ନୂଆଦିଲ୍ଲୀ, ୦୧/୦୯ : ଡିଜିଟାଲ୍ ଯୁଗରେ ଏବେ କୋଟି କୋଟି ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଇନଷ୍ଟାଗ୍ରାମ୍। ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷାଧିକ ଟଙ୍କା ରୋଜଗାର କରି ମାଲେମାଲ ହେଉଛନ୍ତି କ୍ରିଏଟର୍ସ, ଇନଫ୍ଲୁଏନ୍ସର୍ସ ଓ ସେଲିବ୍ରିଟି। ଇନକମ୍ ପାଇଁ ପାଲଟିଛି ସର୍ଟକଟ୍ ଉପାୟ। ତେବେ ଇନଷ୍ଟାଗ୍ରାମକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚିତ... କେଉଁ ଦେଶର ଲୋକଙ୍କୁ ସବୁଠୁ ଅଧିକ ଟଙ୍କା ଦେଉଛି ଇନଷ୍ଟାଗ୍ରାମ ? 

ଗ୍ଲୋବାଲ୍ ଷ୍ଟଡି ଅନୁଯାୟୀ, ଆମେରିକାରେ ଇନଷ୍ଟାଗ୍ରାମ ସବୁଠୁ ଅଧିକ ବ୍ୟବହାର ହୁଏ। ଆମେରିକୀମାନେ ହିଁ ଇନଷ୍ଟାଗ୍ରାମରୁ ସବୁଠୁ ଅଧିକ ରୋଜଗାର କରନ୍ତି। ଏହାର କାରଣ ହେଉଛି, ଆମେରିକାରେ ବଡ଼ ଡିଜିଟାଲ୍ ମାର୍କେଟ୍, ବିଜ୍ଞାପନ ଏଜେନ୍ସିଙ୍କ ଖର୍ଚ୍ଚ ଓ କ୍ରିଏଟରଙ୍କ ପାଇଁ ହାଇ ପେମେଣ୍ଟ ରେଟ୍। ତେବେ ଆମେରିକାରେ ଇନଷ୍ଟାଗ୍ରାମର ଏକ ହଜାର ଭ୍ୟୁଜ୍‌ରେ ବିଜ୍ଞାପନର ମୂଲ୍ୟ ସବୁଠୁ ଅଧିକ ରହିଛି। ଏଠାରେ ୧୦୦୦ ଭ୍ୟୁଜ୍ ପାଇଁ ପ୍ରାୟ ୩ ଡଲାରରୁ ୮ ଡଲାର ମିଳୁଛି। ଏହାର ଅର୍ଥ ଯଦି କୌଣସି କିଏଟରଙ୍କ ପୋଷ୍ଟ କିମ୍ଵା ଭିଡିଓରେ ୧ ମିଲିଅନ ଭ୍ୟୁଜ୍ ଆସେ ତାହେଲେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି। 

ଇନଷ୍ଟାଗ୍ରାମରେ ହେଉଥିବା ଆୟରେ ଏକ ପ୍ରମୁଖ ଅଂଶ ବିଶ୍ୱସ୍ତରୀୟ ସେଲିବ୍ରିଟିମାନଙ୍କର ରହିଛି। ଏହି ସେଲିବ୍ରିଟିମାନେ ପ୍ରତ୍ୟେକ ପୋଷ୍ଟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି। ଅଧିକାଂଶ ସେଲିବ୍ରିଟି କିମ୍ଵା ଇନଫ୍ଲୁଏନ୍ସର ଆମେରିକା କିମ୍ଵା ୟୁରୋପରୁ ଅଛନ୍ତି। ବିଶ୍ଵର ପ୍ରାୟ ୨୨ ପ୍ରତିଶତ ସ୍ପୋନ୍ସର ପୋଷ୍ଟ କେବଳ ଆମେରିକାରୁ ଆସୁଛି। ଅର୍ଥାତ୍ ସବୁଠୁ ଅଧିକ ଟଙ୍କା ଆମେରିକୀୟ କ୍ରିଏଟର୍ସଙ୍କୁ ମିଳୁଛି। 

ଆମେରିକା ପରେ କାନାଡ଼ା ଓ ୟୁକେର ଲୋକଙ୍କୁ ଇନଷ୍ଟାଗ୍ରାମ ଅଧିକ ଟଙ୍କା ଦିଏ। ଏଠାରେ  ୧୦୦୦ ଭ୍ୟୁଜ୍ ପାଇଁ ଅଢେଇ ଡଲାରରୁ ୬ ଡଲାର ପର୍ଯ୍ୟନ୍ତ ମିଳେ। ସେହିପରି ଭାରତ, ବ୍ରାଜିଲ ଓ ଦକ୍ଷିଣ ଏସିଆ ଦେଶଗୁଡ଼ିକୁ ମଧ୍ୟ ଇନଷ୍ଟାଗ୍ରାମ ଟଙ୍କା ଦିଏ। ହେଲେ ଆମେରିକା ତୁଳନାରେ ଖୁବ୍ କମ୍।