ହରଭଙ୍ଗା,୧୨।୧୧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଲୱେ ଷ୍ଟେସନ୍ ନିକଟ. ପୁରୁଣାକଟକ - ଧଳପୁର ମୁଖ୍ୟରାସ୍ତାକୁ ସଂଯୋଗ ଥିବା ରେଲୱେ ଓଭରବ୍ରିଜ୍‌ର ନିର୍ମାଣ କାମ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ସମ୍ପୂର୍ଣ କେବେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଅଧାପନ୍ତରିଆକାମ ହୋଇ ପଡି ରହିଛି  ।

 ଏହି ଓଭରବ୍ରିଜ  ରାସ୍ତା କାମ ଅସମ୍ପୂର୍ଣ ପାଇଁ ବାଲି ଗୋଡି ବାହାରି ଦେଖା ଯାଉଛି  । ବାଲି ଗୋଡି ମେଟାଲ ବାହାରି ଥିବାରୁ ସାଇକେଲ ଠାରୁ ଆରମ୍ଭ କରି ବଡ ଗାଡି ପର୍ଯ୍ୟନ୍ତ ଯିବା ଆସିବା ରେ ବାଧା ସୃଷ୍ଟି ହେଉଛି l  ଏପଟେ ଯେତେବେଳେ ଖରା ହେଉଛି ଧୂଳି ଉଡି ସାଧାରଣ ଲୋକଙ୍କ ଆଖିରେ ପଡିବା ଯୋଗୁଁ ଯାତ୍ରୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି l  ଓଭର ବ୍ରିଜ କୁ ଦେଖିଲେ  ଲୋକମାନଙ୍କୁ ଏହି ରାସ୍ତାରେ ଯିବାକୁ ଭୟ ଲାଗୁଛି। ମେଣ୍ଟାଲ ବାହାରି ପଡିଥିବାରୁ ବଡ଼ବଡ଼ ଗାଡି ଚକା ରେ ପଥର ବାଜି ଆସି ଲୋକଙ୍କ ଦେହରେ ପଡୁଛି l ଫଳରେ ଲୋକଙ୍କ ଭିତରେ ଦିନକୁ ଦିନ ଓଭର ବ୍ରିଜ କାର୍ଯ୍ୟକୁ ନେଇ ଅସନ୍ତୋଷ  ବଢ଼ୁଛି  l