ପ୍ରମୂଖ ଖବର
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ
  • ||
  • ବାଲେଶ୍ବର ଏଫ୍‌ଏମ୍‌ ଜଲେଜ ଛାତ୍ରୀ ଆତ୍ମାହୁତି ମାମଲା,ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ତାମିଲନାଡୁରେ ଜନ୍ମ, ୪୦ ବର୍ଷର ରାଜନୈତିକ ଯାତ୍ରା...କିଏ ସି.ପି ରାଧାକ୍ରିଷ୍ଣନ ? ଜାଣନ୍ତୁ ନାମ ପଛର କାହାଣୀ

Published By : Ankita S | August 18, 2025 11:13 AM

ନୂଆଦିଲ୍ଲୀ,୧୮/୦୮: ମହାରାଷ୍ଟ୍ର ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ (ଚନ୍ଦ୍ରପୁରମ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ) ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ରବିବାର ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଉପରେ ସହମତି ପ୍ରକାଶ ପାଇଛି । ବୈଠକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ରାଧାକ୍ରିଷ୍ଣନଙ୍କ ନାମ ଘୋଷଣା କରିଛନ୍ତି । ତାମିଲନାଡୁର ତିରୁପୁର ଠାରେ ୧୯୫୭ ଅକ୍ଟୋବର ୨୦ରେ ରାଧାକ୍ରିଷ୍ଣନଙ୍କ ଜନ୍ମ । ନିଜର ରାଜନୈତିକ ଜୀବନ ସେ ଆରଏସ୍‌ଏସ୍‌ ଓ ଜନସଂଘରୁ ଆରମ୍ଭ କରିଥିଲେ । ୧୬ ବର୍ଷ ବୟସରୁ ସେ ଆରଏସ୍‌ଏସ୍‌ ସହ ଜଡିତ ଥିଲେ । ୧୯୯୮ ଓ ୧୯୯୯ରେ କୋଏମ୍ବାଟୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତାମିଲନାଡୁରେ ଜନ୍ମ, ୪୦ ବର୍ଷର ରାଜନୈତିକ କ୍ୟାରିୟର । କିଏ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି ରାଧାକୃଷ୍ଣନ । ତାଙ୍କ ନାମ ପଛର କାହାଣୀ କଣ ଜାଣନ୍ତୁ ଏହି ରିପୋର୍ଟରେ ।

ସି.ପି ରାଧାକ୍ରିଷ୍ଣନଙ୍କ ବିଷୟରେ...ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି ରାଧାକୃଷ୍ଣନ ତାମିଲନାଡୁର ତିରୁପୁରଠାରେ ୧୯୫୭ ଅକ୍ଟୋବରର ୨୦ରେ ଜନ୍ମଗ୍ରହଣ କରିଥିଲେ ।୬୮ ବର୍ଷୀୟ ରାଧାକୃଷ୍ଣନ ଅନେକ ରାଜ୍ୟର ରାଜ୍ୟପାଳ ରହିଛନ୍ତି । ସେ ୨୦୨୩ ଫେବୃଆରୀରୁ ଜୁଲାଇ ୨୦୨୪ ଯାଏ ଝାଡ଼ଖଣ୍ଡ ରାଜ୍ୟପାଳ ଥିଲେ । ତେଲେଙ୍ଗାନା ରାଜ୍ୟପାଳ ଓ ପୁଡ଼ୁଚେରୀ ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି । ଗତ ବର୍ଷ ଜୁଲାଇରୁ ସେ ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି । ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଥିଲେ ଏବଂ ବର୍ତ୍ତମାନ (୩୧ ଜୁଲାଇ ୨୦୨୪ ରୁ ଏପର‌୍ୟ୍ୟନ୍ତ) ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି । ୧୯୭୩ ମସିହାରେ ୧୬ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ରେ ଯୋଗ ଦେଇଥିଲେ । ୧୯୭୪ ମସିହାରେ ସେ ଭାରତୀୟ ଜନସଂଘର ତାମିଲନାଡୁ ରାଜ୍ୟ କାର‌୍ୟ୍ୟକାରିଣୀର ସଦସ୍ୟ ହୋଇଥିଲେ। ୧୯୯୬ ମସିହାରେ ତାଙ୍କୁ ତାମିଲନାଡୁ ବିଜେପିର ସଚିବ ଭାବରେ ନିଯୁକ୍ତ କରାଯାଇଥିଲା । ସି.ପି ରାଧାକ୍ରିଷ୍ଣନ କୋଏମ୍ବାଟୁରରୁ ଦୁଇଥର (୧୯୯୮ ଏବଂ ୧୯୯୯)ରେ ସାଂସଦ ରହିସାରିଛନ୍ତି । ତାଙ୍କର ୪୦ ବର୍ଷର ରାଜନୈତିକ କ୍ୟାରିୟର ରହିଛି । ରାଧାକୃଷ୍ଣନ ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ, ସେ ୧୯,୦୦୦ କିଲୋମିଟର ଯାଏ ୯୩ ଦିନିଆ 'ରଥଯାତ୍ରା' କରିଥିଲେ । ଏହି ଯାତ୍ରା ଭାରତୀୟ ନଦୀଗୁଡ଼ିକର ସଂଯୋଗୀକରଣ, ଆତଙ୍କବାଦର ନିରାକରଣ, ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ଏବଂ ନିଶାଦ୍ରବ୍ୟର ବିପଦ ବିରୁଦ୍ଧରେ ଲଢ଼ିବା ଦାବିରେ ଆୟୋଜିତ ହୋଇଥିଲା ।

