ମୁମ୍ବାଇ ୦୭/୦୧: 'ବର୍ଡର ୨'ର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ। ଫିଲ୍ମଟି ଜାନୁଆରୀ ୨୩ ତାରିଖରେ ସିନେମା ହଲରେ ଆସିବ । ଏହି ସମୟରେ ଜଣେ ପାକିସ୍ତାନୀ ୟୁଜର ବରୁଣ ଧାୱନଙ୍କୁ ପଚାରିଛନ୍ତି ଯେ ତାଙ୍କ ଦେଶରେ 'ବର୍ଡର ୨' କେବେ ରିଲିଜ୍ ହେବ। ଏହା ପରେ ବରୁଣ ଯାହା ଉତ୍ତର ଦେଇଛନ୍ତି ତାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ।
'ବର୍ଡର ୨' ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ଏହା ଚାରିପାଖରେ ଘଟିଥିବା ଘଟଣାବଳୀ ଉପରେ ଆଧାରିତ। ଏହା ୧୯୯୭ରେ ଆସିଥିବା ‘ବର୍ଡର’ ଫିଲ୍ମର ସିକ୍ୱେଲ୍। 'ବର୍ଡର'କୁ ଜେପି ଦତ୍ତା ନିର୍ଦ୍ଦେଶନା ଦେଇଥିବା ବେଳେ, 'ବର୍ଡର ୨'କୁ ଅନୁରାଗ ସିଂହ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ବରୁଣ ନିକଟରେ ଏକ୍ସରେ ଆସ୍କ ମି ଏନିଥିଙ୍ଗ ସେସନ୍ କରିଥିଲେ, ଯେଉଁଥିରେ ଫ୍ୟାନ୍ସ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ।
#border 2 is a film based on the 1971 war and some true events around that. I’m sure sunny sir ke pakistan mein bhi fan hain #varunsays https://t.co/ATeumyuRP2
— Varun Dhawan (@Varun_dvn) January 6, 2026
ସେହି ସେସନରେ, ଜଣେ ପାକିସ୍ତାନୀ ୟୁଜର୍ ବରୁଣଙ୍କୁ ପଚାରିଲେ, "ଭାଇ, ଆପଣଙ୍କ ଫିଲ୍ମ 'ବର୍ଡର ୨' ପାକିସ୍ତାନରେ କେବେ ରିଲିଜ୍ ହେବ? ଏବଂ ମୁଁ ତାରା ସିଂହଙ୍କର ଜଣେ ବଡ଼ ପ୍ରଶଂସକ। ତାଙ୍କୁ ମୋର ସଲାମ ଜଣାଇବେ। ଏହାର ଉତ୍ତରରେ ବରୁଣ ଲେଖିଛନ୍ତି, "'ବର୍ଡର ୨' ୧୯୭୧ ଯୁଦ୍ଧ ଏବଂ ଏହା ସହିତ ଜଡିତ କିଛି ସତ୍ୟ ଘଟଣା ଉପରେ ଆଧାରିତ ଏକ ଫିଲ୍ମ। ମୁଁ ନିଶ୍ଚିତ ଯେ ସନ୍ନି ସାରଙ୍କର ପାକିସ୍ତାନରେ ମଧ୍ୟ ପ୍ରଶଂସକ ଅଛନ୍ତି।"
'ବର୍ଡର ୨' ବିଷୟରେ କହିବାକୁ ଗଲେ, ଏହାକୁ ୨୦୨୬ ର ସବୁଠାରୁ ବଡ଼ ସିକ୍ୱେଲ୍ ବୋଲି କୁହାଯାଉଛି। ଫିଲ୍ମରେ ସନ୍ନି ଦେଓଲ ଲେଫ୍ଟନାଣ୍ଟ କର୍ଣ୍ଣେଲ ଫତେହ ସିଂହ କଲାରଙ୍କ ଭୂମିକାରେ ଅଭିନୟ କରିଛନ୍ତି। ବରୁଣ ଧାୱନ ମେଜର ହୋଶିଆର ସିଂହ ଡାହିଆ ଭୂମିକାରେ ଅଭିନୟ କରିଛନ୍ତି। ଦିଲଜିତ ଦୋସାଞ୍ଜଙ୍କ ଚରିତ୍ର ଫ୍ଲାଇଙ୍ଗ ଅଫିସର ଜିତ ସିଂ ସେଖନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି। ଏମାନଙ୍କ ବ୍ୟତୀତ ଫିଲ୍ମରେ ମୋନା ସିଂହ, ସୋନମ ବାଜୱା, ମେଧା ରାଣା ଏବଂ ଅନ୍ୟା ସିଂହ ମଧ୍ୟ ଅଛନ୍ତି।