼ୋଶୀ ଦେଶ କାନାଡା ଉପ ସେ ଦେଇଥିବା ଭାଷଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାକୁ ବଢାଇ ଦେଇଛି। ଉଲ୍ଲେଖନୀୟ ଯେ , ଟ୍ରମ୍ପ କାନାଡାକୁ ଆମେରିକାରେ ଏକ ରାଜ୍ୟ ଭାବେ ସାମିଲ କରିବା କଥା କହିଛନ୍ତି ଏବଂ କେବଳ ଗୋଟିଏ ଥର ନୁହେଁ ବରଂ ବାରମ୍ୱାର ଏହି କାରଣରୁ ଆମେରିକା ଓ କାନାଡା ଉଭୟ ଦେଶରେ ଏହି କଥା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । 

କାହିଁକି ବା ହେବନି, ଏହି କଥା ଆମେରିକାର ଆଗାମୀ ରାଷ୍ଟ୍ରପତି କହୁଛନ୍ତି। ଏହା ପ୍ରଥମ ଥର ନୁହେଁ , ଯେବେ ଆମେରିକାରେ କାନାଡାକୁ ସାମିଲ କରିବାର ସ୍ୱର ଉଠିଛି। ପୂର୍ବରୁ ମଧ୍ୟ ଆମେରିକା କାନାଡା ଉପରେ ହମଲା କରି ଏହାକୁ ନିଜ ଦେଶରେ ସାମିଲ କରିବାର ପ୍ଲାନ କରିଥିଲା। ହେଲେ ଦୁଇ ଦେଶ ମଧ୍ୟରେ ମିତ୍ରତା ହୋଇ ଯାଇଛି ଏବଂ ଏହି ପ୍ଲାନ ଥଣ୍ଡା ପଡ଼ି ଯାଇଛି। ଆସନ୍ତୁ ଜାଣିବା ଆମେରିକାର ୱାର ପ୍ଲାନ ରେଡ୍‌  ବିଷୟରେ।

ଐତିହାସିକ ପୃଷ୍ଠଭୂମି କଣ ଥିଲା –

ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ପୂରା ଦୁନିଆ ଏକ ନୂଆ ୱାର୍ଲ୍ଡ ଅର୍ଡରରେ ବଦଳି ଯାଇ ଥିଲା। ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଏହି କଥା ଜଣାପଡ଼ିଥିଲା କି ତାକୁ କୌଣସି ବି ଦେଶ ସହ ଯୁଦ୍ଧ କରିବାକୁ ପଡ଼ିପାରେ।  ଏଥିରେ ସବୁଠୁ ଅଧିକ ବଡ଼ ବିପଦ ବ୍ରିଟେନରୁ ହିଁ ଥିଲା। କାରଣ ପ୍ରଥମ ବିଶ୍ୱ ଯୁଦ୍ଧ ପରେ ମଧ୍ୟ ବ୍ରିଟେନ ଏକ ବଡ଼ ଶକ୍ତି ଥିଲା। ନିଜର ସୀମା ଗୁଡ଼ିକର ସୁରକ୍ଷା ଓ ବିଶ୍ୱରେ ନିଜର ପ୍ରଭୁତ୍ୱ ସ୍ଥାପନ କରିବା ପାଇଁ ଆମେରିକୀୟ ଇଣ୍ଟେଲିଜେନ୍ସ ୱାର ପ୍ଲାନ ରେଡ୍‌ ପ୍ରସ୍ତୁତ କଲା। ଏହି ପ୍ଲାନ୍‌ ଅନୁସାରେ ବ୍ରିଟେନ୍‌ ଓ ଏହାର କଲୋନି ଗୁଡ଼ିକ ଓ କମନୱେଲଥ୍‌ ଦେଶ ଗୁଡ଼ିକୁ ଟାର୍ଗଟ୍‌ କରାଯିବାର ଥିଲା। ଏହି ଦେଶ ଗୁଡ଼ିକରେ ସଂଯୁକ୍ତ ଭାରତ ,କାନାଡା, ଅଷ୍ଟ୍ରେଲିଆ ଓ ଆଫ୍ରିକାର କିଛି ଗୋଲାମୀ ଦେଶ ସାମିଲ ଥିଲେ। ହେଲେ  ଆମେରିକାକୁ ବଡ଼ ବିପଦ କାନାଡାରୁ ଥିଲା। କାରଣ ଏହି ପୂରା ପ୍ଲାନ୍‌ରେ କାନାଡା ଉପରେ ହମଲା କରିବାର ପ୍ଲାନିଂ ପ୍ରସ୍ତୁତ କରା ଯାଇ ଥିଲା। କାନାଡାର ଅଧିକାଂଶ ଜନସଂଖ୍ୟା ଆମେରିକୀୟ ସୀମା ଆଡ଼କୁ ରୁହନ୍ତି । ଏଥିରେ ଆମେରିକାର ପ୍ଲାନ ଥିଲା ଯେ , ଯଦି ଆବଶ୍ୟକ ପଡ଼େ ତ ଆମେ ଶୀଘ୍ର କାନାଡା ଉପରେ  ହମଲା କରି ଏହାକୁ କବଜା କରିବୁ। 

