ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ମଦୁଆଙ୍କ ସଂଖ୍ୟା । ମଦ ପ୍ରତି ବଢ଼ୁଛି ଲୋକଙ୍କ ଆଗ୍ରହ । କିଏ ମଦ ପିଇ ଦୁର୍ଘଟଣାର ଶିକାର ହେଲାଣି ତ ଆଉ କିଏ ମଦ୍ୟପାନ କରିବା ପରେ ହିତାହିତ ଜ୍ଞାନ ଭୁଲି ଯାଉଛି । କିଏ ଖୁସିର ବାହାନା କରୁଛି ତ ଆଉ କିଏ ଦୁଃଖ ଭୁଲିବାକୁ ପିଉଛି କହି ଅଭ୍ୟାସରେ ପରିଣତ କରି ଦେଉଛି । ଏକଦା ଏମିତି ଏକ ସମୟ ଥିଲା ମଦ କମ୍ପାନୀମାନେ ବିଦେଶମାନଙ୍କରେ ଅଧିକ ରୋଜଗାର କରୁଥିଲେ । କିନ୍ତୁ ଏବେ ବିଦେଶ ଅପେକ୍ଷାରେ ଭାରତରେ ବଢ଼ିବାରେ ଲାଗିଛି ମଦୁଆଙ୍କ ସଂଖ୍ୟା ।IWSRରେ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି ।
ବିଦେଶରେ କମର କାରଣ କ’ଣ ?
ମାର୍କେଟିଂ ରିସର୍ଚ୍ଚ ସଂସ୍ଥାIWSRରେ ପ୍ରକାଶ ପାଇଥିବା ରିପୋର୍ଟ ଯଦି ସତ୍ୟ ହୁଏ ତାହେଲେ ସାଙ୍ଘାତିକ ହେବ । ତେବେ ରିପୋର୍ଟରେ ପ୍ରକାଶ କରାଯାଇଛି କି, ଆସନ୍ତା ୧୦ ବର୍ଷ ପରେ ସାରା ବିଶ୍ବରେ କମିବ ମଦର ଚାହିଦା । ମାତ୍ର ଭାରତରେ ଚାହିଦା ବଢ଼ିବ । ତେବେ କୁହାଯାଇଛି କି, ବୃଦ୍ଧି ପାଉଥିବା ମୁଦ୍ରାସ୍ପୀତି ପାଇଁ ଖର୍ଚ୍ଚ ପାଇଁ ଟଙ୍କା କମୁଛି । ଏହାସହ ବିଦେଶରେ ଯୁବପୀଢ଼ୀମାନେ ସ୍ବାସ୍ଥ୍ୟ ପ୍ରତି ସଚେତନ ହେଉଛନ୍ତି । ଯେଉଁ କାରଣରୁ ମଦ୍ୟପାନ ପ୍ରତି ଚାହିଦା ହ୍ରାସ ପାଇବାରେ ଲାଗିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକା, ୟୁକେ, ଜାପାନ, ଜର୍ମାନୀ ଏବଂ ଚୀନ୍ ଭଳି ଦେଶର ଯୁବ ପିଢ଼ି ପୂର୍ବ ଅପେକ୍ଷା କମ୍ ମଦ୍ୟପାନ କରୁଛନ୍ତି। ଏହି କାରଣରୁ ଆଗାମୀ ବର୍ଷଗୁଡ଼ିକରେ ଏହି ବଜାରଗୁଡ଼ିକରେ ଚାହିଦାକମିବାର ସମ୍ଭାବନା ରହିଛି ।
ଭାରତରେ କାହିଁକି ବଢ଼ୁଛି ଚାହିଦା ?
ଭାରତରେ କିନ୍ତୁ ବିପରୀତ ରହିଛି । ଏଠାରେ ବର୍ଦ୍ଧିତ ଆୟ ଏବଂ ଦ୍ରୁତ ସହରୀକରଣ ପାଇଁ ମଦ୍ୟପାନ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାସହ ଆୟ ବୃଦ୍ଧି ଯୋଗୁଁ ଦାମୀ ମଦର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ଅଧିକାଂଶ ଯୁବପୀଢ଼ୀ ମଦକୁ ଆପଣାଉଛନ୍ତି । ରିପୋର୍ଟରେ ପ୍ରକାଶ ପାଇଛି କି, ବ୍ରାଣ୍ଡେଡ ମଦର ଚାହିଦା ବଢ଼ୁଥିବାବେଳେ ପୂର୍ବ ଅପେକ୍ଷା ଅଧିକ ବିକ୍ରି ମଧ୍ୟ ହେବାରେ ଲାଗିଛି । ଯାହାକି ଆଗାମୀ ଦିନରେ ଅଧିକ ହେବାର ସମ୍ଭାବନା ରହିଛି ।
ଯେଉଁ କାରଣରୁ ମଦ କମ୍ପାନୀଙ୍କ ନଜର ବିଶେଷ ଭାବେ ଏବେ ଭାରତ ଉପରେ ରହିଛି । ଯେଉଁ କାରଣରୁ ଅନେକ ଆନ୍ତର୍ଜାତୀୟ କମ୍ପାନୀ ଭାରତରେ ନିବେଶ ବୃଦ୍ଧି କରିବାରେ ଲାଗିଛନ୍ତି । ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ୨୦୩୨ ସୁଦ୍ଧା ବିଶ୍ବର ଦ୍ବିତୀୟ ବୃହତମ ମଦ ବଜାରରେ ପରିଣତ ହେବ ଭାରତ ।
ସତର୍କତା: ମଦକୁ ପ୍ରଚାର କରିବା ଆମର ଉଦ୍ଦେଶ୍ୟ ନୁହେଁ । କେବଳ ଖବର ପରିବେଷଣ ପାଇଁ ଆମର ଏହି ଆଲ୍ଲେଖ୍ୟ । ଏଣୁ ସମୟ ପୂର୍ବରୁ ସୁଧୁ ଯାଆନ୍ତୁ । ଆପଣଙ୍କ ଛୋଟିଆ ଭୁଲ୍ ପରିବାରକୁ କ୍ଷତି ପହଞ୍ଚାଇପାରେ । ଏହାକୁ ନେଇ ଆପଣଙ୍କ ମତାମତ କ’ଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ଏହାସହ ପଢ଼ନ୍ତୁ: ୩୦ରୁ ଆରମ୍ଭ କରି ୩ ହଜାର ଟଙ୍କା, ଜାଣନ୍ତୁ କେମିତି ପ୍ରସ୍ତୁତ ହୁଏ ଦାମୀ ପାନ ?