ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର ସ୍ୱୀକାର କରିଛନ୍ତି ଯେ, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ବେଳେ ଭାରତର ଆଭିମୁଖ୍ୟର ସେ ଯେଭଳି ସମାଲୋଚନା କରି ଥିଲେ , ସେ ଏବେ ଏଥିପାଇଁ ଲଜ୍ଜାର କାରଣ ପାଲଟି ଯାଇଛନ୍ତି। ସେ କହିଛନ୍ତି, ଭାରତର ସନ୍ତୁଳିତ କୂଟନୀତି ଯୋଗୁଁ ଆଜି ଦେଶ ସେହି ସ୍ଥିତିରେ ଅଛି, ଯେଉଁଠି ସେ ସ୍ଥାୟୀ ଶାନ୍ତିର ଦିଗରେ ପ୍ରମୁଖ ଭୂମିକା ନିଭାଇ ପାରିବ। 

ଥରରୁ କହିଛନ୍ତି ଯେ, ଭାରତର ନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଶକ୍ତି ଦେଇଛି ଯେ, ସେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ଉଭୟଙ୍କୁ ଆଲିଙ୍ଗନ କରି ପାରନ୍ତି ଏବଂ ଉଭୟ ଦେଶରେ ଗ୍ରହଣୀୟ ହୋଇ ପାରିଛନ୍ତି। 

‘ରାୟସିନା ଡାଏଲଗ୍‌’ ରେ ନିଜର ବକ୍ତବ୍ୟରେ ଥରୁର ମନେପକାଇଛନ୍ତି ଯେ, ଫେବ୍ରୁଆରୀ ୨୦୨୨ରେ ଯେବେ ରୁଷ୍‌ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା , ସେତେବେଳେ ସେ ଭାରତର ତଟସ୍ଥ ନୀତିର ସମାଲୋଚନା କରି ଥିଲେ ଏହଂ ମସ୍କୋର ଆକ୍ରାମକତାର ଖୁବ୍‌ ନିନ୍ଦା କରି ଥିଲେ।

ତିରୁୱନନ୍ତପୁରମ୍‌ରୁ ଲୋକସଭା ସାଂସଦ ଶଶି ଥରୁର କହିଛନ୍ତି – ମୋର ସମାଲୋଚନା ଏହି ଆଧାରରେ ଥିଲା ଯେ, ରୁଷ୍‌ ୟୁଏନ ଚାର୍ଟର ଓ ସାର୍ବଭୌମତାର ସିଦ୍ଧାନ୍ତ ଗୁଡ଼ିକର ଉଲ୍ଲଙ୍ଘନ କରିଥିଲା। ଭାରତ ସର୍ବଦା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନର ପକ୍ଷଧର ରହିଛି, ଏଥିପାଇଁ ଆମକୁ ଏହାର ନିନ୍ଦା କରିବା ଉଚିତ୍ ଥିଲା। କିନ୍ତୁ ଏବେ ୩ବର୍ଷ ପରେ ମୋତେ ଏହା ସ୍ୱୀକାର କରିବାକୁ ପଡ଼ୁଛି ଯେ ଭାରତର ରଣନୀତି ତାକୁ ଏକ ବିଶ୍ୱସନୀୟ ମଧ୍ୟସ୍ଥି କରି ଦେଇଛି।  

ଥରୁର କହିଛନ୍ତି ଯେ , ଭାରତର ନୀତିର ହିଁ ପ୍ରଭାବ ରହିଛି କି ଆଜି ବୈଶ୍ୱିକ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ସ୍ୱୀକାର୍ଯ୍ୟତା ଉଭୟ ପକ୍ଷରେ ରହିଛି। ଭାରତ ଶାନ୍ତି ସ୍ଥାପନାର ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବାର ସ୍ଥିତିରେ ଅଛି। 

ଉଲ୍ଲେଖନୀୟ ଯେ , ରୁଷ୍‌ –ୟୁକ୍ରେନ ଯୁଦ୍ଧ ବେଳେ ଭାରତ ନ୍ୟୁଟ୍ରାଲ ନୀତି ଆପଣାଇ ଥିଲା ଏବଂ କୂଟନୀତିକ ସ୍ତରରେ ଉଭୟ ଦେଶ ସହ କଥାବାର୍ତ୍ତା ଜାରି ରଖି ଥିଲେ। ଭାରତ ଯୁଦ୍ଧର ସମାଲୋଚନା କରିବା ବଦଳରେ ଶାନ୍ତି ଓ କଥାବାର୍ତ୍ତା ମାଧ୍ୟମରେ ସମାଧାନ ବାହାର କରିବାକୁ କହିଥିଲା, ଯେଉଁଥିରେ ଏବେ ସେ ବିଶ୍ୱ ସ୍ତରରେ ଏକ ସନ୍ତୁଳିତ ଶକ୍ତି ଭାବେ ଉଭା ହୋଇଛି।