ଆମେରିକାର ଏହି ପ୍ଲାନ ବିଷୟରେ ଜାଣିବା ପରେ କାନାଡା ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇ ଥିଲା। କାନାଡୀୟ ସେନାର ଜଣେ ଅଧିକାରୀ  ଲେଫ୍ଟେନାଣ୍ଟ କର୍ଣ୍ଣଲ ଜେମ୍ସ ବଷ୍ଟର ୱାର ପ୍ଲାନ ରେଡ୍‌ର ଜବାବ ଦେବା ପାଇଁ  ଡିଫେନ୍ସ ସ୍କିମ୍‌ ନମ୍ୱର-୧ ଗଠନ କଲେ। ଏହି ଅନୁସାରେ କାନାଡାର ସେନା ଏହା ସ୍ଥିର କରିଥିଲା କି ଯଦି ଆମେରିକାର ଏହା ଉପରେ ହମଲା କରିବାର ନିଷ୍ପତ୍ତି ନିଏ ତ ଏମିତି ସ୍ଥିତିରେ କାନାଡା ବିନା କୌଣସି ବିଳମ୍ୱରେ ପ୍ରଥମେ ଆମେରିକା ଉପରେ ହମଲା କରିଦେବ। 

ଦୁଇ ଦେଶ ନିଜ ନିଜର ପ୍ଲାନ୍ ସହ ପ୍ରସ୍ତୁତ ଥିଲେ। କିନ୍ତୁ ଏହି ସମୟର ପରିସ୍ଥିତି ଏମିତି ହୋଇଥିଲା ଯେ ତାଙ୍କୁ ଏହାର ଉପଯୋଗ କରିବାର ଆବଶ୍ୟକ ପଡ଼ିଲା ନାହିଁ । ୧୯୩୦ ଦଶକ ପରେ ଜର୍ମାନୀରେ ହିଟଲରଙ୍କର ଆତଙ୍କର ଆରମ୍ଭ ହୋଇ ଯାଇଥିଲା ପୂରା ୟୁରୋପ ଏଥିରେ ଏକାଠି ହୋଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ କାନାଡା ଓ ଆମେରିକା ଉଭୟ ହିଁ ଏକାଥି ମିତ୍ର ରାଷ୍ଟ୍ର ପରି ଲଢିଲେ। ଜର୍ମାନୀର ପରାଜୟ ସହ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଶେଷ ହୋଇଗଲା।  ଏହି ଯୁଦ୍ଧରେ ବ୍ରିଟେନ ଓ ପୂରା ୟୁରୋପର ଅର୍ଥବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଗଲା। ଆମେରିକାକୁ ଏବେ ବ୍ରିଟେନ ଓ କାନାଡାରୁ କୌଣସି ବି ବିପଦ ନଥିଲା। ପରେ ପୁଣି ଆମେରିକା ନାଟୋର ଗଠନ କଲା , ଯେଉଁଥିରେ କାନାଡା ଓ ବ୍ରିଟେନ ମଧ୍ୟ ଏହା ସାଥିରେ ଥିଲେ। ଏହିପରି ଦୁଇ ଦେଶର ପ୍ଲାନକୁ ଥଣ୍ଡା ବସ୍ତାରେ ପୂରାଇ ଦିଆ ଯାଇଥିଲା। ହେଲେ ଟ୍ରମ୍ପଙ୍କ ଏହି ଉପାୟରେ ବୟାନ ଦେବା ପରେ ପୁଣି ଥରେ ଏହି ପ୍ଲାନ୍ସ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଛି।