ନୂଆଦିଲ୍ଲୀ,୧୬/୦୭; ତ୍ରେତୈୟାରେ ଶ୍ରୀରାମଙ୍କ ଭକ୍ତ ହୁମାମାନ ମାତା ସୀତାଙ୍କୁ ଖୋଜି ରାବଣର ସୁନାର ଲଙ୍କାକୁ ଜାଳି ଛାରଖାର କରିଥିଲେ । ରବିବାର ଭାରତୀୟ ରାପର୍ ହନୁମାନକାଇଣ୍ଡ୍ ଶ୍ରୀଲଙ୍କାର ପ୍ରେମାଦାସ ଷ୍ଟାଡିୟମରେ ଅଲଗା ପ୍ରକାର ନିଆଁ ଲଗାଇଥିଲେ । ନିଜ ରାପ୍ ଗୀତରେ ଗ୍ୟାଲେରୀରେ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ । ତାଙ୍କ ଗୀତରେ ଝୁମିଥିଲେ ଦର୍ଶକ । ଭାରତ-ପାକିସ୍ତାନ ମ୍ୟାଚ ଆରମ୍ଭର ୩-୪ ଘଣ୍ଟା ପୂର୍ବରୁ ଦର୍ଶକ ଷ୍ଟାଡିୟମ ଗ୍ୟାଲେରିରେ ହନୁମାନକାଇଣ୍ଡଙ୍କ ଗୀତକୁ ଉପଭୋଗ କରିଥିଲେ । ତେବେ କିଏ ହନୁମାନକାଇଣ୍ଡ୍ ? ଭାରତ-ପାକିସ୍ତାନ ମ୍ୟାଚ ପରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା । ଜାଣନ୍ତୁ ଅସଲ ନାମ ପଛର ରାଜ ?

​​​​​​​ହନୁମାନକାଇଣ୍ଡ କିଏ ? ହନୁମାନକାଇଣ୍ଡ ଜଣେ ଜଣାଶୁଣା ରାପର୍ ଏବଂ ଗାୟକ ଯିଏକି ତାଙ୍କ ଗୀତ "ବିଗ୍ ଡଗ୍ସ" ର ବିପୁଳ ସଫଳତା ପରେ ଇଣ୍ଟରନେଟ୍ ସେନସେସନ୍ ହୋଇଯାଇଥିଲେ । ଏହି ଗୀତର ବିଶ୍ୱବ୍ୟାପୀ ସଫଳତା ହନୁମାନକାଇଣ୍ଡଙ୍କୁ ବିପୁଳ ସ୍ୱୀକୃତି ଦେଇଥିଲା । ଗାୟକ-ରାପର୍ ସମ୍ପ୍ରତି ବ୍ଲକବଷ୍ଟର ଫିଲ୍ମ "ଧୁରନ୍ଧର" ର ଟାଇଟଲ୍ ଟ୍ରାକ୍ ପାଇଁ ମଧ୍ୟ ଚର୍ଚ୍ଚାରେ ଥିଲେ । ଯାହା ତାଙ୍କର ବଲିଉଡ୍ ପ୍ଲେବ୍ୟାକରେ ଡେବ୍ୟୁ ଥିଲା । ଏହି ଗୀତ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ମଧ୍ୟ ପ୍ରଶଂସା ପାଇଥିଲେ ।

ଏହା ବି ପଢନ୍ତୁ...ଭାରତଠାରୁ ଲଜ୍ଜାଜନକ ପରାଜୟକୁ ସହି ପାରିଲେନି ଶାହିଦ ଆଫ୍ରିଦି, କହିଲେ ଶାହିନଙ୍କୁ ବାହାର କର...