ନୂଆଦିଲ୍ଲୀ,୨୨/୨ : ୨୦୨୬ ଟି-୨୦ ବିଶ୍ବକପର ଆରମ୍ଭ ୭ ଫେବୃଆରୀରୁ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୨୦ଟିମ୍ ଭାଗ ନେଇଥିଲେ । ଯେଉଁଥିରେ ୮ଟିମ୍ ସୁପର-୮ରେ ଯାଇ ସାରିଛନ୍ତି । ସୁପର-୮ ଷ୍ଟେଜର ମ୍ୟାଚ୍ ବି ଆରମ୍ଭ ହୋଇସାରିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ଜଣାପଡ଼ିଲା ନାହିଁ କି ବିଶ୍ବକପର ସେମିଫାଇନାଲ ଏବଂ ଫାଇନାଲ୍ ମ୍ୟାଚ୍ କେଉଁଠାରେ ଖେଳାଯିବ । ଆସନ୍ତୁ ଜାଣିବା ଏହା ପଛର ରହସ୍ୟ କ’ଣ ? ଟି-୨୦ ବିଶ୍ବକପ ୨୦୨୬ ଭାରତ ଏବଂ ଶ୍ରୀଲଙ୍କାର ଆୟୋଜନରେ ଖେଳାଯାଉଛି । ଏଥିଲାଗି କିଛି ମ୍ୟାଚ୍ ଭାରତ ଏବଂ କିଛି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବାରେ ଥିଲା । ଏହା ମଧ୍ୟରେ ପାକିସ୍ତାନର କୌଣସି ବି ମ୍ୟାଚ୍ ଭାରତରେ ହେବାରେ ନ ଥିଲା । କାରଣ ଚାମ୍ପିୟନ୍ସ ଟ୍ରଫି ୨୦୨୫ପୂର୍ବରୁ ଆଇସିସିର ମଧ୍ୟସ୍ଥତାରେ BCCI ଏବଂ PCB ମଧ୍ୟରେ ହାଇବ୍ରିଡ ମଡେଲରେ ହୋଇଥିଲା ।
ଏହି ହାଇବ୍ରିଡ଼ ମଡେଲର ଅର୍ଥ ୨୦୨୪-୨୭ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ଇଭେଣ୍ଟ୍ସରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ନ୍ୟୁଟ୍ରଲ ଭେନ୍ୟୁରେ ହେବ । କିନ୍ତୁ ଏହି ହାଇବ୍ରିଡ ମଡେଲର ଟି-୨୦ବିଶ୍ବକପ ୨୦୨୬ର ସେମିଫାଇନାଲ ଏବଂ ଫାଇନାଲ୍ ମ୍ୟାଚରୁ କ’ଣ ରହିଛି । ଟି-୨୦ ବିଶ୍ବକପ ୨୦୨୬ର ସେମିଫାଇନାଲ୍ ଏବଂ ଫାଇନାଲର ଭେନ୍ୟୁ ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଏହା ପଛର ମୁଖ୍ୟ କାରଣ ପାକିସ୍ତାନ ହିଁ ଅଟେ । କାରଣ ପାକିସ୍ତାନ ନିଜ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ଯଦି ସେମିଫାଇନାଲରେ ଯାଉଛି ତ ତା’ର ସେମିଫାଇନାଲ୍ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଯଦି ପାକିସ୍ତାନ ସେମିଫାଇନାଲରେ ଯାଉନାହିଁ ତ ସେହି ମ୍ୟାଚ୍ ଇଡେନ ଗାର୍ଡ଼େନ୍ସରେ ଖେଳାଯିବ । ସେହିଭଳି ଦ୍ବିତୀୟ ସେମିଫାଇନାଲ୍ ମୁମ୍ବାଇର ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ ।
ସେହିଭଳି ଫାଇନାଲରେ ପାକିସ୍ତାନ ଯିବା ନ ଯିବା ଉପରେ ଫାଇନାଲର ଭେନ୍ୟୁ ନିର୍ଭର କରିବ । ଯଦି ପାକ୍ ଟିମ୍ ଫାଇନାଲରେ ଯାଉଛି ତ ଫାଇନାଲ କଲୋମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । ଯଦି ପାକିସ୍ତାନ ଫାଇନାଲରେ ପହଞ୍ଚିବ ନାହିଁ ତ ଫାଇନାଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।