ନୂଆଦିଲ୍ଲୀ,୧୩।୬: ସାରା ବିଶ୍ବରେ ବୃଦ୍ଧି ପାଉଛି ତାପମାତ୍ରା । ଆକାଶରୁ ବର୍ଷୁଛି କେବଳ ନିଆଁ। ଆଗାମୀ ଦିନରେ ଗ୍ଲୋବାଲ ଓ୍ବାର୍ମିଂ ସାଜିବାକୁ ଯାଉଛି ବଡ଼ ବିପଦ।  ଏହାର ମୁକାବିଲା ପାଇଁ ବୃକ୍ଷ ସବୁଠାରୁ ବଡ଼ ଅସ୍ତ୍ର ବୋଲି ମନେକରାଯାଏ। ବୃକ୍ଷ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଲ ଗ୍ରହଣ କରି ପୃଥିବୀକୁ ବଞ୍ଚାଇବ ବୋଲି ଆଶା ରହିଛି। ତେବେ ସାଇନ୍ସ ଆଡଭାନ୍ସ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ଏକ ରିସର୍ଚ୍ଚ ସମସ୍ତଙ୍କୁ ଦେଇଛି ବଡ଼ ଝଟକା। କଲମ୍ବିଆ କ୍ଳାଇମେଟ୍‌ ସ୍କୁଲର ବୈଜ୍ଞାନିକ କହିଛନ୍ତି, ବର୍ତ୍ତମାନ ଗଛ ଗୁଡିକ ଖୁବ୍ କମ୍ ପରିମାଣରେ ଅଙ୍ଗାରକାମ୍ଲ ଷ୍ଟୋରେଜ୍ କରିପାରୁଛି।

ବୃକ୍ଷ ହିଁ ଜୀବନ। ଗଛ ଆମର ପରମ ବନ୍ଧୁ। ଗଛ ବିନା ପୃଥିବୀରେ ଜୀବନ ଅସମ୍ଭବ। ବୃକ୍ଷ ଆମକୁ ବଞ୍ଚିବା ପାଇଁ ଅମ୍ଳଜାନ ଦେଇଥାଏ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଲ (CO₂) ଗ୍ରହଣ କରି ଆଲୋକ ଶ୍ଳେଷଣ (Photosynthesis) ପ୍ରକ୍ରିୟା ମାଧ୍ୟମରେ ନିଜ ପାଇଁ ଖାଦ୍ୟ (ଗ୍ଲୁକୋଜ୍) ପ୍ରସ୍ତୁତ କରେ। ଏହି ପ୍ରକ୍ରିୟାରେ ସେ ବାୟୁମଣ୍ଡଳକୁ ଅମ୍ଳଜାନ (O₂)ବା ଅକ୍ସିଜେନ୍ ଛାଡ଼ିଥାଏ, ଯାହା ସମସ୍ତ ଜୀବଜନ୍ତୁଙ୍କ ପାଇଁ ଅତ୍ୟନ୍ତ ଜରୁରୀ।  ଆମ ଦ୍ଵାରା ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ ଗ୍ରହଣ କରି ପରିବେଶକୁ ସୁସ୍ଥ ଓ ନିର୍ମଳ ରଖିଥାଏ। ଆମେ ଏପର୍ଯ୍ୟନ୍ତ ଏହା ଭାବୁଥିଲୁ ଯେ, ଯଦି ବୃକ୍ଷ ଆଲୋକ ଶ୍ଲେଷଣ କରୁଛି ତେବେ ଏହାର ବୃଦ୍ଧି ମଧ୍ୟ ହେଉଛି। ଏହି ରିସର୍ଚ୍ଚ ସ୍ପଷ୍ଟ କରିଛି ଯେ, ଆଶୋକ ଶ୍ଲେଷଣ ହେବାର ଅର୍ଥ କାଠର ବୃଦ୍ଧି ନୁହେଁ। ଗଛ ନିଜର ଗ୍ରୋଥ୍ ସିଜିନ୍ ମଝିରେ ହିଁ ରୋକି ଦେଇଥାଏ। ଏହି କାରଣରରୁ ବାତାବରଣର ବିଷାକ୍ତ ଗ୍ୟାସ୍‌  ବାୟୁମଣ୍ଡଳରୁ ରହିଯାଇଥାଏ।

ପାଣିପାଗ ବିଜ୍ଞାନୀ ଦୀର୍ଘ ସମୟ ହେବ ମାନୁଛନ୍ତି ଯେ, ଗଛ ଅଙ୍ଗାରକାମ୍ଲ ଗ୍ରହଣ କରୁଛି। ବାୟୁରେ ଅଙ୍ଗାରକାମ୍ଲ ବଢିଲେ ଗଛ ତାକୁ ଗ୍ରହଣ କରିନେଇଥାଏ। ଏହାଦ୍ବାରା ଗଛର ସାଇଜ୍ ବଢିଥାଏ ଓ ଅଙ୍ଗାରକାମ୍ଲ ସବୁବେଳ ପାଇଁ ଗଛର କାଠରେ ଲକ୍ ହୋଇଯାଇଥାଏ। ନୂଆ ରିସର୍ଚ୍ଚ କିନ୍ତୁ ଏହି ପୁରୁଣା ଅନୁମାନକୁ ଭୁଲ ପ୍ରମାଣିତ କରିଛି। ବୈଜ୍ଞାନିକ ମୁକୁନ୍ଦ ପଲଭ ରାଓ କହିଛନ୍ତି, ଅଧିକାଂଶ ମଡେଲରୁ ଜଣାପଡିଛି ଆଲୋକ ଶ୍ଲେଷଣ ପକ୍ରିୟାରେ ଗଛର ବୃଦ୍ଧି ହୋଇଥାଏ। କିନ୍ତୁ ଏବେ ରିସର୍ଚ୍ଚ ଫଳାଫଳ କିଛି ଅଲଗା ରହିଛି। ଗଛଗୁଡ଼ିକ ଅଧିକ ଆଲୋକ ଶ୍ଳେଷଣ କରୁଥିବାରୁ ଏହା ଅର୍ଥ ନୁହେଁ ଯେ ସେମାନେ ଭବିଷ୍ୟତରେ ଅଧିକ କାଠର ବୃଦ୍ଧି ଅଧିକ ହେବ। ପୁରୁଣା ମଡେଲଗୁଡ଼ିକ ପ୍ରକୃତ କାଠ ବୃଦ୍ଧି ପରିବର୍ତ୍ତେ କେବଳ ଆଲୋକ ଶ୍ଳେଷଣ ସ୍ତର ମାପିଥିଲେ। ଏହି କାରଣରୁ ବୈଜ୍ଞାନିକମାନେ ଭବିଷ୍ୟତର କାର୍ବନ ଷ୍ଟୋରେଜର ଆକଳନ କରିଥିଲେ।

ଏହା ଜାଣିବା ପାଇଁ, ଗବେଷକମାନେ ଆମେରିକାର ୧୩୭ ଟି ଅଲଗା ଅଲଗା ସ୍ଥାନରେ ଥିବା ଓକ୍ ଗଛର ଅଧ୍ୟୟନ କରିଥିଲେ। ଏହି ଷ୍ଟଡି ପାଇଁ ସାଟେଲାଇଟ୍ ଇମେଜ୍ ଏବଂ ଗଛରେ   ଉନ୍ନତ ସେନ୍ସର ବ୍ୟବହାର କରାଯାଇଥିଲା। ଏହି ସେନ୍ସରଗୁଡ଼ିକ ଗଛ ଆକାରରେ ଘଣ୍ଟା ପ୍ରତି ପରିବର୍ତ୍ତନ ମାପିଥିଲେ। ବୈଜ୍ଞାନିକଙ୍କୁ ଜଣାପହିଥିଲା, ପୂର୍ବ ଆମେରିକାର ଜଙ୍ଗଲରେ ଗଛଗୁଡ଼ିକ ଅଗଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ବଢ଼ିବା ବନ୍ଦ କରିଦିଅନ୍ତି, ତଥାପି ସେମାନେ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରଖନ୍ତି ଆଲୋକ ଶ୍ଳେଷଣ ପକ୍ରିୟା। ବର୍ଷକରେ ଗୋଟିଏ ଗଛ ନିଜର ବୃଦ୍ଧି ବନ୍ଦ ହେବାପରେ ୩୬%  କାର୍ବନ ଡାଇଅକ୍ସାଇଡର ଗ୍ରହଣ କରିଥାଏ। କାଲିଫର୍ନିଆର ଅଞ୍ଚଳରେ ସମାନ ଫଳାଫଳ ପରିଲକ୍ଷିତ ହୋଇଥିଲା। ଅଗଷ୍ଟ ସୁଦ୍ଧା ସେଠାକାର ଗଛଗୁଡ଼ିକ ବଢ଼ିବା ବନ୍ଦ କରିଦିଏ ଏବଂ ବୃଦ୍ଧି ବନ୍ଦ ହେବା ପରେ ମୋଟ କାର୍ବନର ୨୬% ଅଂଶ ଗ୍ରହଣ କରିଥାଏ। ବୈଜ୍ଞାନିକମାନେ ଚାରୋଟି ପ୍ରମୁଖ ସ୍ଥାନରେ  ଗବେଷଣା କରିଥିଲେ। ଏହି ଅଧ୍ୟୟନରୁ ଜଣାପଡିଛି ଯେ କେବଳ କମ ତାପମାତ୍ରା ଏବଂ ଆର୍ଦ୍ରତା ସମୟରେ କାଠ ବୃଦ୍ଧି ହୁଏ।  ଗ୍ଲୋବାଲ ଓ୍ବାର୍ମିଂ କାରଣରୁ ଏହି ଦିନଗୁଡ଼ିକ କ୍ରମଶଃ କମ୍ ହେବାରେ ଲାଗିଛି। ସାରା ବିଶ୍ୱରେ ହିଟ୍‌ଓ୍ବେଭ ଏବଂ ମରୁଡ଼ି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗବେଷଣା ନେଇ ମକୁନ୍ଦ ପାଲଟ ରାଓ କହିଛନ୍ତି, ‘ପାଗ ଗରମ ଏବଂ ଶୁଷ୍କ ହେବା ମାତ୍ରେ ଗଛର ବୃଦ୍ଧି ତୁରନ୍ତ ବନ୍ଦ ହୋଇଯାଏ। ଯଦିଓ ଏହି ସମୟ ମଧ୍ୟରେ ଆଲୋକ ସଂଶ୍ଳେଷଣର ଗତି ସାମାନ୍ୟ ହ୍ରାସ ପାଏ, ତଥାପି ଏହା ଜାରି ରହେ।’