ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାଛ ଧରୁଥିବା ବେଳେ ଅତଡ଼ା ଖସି ମାଟି ତଳେ ଚାପି ହୋଇଗଲେ ଯୁବକ, ଉଦ୍ଧାର ହେଲା ମୃତଦେହ

Published By : Harapriya Sethi | November 10, 2024 1:05 PM

ନୀଳଗିରି,୧୦/୧୧:ନଦୀରେ ମାଛ ଧରୁଥିବା ବେଳେ ଅଘଟଣ । ଅତଡା ଖସି ଯିବାରୁ ବାଉଁଶବୁଦା ଓ ମାଟି ତଳେ ଚାପି ହୋଇ ପ୍ରାଣ ହରାଇଲେ ଯୁବକ । ଯୁବକ ଜଣକ ସନୁ ସିଂ ବୋଲି ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ବରମପୁର ଅଞ୍ଚଳରେ ଥିବା କମଳାନଦୀରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ନୀଳଗିରି ବ୍ଲକ ବରମପୁର ଥାନା ଅଧିନ ଭୋଗଡ଼ିହା ଅଞ୍ଚଳରେ କମଳା ନଦୀରେ ମାଛ ଧରୁଥିବା ବେଳେ ସନୁ ସିଂ ଭାସି ଯାଇଥିଲେ । ପରେ ଯାଇ ଅନ୍ୟ ଏକ ସ୍ଥାନରେ ଛିଡା ହୋଇ ପୁଣି ମାଛ ଧରିବାକୁ ଚେଷ୍ଟା କରୁଥିବା ବେଳେ ନଦୀକୂଳରେ ଅତଡ଼ା ଖସି ଯିବାରୁ ବାଉଁଶବୁଦା ଗଡି ଯାଇଥିଲା । ମାଟି ସହ ବାଉଁଶ ବୁଦା ଉପରେ ପଡି ଯିବାରୁ ସନୁ ସିଂ ତଳେ ଚାପି ହୋଇ ରହିଥିଲେ । ଏହା ଦେଖି ଗ୍ରାମବାସୀ ୧୦୮ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ କିଛି ସମୟ ମଧ୍ୟରେ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.