ଅଧିକ ପଢନ୍ତୁ...ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କଲା ଏନ୍‌ଡିଏ; ସିପି ରାଧାକ୍ରିଷ୍ଣନଙ୍କ ନାଁରେ ସଂସଦୀୟ ବୋର୍ଡ ବୈଠକରେ ଲାଗିଲା ମୋହର

ଏହି ଭରସାରେ ନାମ ରଖିଥିଲେ ମା'- ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚନ୍ଦ୍ରପୁରମ ପୋନ୍ନୁସ୍ୱାମୀ (ସି.ପି) ରାଧାକ୍ରିଷ୍ଣନଙ୍କ ନାମ ଘୋଷଣା ପରେ ତାମିଲନାଡୁର ତିରୁପୁରରେ ଥିବା ତାଙ୍କ ଘରେ ଏକ ଉତ୍ସବର ମାହୋଲ ଥିଲା । ତାଙ୍କ ମାଆ ଜାନକୀ ଅମ୍ମାଲ ଘରେ କେକ୍ କାଟି ଖୁସି ମନାଇଥିଲେ । ତାଙ୍କ ପୁଅକୁ ବିଜେପି ନେତୃତ୍ୱାଧୀନ ଏନଡିଏ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ପଦ ପାଇଁ ମନୋନୀତ କରିଛି । ଜାନକୀ ଅମ୍ମାଲ ତାଙ୍କ ନାମ ପଛରେ ଥିବା କାହାଣୀକୁ ମନେ ପକାଇଥିଲେ ।

ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସହ ସିପିଙ୍କ କନେକ୍ସନ- ନାମକୁ ନେଇ ସିପିଙ୍କ ମାଆ କହିଛନ୍ତି,'' ନାମ ସିପି ରାଧାକୃଷ୍ଣନ ରଖିଥିଲି, ଯାହା ଦ୍ୱାରା ସେ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପରି ହୋଇପାରିବେ । ଭଗବାନ ଏହି ସମ୍ମାନ ଦେଇଛନ୍ତି । ଜାନକୀ ଅମ୍ମଲା ଯେଉଁ ଆଶାର ସହିତ ପୁଅଙ୍କ ନାମ ରଖିଥିଲେ ତାକୁ ମନେ ପକାଇଛନ୍ତି । ଆଉ ଏବେ ଏହି ନାମ ତାଙ୍କ ପୁଅକୁ ରାଷ୍ଟ୍ରପତି ଭବନର ଆଉ ଗୋଟିଏ ପାଦ ନିକଟତର କରିଛି । ଉପ-ରାଷ୍ଟ୍ରପତି ନିର୍ବାଚନରେ ପୁଅର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି । ଭଗବାନ ଗଣେଶ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ସିପି ରାଧାକୃଷ୍ଣନଙ୍କ ମାଆ ।

ସି.ପି ଆର ଏବେ ଜାତୀୟ ସ୍ତରରେ ଶିରୋନାମା ପାଲଟିଛନ୍ତି । ଯଦି ସି.ପି ଆର ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି, ତେବେ ସେ ତାମିଲନାଡୁରୁ ତୃତୀୟ ଉପରାଷ୍ଟ୍ରପତି ହେବେ । ତାଙ୍କ ପୂର୍ବରୁ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ଆର. ଭେଙ୍କଟରମଣ ଏହି ପଦବୀରେ ରହି ସାରିଛନ୍ତି। ଉଭୟ ପରେ ରାଷ୍ଟ୍ରପତି ହୋଇଥିଲେ । ରାଷ୍ଟ୍ରପତି ଅବଦୁଲ କଲାମ ମଧ୍ୟ ତାମିଲନାଡୁର ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.