ନୂଆଦିଲ୍ଲୀ,୧୬/୦୭: ଜଣେ କ୍ରିକେଟର ଯାହାଙ୍କ ଓଜନ ୧୨୭ କିଲୋଗ୍ରାମ । ଗୋଟିଏ ସୁପର କ୍ୟାଚ୍ ତାଙ୍କୁ କରିଥିଲା ବିଶ୍ୱକପ ହିରୋ । ବିଶ୍ୱ କ୍ରିକେଟକୁ ଚକିତ କରିଥିଲେ ୧୨୭ କିଲୋଗ୍ରାମ ଓଜନର ଜଣେ ଖେଳାଳି । ଯୁବରାଜ ସିଂହଙ୍କ ୱିକେଟ୍ ନେଇଥିଲେ । ଉତ୍ଥପାଙ୍କ କ୍ୟାଚ୍ ଧରିଥିଲେ । ସେହି ପ୍ଲେୟାର ହେଉଛନ୍ତି ବଡ଼ମୁଡା ଦେଶର । ଏବେ ସେ କେଉଁଠି, କଣ କରୁଛନ୍ତି ଜାଣିବାକୁ ପଢନ୍ତୁ ଖବର ।

୨୦୦୭ ଦିନିକିଆ ବିଶ୍ୱକପ୍ ଭାରତୀୟ ଦଳ ପାଇଁ ନିରାଶାଜନକ ଥିଲା । କିନ୍ତୁ ବରମୁଡା କ୍ରିକେଟର ଡୱେନ୍ ଲେଭରକ୍ ଏକ ଚମତ୍କାର କ୍ୟାଚ୍ ଧରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ। ୧୯ ମାର୍ଚ୍ଚ, ୨୦୦୭ରେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିଥିବା ବରମୁଡ଼ା । ମ୍ୟାଚରେ ଲେଭରକ୍ ସ୍ଲିପ୍‌ରେ ଡାଇଭ୍ କରି ରବିନ୍ ଉଥାପ୍ପାଙ୍କୁ ଆଉଟ୍ କରିଥିଲେ । ସେ ଗୋଟିଏ ହାତରେ ଏକ ଚମତ୍କାର କ୍ୟାଚ୍ ଧରିଥିଲେ । ଏହି କ୍ୟାଚକୁ ଆଜି ବି ବିଶ୍ୱକପ ଇତିହାସରେ ସବୁଠୁ ସର୍ବୋତ୍ତମ କ୍ୟାଚ୍ ମଧ୍ୟରୁ ଗୋଟିଏ ଭାବେ ବିବେଚନା କରାଯାଏ । ୧୨୭ କିଲୋଗ୍ରାମ ଓଜନର ଡୱେନ୍ ଲେଭରକ୍ ସେତେବେଳେ ଅନ୍ତର୍ଜାତୀୟ କ୍ରିକେଟ୍ର ସବୁଠାରୁ ଓଜନିଆ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ । କିନ୍ତୁ ତାଙ୍କର ଚପଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜୁଲାଇ ୧୪ ତାରିଖ, ୧୯୭୧ରେ ବରମୁଡାରେ ଜନ୍ମଗ୍ରହଣ କରିଥିବା ଏହି ମହାନ୍ ଖେଳାଳି । ୫୫ ବର୍ଷୀୟ ଡୱେନ୍ ଲେଭରକଙ୍କ ସେହି ଦିନର ସେହି କ୍ୟାଚ୍ ପରେ ଭାଷ୍ୟକାର ଡେଭିଡ୍ ଲାୟରଙ୍କ ଲାଇନ୍ “The big man, the fridge has opened.” ଆଜି ବି ମନେ ପଡେ । କ୍ୟାଚ୍ ଧରିବା ପରେ ଡେୱନ୍ ଲେଭରକଙ୍କ ସେଲିବ୍ରେସନ୍ ବି ଚର୍ଚ୍ଚାରେ ରହିଥିଲା । ରାତାରାତି ତାଙ୍କୁ ଷ୍ଟାର କରିଥିଲା ଏହି କ୍ୟାଚ୍ ।

ଏହା ବି ପଢନ୍ତୁ...World Cup Format: ICC ବଦଳାଇଲା ପୁରା ଫର୍ମାଟ୍, ODI ବିଶ୍ୱକପରେ 'ସୁପର ୭'... ଟି-ଟ୍ୱେଣ୍ଟି ବିଶ୍ୱକପରେ IPL ପରି ଏଲିମିନେଟର୍

ଭାରତ ବିପକ୍ଷ ସମାନ ମ୍ୟାଚରେ, ଲେଭରକ୍ ଯୁବରାଜ ସିଂହଙ୍କ ୱିକେଟ୍ ମଧ୍ୟ ନେଇଥିଲେ । ସେ ୧୦ ଓଭରରେ ୯୬ ରନ୍ ଦେଇଥିଲେ । ଭାରତ ସେହି ମ୍ୟାଚକୁ ୨୫୭ ରନରେ ଜିତିଥିଲା । ଏହା ସତ୍ତ୍ୱେ, ଟିମ୍ ଇଣ୍ଡିଆ ଗ୍ରୁପ୍ ପର୍ଯ୍ୟାୟରୁ ବାଦ ପଡ଼ିଥିଲା । ଡୱେନ୍ ଲେଭରକ୍ ବରମୁଡା ପାଇଁ ୩୨ଟି ଦିନିକିଆ ମ୍ୟାଚ୍ ଖେଳି ୩୪ଟି ୱିକେଟ୍ ନେଇଥିଲେ। ସେ ଦୁଇଟି ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ସେହି ଫର୍ମାଟରେ କୌଣସି ୱିକେଟ୍ ହାତେଇନାହାନ୍ତି । ସାଥୀ ଖେଳାଳି ତାଙ୍କୁ "ସ୍ଲଗୋ" ନାମ ଦେଇଥିଲେ । ଏପ୍ରିଲ ୨୦୦୯ରେ କ୍ରିକେଟରୁ ଅବସର ନେବା ପରଠାରୁ, ଡୱେନ୍ ଲେଭରକ୍ ବରମୁଡାରେ ଜେଲ ଅଧିକାରୀ ବା ଜେଲର ଭାବରେ କାର୍ଯ୍ୟ କରୁଛନ୍ତି । ସେ ବେଳେବେଳେ ପାର୍ଟ ଟାଇମ୍ କ୍ରିକେଟ ଭାଷ୍ୟକାର ଭାବେ କାମ କରନ୍ତି । ସେ ବରମୁଡାରେ ଆଜି ବି ଜଣେ ଲୋକପ୍ରିୟ କ୍ରୀଡା ବ୍ୟକ୍ତିତ୍ୱ ହୋଇ ରହିଛନ୍ତି ।

୧୫ ମାସ ପରେ ୨୦୨୭ ଦିନିକିଆ ବିଶ୍ୱକପ ଖେଳାଯିବ । ଏହା ପୂର୍ବରୁ ରୋହିତଙ୍କ ଶାରୀରିକ ଗଠନ ଏବଂ ଫିଟନେସ୍ ଉପରେ ପ୍ରଶ୍ନ ଉଠିଥିଲା । ରୋହିତ ଶର୍ମା ଜିମ୍ ଯାଇ ଓଜନ କମାଇଛନ୍ତି । ବର୍ଷେ ତଳର ରୋହିତ ଆଉ ଆଜିର ରୋହିତ ଭିତରରେ ବହୁତ ଫରକ ଦେଖିବାକୁ ମିଳିଛି । କିନ୍ତୁ ଦିନେ ସମୟ ଥିଲା ବିଶ୍ୱକପରେ ୧୨୭ କିଲୋ ଓଜନର ଜଣେ କ୍ରିକେଟର ଖେଳିଥିଲେ ଏବଂ ଚମତ୍କାର କ୍ୟାଚ୍ ଧରି ହିରୋ ବି ହୋଇଥିଲେ ।