ନୂଆଦିଲ୍ଲୀ, ୨୭।୧୨: ୟେମେନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟକୁ ଇସ୍ରାଏଲର ଟାର୍ଗେଟ୍ । ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି । ଆତ୍ମଘାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିଫ୍‌ ଟେଡ୍ରୋସ୍‌ ଏଡନାମ୍‌ । ବିମାନବନ୍ଦରରେ ଉପସ୍ଥିତ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଟେଡ୍ରୋସ୍‌ ନିଜ ସହଯୋଗୀଙ୍କ ସହ ଏକ ଫ୍ଲାଇଟ୍‌ରେ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଫ୍ଲାଇଟ୍‌ର କ୍ରୁ ମେମ୍ବର୍ସ ଚାଳକଙ୍କ ଜଣେ ସଦସ୍ୟ ଆହତ ହୋଇଛନ୍ତି ।

ଗତ କିଛି ମାସ ଧରି ହୁତି ଯୁଦ୍ଧବିମାନ ଦ୍ୱାରା ବନ୍ଧକ ରହିଥିବା ଜାତିସଂଘର କର୍ମଚାରୀଙ୍କ ମୁକ୍ତି ପାଇଁ ବୁଝାମଣା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ୟେମେନରେ ପହଞ୍ଚିଥିଲେ । ଏହା ବ୍ୟତୀତ ସେ ଦେଶର ସ୍ୱାସ୍ଥ୍ୟ ଏବଂ ମାନବିକ ପରିସ୍ଥିତି ଉପରେ ମଧ୍ୟ ନଜର ରଖିଥିଲେ । ବିମାନବନ୍ଦରରେ ଏହି ଆକ୍ରମଣ ହୋଇଥିବା ବେଳେ ଟେଡ୍ରୋସ୍‌ ଏବଂ ତାଙ୍କ ସହକର୍ମୀମାନେ ବିମାନରେ ଚଢ଼ିବାକୁ ଯାଉଥିବାବେଳେ ଏଭଳି ଆକ୍ରମଣ ହୋଇଥିବା ବୋଲି କହିଛନ୍ତି । ଏହି ସମୟ ମଧ୍ୟରେ ପ୍ରବଳ ବୋମା ବିସ୍ଫୋରଣ ହୋଇଥିଲା । ତେବେ ତାଙ୍କ ସହକର୍ମୀ ଏବଂ ସେ ନିରାପଦରେ ଥିବା ପ୍ରଧାନ କହିଛନ୍ତି । ଅନ୍ୟପଟେ ସାନାରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ।