ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

କିଏ ଶୀଘ୍ର ପଡ଼ନ୍ତି ପ୍ରେମରେ ?

Published By : Prameya | April 25, 2025 3:02 PM

ଭୁବନେଶ୍ଵର, ୨୫/୦୪ : ପ୍ରେମ... ଏକ ଅସରନ୍ତି ସମୁଦ୍ର... ଅମାପ ଅନୁଭବ। ଯାହାକୁ କେହି ମାପି ପାରିନାହାଁନ୍ତି କି ମାପି ପାରିବେନି। କେବେ ଭାବିଛନ୍ତି କି ? ଯେତେବେଳେ ୨ ଜଣ ପ୍ରେମରେ ପଡ଼ନ୍ତି, ପ୍ରଥମେ କାହା ହୃଦୟରେ ଆସେ ପ୍ରେମର ଫଗୁଣ ? କିଏ ଶୀଘ୍ର ପଡ଼ନ୍ତି ପ୍ରେମରେ ? ପୁଅ ନା ଝିଅ ? ଏହି ପ୍ରଶ୍ନ ପଚାରିଲେ ସମସ୍ତେ କୁହନ୍ତି ପ୍ରଥମେ ଝିଅଟିଏ ପଡେ ପ୍ରେମରେ। କିନ୍ତୁ ଏହକୁ ଭୁଲ୍ ପ୍ରମାଣିତ କରିଛି ଏକ ସଦ୍ୟ ଅଧ୍ୟୟନ। 

ପ୍ରଥମେ ପ୍ରମରେ ପଡ଼ନ୍ତି ପୁରୁଷ। ହୃଦୟ ଦିଆନିଆ ମାମଲାରେ ପୁରୁଷମାନେ ଆଗୁଆ। କିନ୍ତୁ ଭାବିବାକୁ ସମୟ ନିଅନ୍ତି ଝିଅ। ଅଷ୍ଟ୍ରେଲିଆନ୍‌ ନ୍ୟାସନାଲ ୟୁନିଭର୍ସିଟିର ଅଧ୍ୟୟନରୁ ଖୁଲାସା। ନୂଆ ନୂଆ ସମ୍ପର୍କରେ ପଡିଥିବା ଯୋଡ଼ିମାନଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଏଥିରୁ ଜଣା ପଡ଼ିଛି ଯେ, ଝିଅମାନଙ୍କ ଅପେକ୍ଷା ଆଗେ ପ୍ରେମରେ ପଡ଼ନ୍ତି ପୁଅ। ତେବେ ଜାଣିଛନ୍ତି କି ? କାହିଁକି ପ୍ରଥମେ ପ୍ରେମରେ ପଡନ୍ତି ପୁରୁଷ ? ପୁରୁଷଙ୍କ ଭିତରେ ପ୍ରେମକୁ ନେଇ ରହିଥାଏ ଅପେକ୍ଷା। ତେଣୁ ପ୍ରଥମେ ପ୍ରେମରେ ପଡ଼ନ୍ତି ସେମାନେ। ତେବେ ପ୍ରେମକୁ ନେଇ ଭିନ୍ନ ଭିନ୍ନ ଅନୁଭବ କରନ୍ତି ପୁଅ ଏବଂ ଝିଅ। ଯେମିତିକି ମହିଳାମାନଙ୍କ ପ୍ରେମ ଅଧିକ ଗଭୀର ହୋଇଥାଏ। ଭାବନାତ୍ମକ ଭାବେ ଯୋଡ଼ି ହୋଇଥାଏ। 

ଅଷ୍ଟ୍ରେଲିଆନ୍‌ ନ୍ୟାସନାଲ ୟୁନିଭର୍ସିଟି ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା। ୧୮ରୁ ୨୫ ବର୍ଷ ବୟସ୍କ ଯୁବ ପ୍ରେମୀଙ୍କୁ ଏହି ଗବେଷଣାରେ ସାମିଲ୍‌ କରାଯାଇଥିଲା । ଯେଉଁମାନଙ୍କ ସମ୍ପର୍କ ଆରମ୍ଭରୁ ଦୁଇ ବର୍ଷ ଭିତରେ ରହିଥିଲା । ଏହି ଗବେଷଣାରେ ୩୩ ଦେଶର ୮୦୮ ଯୋଡ଼ିଙ୍କୁ ସାମିଲ୍‌ କରାଯାଇଥିଲା । ସେମାନଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଇଥିଲା। ଯେମିତିକି ଆପଣ ଏ ପର୍ଯ୍ୟନ୍ତ କେତେଥର ପ୍ରେମରେ ପଡିଛନ୍ତି? ଆପଣ କେବେ ପ୍ରେମରେ ପଡିଛନ୍ତି? ଆପଣଙ୍କ ପ୍ରେମ କେତେ ଗଭୀର? ଆପଣ ନିଜ ସାଥୀ ବିଷୟରେ କେତେ ଭାବୁଛନ୍ତି? ଆପଣ ସମ୍ପର୍କକୁ ନେଇ କେତେ ପ୍ରତିବଦ୍ଧ? ଫଳାଫଳ ଥିଲା ପୁଅମାନେ ଶୀଘ୍ର ପ୍ରେମରେ ପଡୁଥିବା ବେଳେ ଝିଅମାନେ ଅଧିକ ଭାବନ୍ତି । ମହିଳାମାନେ ପ୍ରେମକୁ ଗଭୀରତାର ସହ ଗ୍ରହଣ କରନ୍ତି। ସଂପୃକ୍ତି ଓ ଭାବନାତ୍ମକ ଭାବେ ମଧ୍ୟ ଅଧିକ ମଜଭୁତ ହୋଇଥାନ୍ତି। ସେହିପରି ମହିଳାମାନେ ପ୍ରେମ ବିଷୟରେ ଅଧିକ ଭାବୁଥିବା ବେଳେ ପ୍ରେମୀର ଅଧିକ ଧ୍ୟାନ ରଖିଥାନ୍ତି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.